BJD Bijuli 480×75 Mob

ଟେବୁଲ ଚେୟାରରେ ବସି ଖାଉଛି ମାଙ୍କଡ, ଭିଡିଓ ଭାଇରାଲ

BJD Bijuli 480×75 Mob

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଏଥିରୁ କିଛି ଶିକ୍ଷଣୀୟ ଭିଡିଓ ହୋଇଥାଏ ତ ଆଉ କିଛି ମଜାଳିଆ ଭିଡିଓ ହୋଇଥାଏ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ହସର ଖୋରାକ ଯୋଗାଉଛି । ଭିଡିଓରେ ଏକ ମାଙ୍କଡ ଖାଇବା ଟେବୁଲରେ ବସି ମଣିଷଙ୍କ ଭଳି ଭୋଜନ କରୁଛି । ଏହି ଭିଡିଓ ସମସ୍ତଙ୍କୁ ଚକିତ କରୁଛି ।

ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମରେ ଏହି ଭିଡିଓ ଭାଇରାଲ ହେଉଛି । ଭିଡିଓରେ ମାଙ୍କଡଟି ଅତି ଆନନ୍ଦରେ ଟେବୁଲରେ ବସି ଖାଉଛି । ଖାଇବା ଥାଳିରେ ଭାତ, ଡାଲି ଏବଂ ତରକାରୀ ଥୁଆ ହୋଇଛି । ଏକ ପାତ୍ରରେ ଦହି ମଧ୍ୟ ଥୁଆ ହୋଇଛି । ଭିଡିଓକୁ ପ୍ରାୟ ଦେଢ ଲକ୍ଷ ଲୋକ ଦେଖିସାରିଲେଣି । ସମସ୍ତେ ଏହାକୁ ପସନ୍ଦ କରିବା ସହ ସେୟାର କରୁଛନ୍ତି । ଲୋକମାନେ ଏଥିରେ ଭିନ୍ନ ଭିନ୍ନ ମଜାଳିଆ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।

Comments are closed.