ବାବୁ ସାବଧାନ ! ଛେପ ପକାଇଲେ ଜୋରିମାନା

ଭୁବନେଶ୍ବର (ବ୍ୟୁରୋ): ପାନ, ଗୁଟଖା, ଖଇନି ଖାଉଥିବା ଲୋକଙ୍କ ପାଇଁ ମନ୍ଦ ଖବର । ଯେଉଁଠି ପାରି ସେଠି ଆଉ ପିଚପିଚ୍ କରି ଛେପ ପକାଇ ପାରିବେ ନାହିଁ । ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଦେବାକୁ ପଡ଼ିବ ଅର୍ଥତଣ୍ଡ । ପ୍ରଥମ ୩ ଥର ପାଇଁ ତ ୨୦୦ରେ କାମ ଚଳିଯିବ, ୟା ପରେ ଧରା ପଡ଼ିଲେ ପୂରା ୫୦୦ ଟଙ୍କା । ପୂର୍ବରୁ ରାଜ୍ୟରେ ଗଞ୍ଜାମ, ଭଦ୍ରକ ପରି ଜିଲାପାଳମାନେ ଏପରି ନିର୍ଦେଶ ଜାରି କରି ସାରିଛନ୍ତି ତେବେ ଆଜିଠାରୁ ଏହାକୁ ପୂରା ରାଜ୍ୟଯାକ କାର୍ଯ୍ୟକାରୀ କରାଯିବ । ମୁଖ୍ୟ ସଚିବ ଆସିତ୍ ତ୍ରିପାଠୀ ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସର୍ବସାଧାରଣ ସ୍ଥାନରେ ଛେପ ପକାଇଲେ ଜରିମାନା ଆଦାୟ କରାଯିବ ବୋଲି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି।

ସେ କହିଛନ୍ତି, ପ୍ରଥମ ତିନି ଥର ଭୁଲ୍ ପାଇଁ ଦୁଇ ଶହ ଟଙ୍କା ଲେଖାଏଁ ଜରିମାନା କରାଯିବ। ତିନି ଥର ପରେ ପୁଣି ଭୁଲ୍ କଲେ ଜରିମାନା ପରିମାଣ ପାଞ୍ଚ ଶହକୁ ବଢ଼ିବ।

ଜୋରିମାନା ଆଦାୟ କରିବେ କିଏ ?

ଆପଣ ଭାବୁଥିବେ ମୁଁ ଛେପ ପକାଇ ପଳାଇବି । ସରକାର କ’ଣ ଦେଖୁଛନ୍ତି ? କିଏ ଜୋରିମାନା ଆଦାୟ କରିବ ?

ଏ କଥା ଆଦୌ ଭାବନ୍ତୁ ନାହିଁ । ଜୋରିମାନା ଆଦାୟର ଧାରା ଓ ଆଦାୟକାରୀଙ୍କ ସମ୍ପର୍କରେ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି ମୁଖ୍ୟ ସଚିବ । ବ୍ଲକ୍ ଅଞ୍ଚଳରେ ସମ୍ପ୍ରସାରଣ ଅଧିକାରୀ, ଅତିରିକ୍ତ ତହସିଲଦାର, ପୁଲିସ ଏସ୍ଆଇ ଓ ପୌରାଞ୍ଚଳରେ ୱାର୍ଡ଼ ଅଫିସରମାନେ ଏହାକୁ କାର୍ଯ୍ୟକରିବେ । ସାରା ରାଜ୍ୟରେ ଏହି ନିୟମ କାର୍ଯ୍ୟକାରୀ ହେବ ବୋଲି ସେ ସତର୍କ କରାଇ ଦେଇଛନ୍ତି ।

Comments are closed.