www.samajalive.in
Monday, December 15, 2025
24.1 C
Bhubaneswar

ଲକ୍‍ଡାଉନ୍‍ ସମୟରେ ହେଲା ଅଦ୍ଭୁତ ବିବାହ: ମାସ୍କ ପିନ୍ଧି ପରସ୍ପରଙ୍କ ହାତ ଧରିଲେ ବର-ବଧୂ

ନୱାଦା: କରୋନା ଲକ୍‍ଡାଉନ୍‍ ପାଇଁ ଦେଶରେ ବିବାହ ଆଦି ସମାରୋହ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହି ସମୟରେ ବିହାରର ନୱାଦା ଜିଲା ସ୍ଥିତ ହିସୁଆରେ ଏକ ଅଦ୍ଭୁତ ବିବାହ ଦେଖିବାକୁ ମିଳିଛି। ନା ବ୍ୟାଣ୍ଡ୍‍, ନା ବାଜା, ନା ବରଯାତ୍ରୀ, ନା ବନ୍ଧୁ ବାନ୍ଧବଙ୍କ ଭିଡ଼ ଆଉ ନା ପ୍ରୀତି ଭୋଜନ। କେବଳ ୮ରୁ ୧୦ଦଶ ଜଣ ଲୋକଙ୍କ ଉପସ୍ଥିତିରେ ସମସ୍ତ ରୀତି ନୀତିରେ ହିନ୍ଦୁ ପରମ୍ପରା ଅନୁସାରେ ବିବାହ ସମ୍ପର୍ଣ୍ଣ ହୋଇଛି। ବର-ବଧୂଙ୍କ ସମେତ ଉପସ୍ଥିତ ଥିବା ସମସ୍ତ ଲୋକ ମାସ୍କ ପିନ୍ଧିଥିଲେ। ଶେଖପୁରା ଜିଲାପାଳଙ୍କୁ ଅନୁରୋଧ କରିବା ପରେ ଏହି ବିବାହ ପାଇଁ ପାସ୍‍ ମିଳିଥିଲା। ପାସ୍‍ ମିଳିବା ପରେ ବରବିଘାରୁ ବର ସମେତ ୪ ଜଣ ଲୋକ ଏକ ଗାଡ଼ିରେ ଯାଇ ବୁଧବାର ହିସୁଆରେ ପହଞ୍ଚିଥିଲେ।
ମିଳିଥିବା ସୂଚନା ଅନୁସାରେ, ହିସୁଆର କାଲୀ ସ୍ଥାନ ନିବାସୀ ସ୍ୱର୍ଗତଃ ଧର୍ମଦେବ କନ୍ଧୱେଙ୍କ ଝିଅ ଶ୍ୱେତାଙ୍କ ବିବାହ ଶେଖପୁରାର ବରବିଘା, ହନୁମାନ ଗଳି ନିବାସୀ ସ୍ୱର୍ଗତଃ ଗୋପାଳ ପ୍ରସାଦ ବୈସ୍କିୟାରଙ୍କ ପୁଅ ଗୌରବ କୁମାରଙ୍କ ସହ ଚଳିତ ବର୍ଷ ୨୫ ମାର୍ଚ୍ଚରେ ଅନୁଷ୍ଠିତ ହେବାର ଥିଲା। ମାତ୍ର ଲକ୍‍ଡାଉନ୍‍ କାରଣରୁ ଏହା ଅଟକି ରହିଥିଲା। ଏହାପରେ ଗୌରବଙ୍କ ପରିବାର ଲୋକେ ଲକ୍‍ଡାଉନ୍‍ ନିୟମକୁ ପାଳନ କରି ବିବାହ କରିବାକୁ ପାସ୍‍ ଦେବା ପାଇଁ ଶେଖପୁରା ଜିଲାପାଳଙ୍କୁ ନିବେଦନ କରିଥିଲେ। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପରିବାର ଲୋକଙ୍କୁ ପାସ୍‍ ଦିଆଯାଇଥିଲା। ଏହାପରେ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ବିବାହ ସମାରୋହରେ ଉଭୟ ପକ୍ଷରୁ ମାତ୍ର ୮ରୁ ୧୦ ଜଣ ଲୋକ ଉପସ୍ଥିତ ଥିଲେ। ମାସ୍କ ପିନ୍ଧି ସାମାଜିକ ଦୂରତ୍ୱ ବଜାୟ ରଖି ବର-ବଧୂ ବସିଥିଲେ ଓ ପରସ୍ପରକୁ ମାଳ ପିନ୍ଧାଇଥିଲେ। ଏହି ବିବାହ ଏତେ ଲୁଚା ଛପା ଭାବେ ହୋଇଥିଲା ଯେ, ଲୋକଙ୍କୁ ଏ ବିଷୟରେ କିଛି ବି ଜଣାପଡ଼ି ନ ଥିଲା। ପରେ ସାମାଜିକ ଗଣମାଧ୍ୟମ ଜରିଆରେ ଆଖ ପାଖ ଲୋକ ବିବାହ ବିଷୟରେ ଜାଣିବାକୁ ପାଇଥିଲେ। ଏହି ଖବର ଜଣାପଡ଼ିବା ପରେ ଏହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ବୁଧବାର ବିଳମ୍ବିତ ରାତିରେ ବିବାହ ସମ୍ପର୍ଣ୍ଣ ହୋଇଥିଲା ଏବଂ ପର ଦିନ ବର-ବଧୂ ବିଦା ହୋଇଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories