www.samajalive.in
Saturday, December 13, 2025
14.1 C
Bhubaneswar

୭ ଦିନରେ ପରୀକ୍ଷା ହେବ ୫ ହଜାର ନମୁନା: ମୁଖ୍ୟ ସଚିବ

ଭୁବନେଶ୍ବର (ବ୍ୟୁରୋ): ରାଜଧାନୀ ଭୁବନେଶ୍ବର କରୋନା ହଟସ୍ପଟ ଭାବରେ ଚିହ୍ନଟ ହୋଇଛି । ରାଜ୍ୟରେ ମୋଟ ୬୦ଟି ୪୬ଟି ପଜିଟିଭ୍ ଭୁବନେଶ୍ୱରରୁ ମିଳିଛି ।   ତେଣୁ ଏଠାରେ ନମୁନା ପରୀକ୍ଷଣ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରାଯାଉଛି । ଆଜି ସୁଦ୍ଧା ରାଜଧାନୀରେ ୧୯୫୮ ନମୁନା ପରୀକ୍ଷା କରାଯାଇଛି ଓ ଆଗାମୀ ଏକ ସପ୍ତାହ ମଧ୍ୟରେ ଆଉ ୫ ହଜାର ନମୁନା ପରୀକ୍ଷା କରାଯବ । ଏହା ହେଲେ ରାଜଧାନୀରେ କରୋନା ସଂକ୍ରାନ୍ତ ଏକ ସ୍ପଷ୍ଟ ଚିତ୍ର ଜଣାପଡ଼ିବ । ଗତକାଲି ରାତି ସୁଦ୍ଧା ରାଜ୍ୟରେ ୭୫୭୭ଟି ନମୁନା ପରୀକ୍ଷା ହୋଇଛି। ଗୋଟିଏ ଘରୋଇ ଲ୍ୟାବ୍‌କୁ ମିଶାଇ ମୋଟ ୭ଟି ଲ୍ୟାବ୍‌ରେ ଟେଷ୍ଟ ଚାଲିଛି।ତେବେ ଲୋକଙ୍କ ସହଯୋଗ ପାଇଁ ୨ ଦିନ ହେଲା ଭୁବନେଶ୍ୱରରେ ସଂଖ୍ୟା ବଢ଼ିନାହିଁ ବୋଲି କହିଛନ୍ତି ମୁଖ୍ୟ ସଚିବ ଅସିତ୍ ତ୍ରିପାଠୀ ।

ଗୀତଗୋବିନ୍ଦ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ  ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱରରେ ପରୀକ୍ଷାଗାରଗୁଡ଼ିକର ଉନ୍ନୀତକରଣ କରାଯିବ ଏବଂ ଭ୍ରାମ୍ୟମାଣ ଭ୍ୟାନ ଯୋଗେ ନମୁନା ସଂଗ୍ରହ କରାଯିବ । ବିଶେଷଭାବରେ ୪ଟି ବର୍ଗର ଲୋକଙ୍କ ନମୁନା ପରୀକ୍ଷାକୁ ପ୍ରାଥମିକତା ଦିଆଯାଇଛି ।

- Advertisement -

୧. ଯାହାର ବିଦେଶ ବା ଅନ୍ୟ ରାଜ୍ୟ ବୁଲିବାର ଇତିହାସ (ଟ୍ରାଭେଲ ହିଷ୍ଟ୍ରୀ) ଥିବ

୨. ଯାହାର କରୋନା ଲକ୍ଷଣ ପ୍ରକାଶ ପାଉଥିବ

୩. ସ୍ବାସ୍ଥ୍ୟ କର୍ମୀ, ପୁଲିସ ଓ ପରିମଳ କର୍ମଚାରୀ

୪. ୬୦ ବର୍ଷରୁ ଅଧିକ ଏବଂ ପୂର୍ବରୁ ଅନ୍ୟ ରୋଗରେ ଆକ୍ରାନ୍ତ ହେବାର ସୂଚନା ଥିବା ବ୍ୟକ୍ତି । 

ତେଣୁ ନମୁନା ସଂଗ୍ରହ ବେଳେ ସମସ୍ତେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି । ଯେଉଁମାନେ ଏଥିରେ ସହଯୋଗ ନ କରିବେ ସେପରି କ୍ଷେତ୍ରରେ ପୁଳିସକୁ ହସ୍ତକ୍ଷେପ କରିବାକୁ ପଡ଼ିବ । ଏଥିପାଇଁ ସାହି, ବସ୍ତିର ମୁରବୀ ଓ ପୂଜା କମିଟିର ମୁରବୀମାନେ ସହଯୋଗ କରିବାକୁ ସେ ଅନୁରୋଧ କରିଛନ୍ତି ।

ମୁଖ୍ୟ ସଚିବଙ୍କ ସୂଚନା ଅନୁସାରେ ଗତକାଲି ସୁଦ୍ଧା ରାଜ୍ୟରେ ମୋଟ ୭,୫୭୭ ନମୁନା ପରୀକ୍ଷା ହୋଇଛି। ଏଥିରୁ ୭,୫୧୭ ନମୁନାର ରିପୋର୍ଟ ନେଗେଟିଭ୍‌ ଆସିଛି। ଅନ୍ୟପକ୍ଷରେ  ୬୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇସାରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ୪୦ ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ରେ ଚିକତ୍ସାଧୀନ ଅଛନ୍ତି।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories