www.samajalive.in
Thursday, December 11, 2025
27.1 C
Bhubaneswar

ସଂକ୍ରମଣ ଚିହ୍ନଟ କରିପାରିବ ମହାକାଶ ଅଭିଯାନ – ନାସା ବୈଜ୍ଞାନିକ

ସମାଜ ପୋର୍ଟାଲ ଡେସ୍କ: ଦୁଇ ବର୍ଷ ପୂର୍ବେ ନାସା (ନ୍ୟାସନାଲ ଏରୋନେଟିକ୍ସ ଏବଂ ସ୍ପେସ୍ ଆଡମିନିଷ୍ଟ୍ରେସନ୍)ର ବରିଷ୍ଠ ପରାମର୍ଶଦାତା ଭାବରେ ଅବସର ନେଇଥିବା କ୍ୟାଥି ଲୁରିନି କହିଛନ୍ତି ଯେ ଏହା ଏକ ସଂକେତ ଅଟେ ଯେ ବିଶ୍ୱକୁ ପରିବର୍ତ୍ତନ କରିବାକୁ ପଡିବ ଏବଂ ଏଥିରେ ବିଜ୍ଞାନ ସହାୟକ ହେବ। ନାସାରେ ସେ ୩୬ ବର୍ଷର କାର୍ଯ୍ୟ ସମୟରେ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମ ଏବଂ ଜୀବ ବିଜ୍ଞାନ ମିଶନର ନେତୃତ୍ୱ ନେଇଛନ୍ତି ଏବଂ ବର୍ତ୍ତମାନ ଓସର୍ ସ୍ପେସ୍ କାଉନସେଲିଂ ଗ୍ରୁପର ଅଧ୍ୟକ୍ଷ ଅଛନ୍ତି। କ୍ୟାଥି ୨୦ ବର୍ଷ ନାସାର ସ୍ପେସ୍ ଲାଇଫ୍ ସାଇନ୍ସର ନିର୍ଦ୍ଦେଶକ ଥିଲେ ଏବଂ ଭାରତର ଇସ୍ରୋକୁ ମଧ୍ୟ ପ୍ରତିନିଧିତ୍ବ କରିଛନ୍ତି। ଆମେରିକା ସରକାରଙ୍କ ‘ଗ୍ଲୋବାଲ୍ ଷ୍ଟ୍ରାଟେଜୀ ଫର୍ ଆକାଉଣ୍ଟେବିଲିଟି-ଟ୍ରାନ୍ସପରେନ୍ସି’ ଆଇଭିଏଲ୍ କାର୍ଯ୍ୟକ୍ରମର ପୁରାତନ ସଦସ୍ୟ ତଥା ବରିଷ୍ଠ ସାମ୍ବାଦିକ ଡଃ କ୍ଷୀପ୍ରା ମାଥୁର କୋଭିଡ୍ -୧୯ର ମହାକାଶ ମିଶନ ଉପରେ ପ୍ରଭାବ ଉପରେ କ୍ୟାଥି ନୁରିନିଙ୍କ ସହ ଆଲୋଚନା କରିଛନ୍ତି।

- Advertisement -

ପ୍ରଶ୍ନ: ଜଣେ ମହାକାଶ ବିଜ୍ଞାନୀ ଭାବରେ ଆପଣ ଭାବୁଛନ୍ତି କି କରୋନା ମହାମାରୀ ବିଶ୍ୱ ମହାକାଶ କାର୍ଯ୍ୟକ୍ରମ ଉପରେ ପ୍ରଭାବ ପକାଇବ?
ଉତ୍ତର: କରୋନା ମହାମାରୀ ଆମକୁ ବିଶ୍ୱ ଉପରେ ପୁଣିଥରେ ଗବେଷଣା କରିବା ଉପରେ ସୁଯୋଗ ଦେଇଛି ଏବଂ ଏଠି ସହ ଜଡିତ ସମସ୍ତ ଜିନିଷ ପରିବର୍ତ୍ତନ ହେବା ଆବଶ୍ୟକ ହୋଇପଡିଛି। ମୁଁ ନାସା ଏବଂ ୟୁରୋପୀୟ ମହାକାଶ ସଂଗଠନର ଉପଗ୍ରହ ଚିତ୍ର ଦେଖିଲି। ଏଥିରେ ଚାଇନାର କାରଖାନାଗୁଡ଼ିକରୁ କମ୍ ନିର୍ଗମନ ଦେଖାଗଲା। ମୁଁ ନ୍ୟୁୟର୍କ ଟାଇମ୍ସରେ ଭାରତର ସ୍ୱଚ୍ଛ ନୀଳ ଆକାଶର କିଛି ଫଟୋ ମଧ୍ୟ ଦେଖିଲି। ମୁଁ ଆଶା କରୁଛି ଯେ ଏହିପରି ତଥ୍ୟ ଆମକୁ ପରିବେଶର ଲାଭ ପାଇଁ ସମ୍ବଳର ବ୍ୟବହାର ହ୍ରାସ କରିବାକୁ ସୁଯୋଗ ସୃଷ୍ଟି କରିବ। ଏହା ବ୍ୟତୀତ ଅନ୍ୟାନ୍ୟ ପରିବର୍ତ୍ତନ ମଧ୍ୟ ହେବ ଯେପରିକି ଗମନାଗମନ ହ୍ରାସ ପାଇବ ଏବଂ ସାମାଜିକ ଦୂରତା ପ୍ରକ୍ରିୟା ମଧ୍ୟ ବଦଳିଯିବ କାରଣ ଏହି ଦୂରତା ଗୋଟିଏ ବା ଅନ୍ୟ ଦିଗରେ ବଜାୟ ରହିବ। ଜିନିଷ ବଦଳିଯିବ କିନ୍ତୁ କେତେ ବଦଳିବ ବା ପରିବର୍ତ୍ତନ ହେବ ତାହା କହିବା କଷ୍ଟକର। ମହାକାଶ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକଥା ନିଶ୍ଚିତ ଯେ ସରକାରୀ କାର୍ଯ୍ୟକଳାପ ଜାରି ରହିବ କାରଣ ଭୁତାଣୁ ସଂକ୍ରମଣ କାରଣରୁ ମୂଲ୍ୟ ସମୀକରଣ ପରିବର୍ତ୍ତନ ହେବ ନାହିଁ। ମହାକାଶ କାର୍ଯ୍ୟକ୍ରମରେ ବିନିଯୋଗ ବିଜ୍ଞାନ ଏବଂ ଗଣିତର ଅଧ୍ୟୟନକୁ ଏହା ପ୍ରେରଣା ଯୋଗାଇବ ଏବଂ ନୂତନ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବୃଦ୍ଧି କରିବାରେ ସହାୟକ ହେବ। ଏହା ହୋଇପାରେ ଯେ କରୋନା ମୁକାବିଲା ପାଇଁ ସରକାର ଖର୍ଚ୍ଚ ହ୍ରାସ କରିବାକୁ ବାଧ୍ୟ ହେଉଛନ୍ତି, କିନ୍ତୁ ଏହା ଅଳ୍ପ ସମୟ ପାଇଁ ଉଦ୍ଦିଷ୍ଟ। ମହାକାଶ କାର୍ଯ୍ୟକ୍ରମରେ ଘରୋଇ ନିବେଶ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି | ମୁଁ ନିଶ୍ଚିତ ଯେ ନିବେଶକମାନେ ସେମାନଙ୍କର ରଣନୀତି ଯୋଜନା କରିବାକୁ ଏହି ସମୟ ବ୍ୟବହାର କରୁଛନ୍ତି।

ପ୍ରଶ୍ନ: ନାସାରେ କାର୍ଯ୍ୟ କରୁଥିବା ସମୟରେ ଆପଣଙ୍କୁ ଏହିପରି ସଂକ୍ରମଣ ଆକଳନ କରିବାକୁ ବୈଜ୍ଞାନିକ ଉପକରଣଗୁଡ଼ିକ ମିଳିଥିଲା କି?
ଉତ୍ତର: ନା, ମୋ ଜାଣିବାରେ ସେମିତି କିଛି ନ ଥିଲା। କିନ୍ତୁ ମୁଁ ଭାବୁଛି ମହାକାଶରୁ ନିଆଯାଇଥିବା ପୃଥିବୀର ଚିତ୍ରଗୁଡ଼ିକରୁ ଜଣାପଡୁଛି ଯେ ବର୍ତ୍ତମାନ ଏହିପରି ସଂକ୍ରମଣର ଶୀଘ୍ର ଚିହ୍ନଟ କରିବାରେ ଏବଂ ଏଥିରୁ ରକ୍ଷା ପାଇବାର ଯୋଜନା ପ୍ରସ୍ତୁତି ଟ୍ରାକିଂରେ ଅଧିକ ସାହାଯ୍ୟ କରିବ।

ପ୍ରଶ୍ନ: ଏଭଳି ସ୍ୱାସ୍ଥ୍ୟ ସଙ୍କଟ ମଧ୍ୟରେ, ଭବିଷ୍ୟତରେ ମହାକାଶ-ଉଡ଼ାଣ କାର୍ଯ୍ୟକ୍ରମ ପାଇଁ ଯୋଜନା ସମ୍ପର୍କରେ ଆପଣ କଣ ଭାବୁଛନ୍ତି? ଆମର ଅସ୍ତିତ୍ୱ ସଙ୍କଟର ସମ୍ମୁଖୀନ ହେଉଛି କି?
ଉତ୍ତର: ମାନବ ଅସ୍ତିତ୍ୱ ପାଇଁ ଭବିଷ୍ୟତର ବିକଳ୍ପ ଖୋଜିବା ମହାକାଶ କାର୍ଯ୍ୟକ୍ରମର ଏକ ବହୁତ ଛୋଟ ଅଂଶ। ଏହା କେତେ ସମ୍ଭବ ସେ ନେଇ ଆମେ ଏପର୍ଯ୍ୟନ୍ତ ଶିଖୁଛୁ ଏବଂ ଆମେ ଏପରି ଜିନିଷ ବିଷୟରେ ଶିଖୁଛୁ ଯାହା ଆମ ନିଜ ଗ୍ରହରେ ଆଗାମୀ ସମୟର ପୂର୍ବାନୁମାନ କରିବାରେ ସହାୟକ ହେବ। ମୁଁ ଭାବୁଛି ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ପ୍ରଶ୍ନ: ଜଳବାୟୁ ପରିବର୍ତ୍ତନର ଆହ୍ୱାନଗୁଡିକର ପୂର୍ବାନୁମାନ ଏବଂ ମୁକାବିଲା କରିବାରେ ମହାକାଶ କାର୍ଯ୍ୟକ୍ରମଗୁଡିକ କେତେ ସକ୍ଷମ?
ଉତ୍ତର: ମୁଁ ପୂର୍ବରୁ କହିଥିଲି, ମହାକାଶରୁ ନିଆଯାଇଥିବା ପ୍ରତିଛବିଗୁଡ଼ିକ ନିଶ୍ଚିତ ଭାବରେ ସହାୟକ। ବର୍ତ୍ତମାନର ବ୍ୟବସାୟିକ କମ୍ପାନୀଗୁଡ଼ିକ ଏହି ଚିତ୍ର ପ୍ରଦାନ କରନ୍ତି। ସରକାର ଉନ୍ନତ ଜ୍ଞାନକୋୖଶକ ପାଇଁ ଅର୍ଥ ପ୍ରଦାନ କରୁଛନ୍ତି ଯାହା ଭବିଷ୍ୟତରେ ଚିତ୍ରର ଗୁଣବତ୍ତାରେ ଉନ୍ନତି ଆଣିବ। ବିକଳ୍ପ ଶକ୍ତି ଉତ୍ସ ଅନୁସନ୍ଧାନ କରିବାରେ ମହାକାଶ କାର୍ଯ୍ୟକ୍ରମଗୁଡ଼ିକର ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି। ମହାକାଶ ସଂଗଠନ ଏବଂ କମ୍ପାନୀଗୁଡିକ ପ୍ରଯୁକ୍ତିବିଦ୍ୟାରେ ସୌର ଏବଂ ଆଣବିକ ଶକ୍ତି ବିନିଯୋଗ କରୁଛନ୍ତି ଯାହା ସେମାନଙ୍କୁ ନିରାପତ୍ତା ପ୍ରଦାନ କରିଛି।

ପ୍ରଶ୍ନ: ଏଥର ଲୋକମାନେ ‘ଚନ୍ଦ୍ର ମିଶନ’ରେ ଯାଉଛନ୍ତି, ତେବେ ପୂର୍ବଥର ତୁଳନାରେ ଏହା କେମିତି ଭିନ୍ନଭିନ୍ନ ହେବ?
ଉତ୍ତର: ‘ଆର୍ଟେମିସ୍ ପ୍ରୋଗ୍ରାମ୍’ ହେଉଛି ନାସାର ଚନ୍ଦ୍ର ମିଶନ କାର୍ଯ୍ୟକ୍ରମର ଏକ ବିଶେଷ ଅଂଶ। ଏହା ବହୁମୁଖୀ ଅଟେ ଯେ ଆମେ ଶେଷରେ ସେହି ପର୍ଯ୍ୟାୟରେ ପହଞ୍ଚିଛୁ ଯେଉଁଠାରେ ଚନ୍ଦ୍ର ଉପରେ ଗବେଷଣା କାର୍ଯ୍ୟରେ ଉଦ୍ୟୋଗ, ସରକାର ଏବଂ ଶିକ୍ଷାନୁଷ୍ଠାନ ମଧ୍ୟରେ ଉତ୍ତମ ସହଯୋଗ ରହିଛି। ଟେକ୍ନୋଲୋଜି ଏତେ ପରିମାଣରେ ବିକାଶ କରିଛି ଯେ ଆମେ ଚନ୍ଦ୍ରରେ ସନ୍ଧାନ ଜାରି ରଖିବା ପାଇଁ ଖର୍ଚ୍ଚ ବହନ କରିବାକୁ ସକ୍ଷମ ଅଟୁ। ଏହି ଟେକ୍ନୋଲୋଜି ଆମପାଇଁ ଉଭୟ ବୈଜ୍ଞାନିକ ଓ ଅର୍ଥନୈତିକ ସାମର୍ଥ୍ୟ ମଧ୍ୟ ସୃଷ୍ଟି କରିଛି। ନାସା ଏହାର ଆନ୍ତର୍ଜାତୀୟ ସହଭାଗୀମାନଙ୍କ ନିକଟତର ହୋଇପାରିଛି। ମହାକାଶରେ ମନୁଷ୍ୟ ରହିବା ପ୍ରକ୍ରିୟାକୁ ଆଗକୁ ନେବାର କ୍ଷମତା ନାସାର ଅଛି। ଏହା ମଧ୍ୟ ବହୁତ ପ୍ରେରଣା ଦେଉଛି। ‘ଆପୋଲୋ’ ମିଶନରେ ଆମେରିକୀୟ ଟେକ୍ନୋଲୋଜିର ଶକ୍ତି ପ୍ରଦର୍ଶନ କରିବା ଲକ୍ଷ୍ୟ ଥିଲା ଏବଂ ଏହା ଲୋକଙ୍କୁ ପଦାର୍ଥ ବିଜ୍ଞାନ ଏବଂ ଗଣିତ ଅଧ୍ୟୟନ ପାଇଁ ପ୍ରେରଣା ଦେଇଛି। ଏହା ଚନ୍ଦ୍ର ସମ୍ପର୍କିତ ବିଜ୍ଞାନ ନୁହେଁ ଯେ ଏହାର ଲକ୍ଷ୍ୟ ହାସଲ ହେବା ପରେ ମିଶନ ଶେଷ ହୋଇଯିବ। ପୂର୍ବରୁ ଆମେ ‘ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍’ ସ୍ଥାପନ କରିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲୁ ଯାହା ମାଧ୍ୟମରେ ମହାକାଶରେ ଚଳପ୍ରଚଳ, ବଞ୍ଚିବା ଏବଂ କାର୍ଯ୍ୟ କରିବା ବିଷୟରେ ଅନେକ କିଛି ଶିଖିପାରିଛୁ।

ପ୍ରଶ୍ନ: ସମଗ୍ର ବିଶ୍ୱରେ ଆଉ କେଉଁ ଉଦ୍ଭାବନ ଘଟୁଛି ଯାହା ପୃଥିବୀରେ ମାନବ ଜୀବନରେ ଉନ୍ନତି ଆଣିବ ଏବଂ ଆମେ ଅନ୍ୟ ଗ୍ରହକୁ ମଧ୍ୟ ଆମ ଘର କରିବାରେ ସକ୍ଷମ ହେବା କି?
ଉତ୍ତର: ମହାକାଶ ଏବଂ ପୃଥିବୀର ଜୀବନକୁ ଉନ୍ନତ କରିବା ପାଇଁ ଆବଶ୍ୟକ ଟେକ୍ନୋଲୋଜିରେ ଅନେକ ସମାନତା ଅଛି। ମୋ କହିବାନୁସାରେ, ଶକ୍ତି, ଜୀବନ ରକ୍ଷାକାରୀ ଉପକରଣ ଏବଂ ନିୟମିତ ଖାଦ୍ୟ ଯୋଗାଣରେ ବାଧା ରହିଛି। ଏଥିସହ ମହାକାଶ କାର୍ଯ୍ୟକ୍ରମର ପ୍ରମୁଖ ଅହ୍ୱାନଗୁଡିକର ମୁକାବିଲା ପାଇଁ ଆନ୍ତର୍ଜାତୀୟ ଭାଗିଦାରୀକୁ ବୃଦ୍ଧି କରିବାକୁ ପଡିବ। ପୃଥିବୀରେ ଜୀବନ ଧାରଣର ମାନ ବୃଦ୍ଧି ପାଇଁ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ପ୍ରଶ୍ନ: ମହାକାଶ ଯାତ୍ରା କେବଳ ଧନୀମାନଙ୍କ ପାଇଁ ନା ସାଧାରଣ ଲୋକମାନେ ହି ଯାତ୍ରା କରିବାକୁ ସମର୍ଥ ହେବେ? ଏଥିପାଇଁ କୌଣସି ପଦକ୍ଷେପ ନିଆଯାଉଛି କି?
ଉତ୍ତର: ବର୍ତ୍ତମାନ ସମୟରେ ଏହା ଧନୀମାନଙ୍କ ପାଇଁ ଉଦ୍ଦିଷ୍ଟ। ମୁଁ ଆଶା କରୁଛି ଯେ ନୂତନ ଟେକ୍ନୋଲୋଜି ଦ୍ୱାରା ଏହା ସମସ୍ତଙ୍କ ପାଇଁ ସମ୍ଭବ ହୋଇପାରିବ।

ପ୍ରଶ୍ନ: ବିଶ୍ୱର ପ୍ରମୁଖ ମହାକାଶ ସଂସ୍ଥାଗୁଡିକ ସ୍ପେସ୍ ମିଶନ ପାଇଁ କାର୍ଯ୍ୟ କରୁଛନ୍ତି। ଏହାର ଲାଭ ବିଶ୍ୱର ଅନ୍ୟ ଦେଶମାନଙ୍କୁ ମିଳିବ ନା କେବଳ ଏଥିରେ ବିନିଯୋଗ କରୁଥିବା ଦେଶଗୁଡ଼ିକ ଉପକୃତ ହେବେ?
ଉତ୍ତର: ଅଧିକାଂଶ ଦେଶ ସ୍ପେସ୍ ମିଶନରୁ ପ୍ରାପ୍ତ ତଥ୍ୟ ସମସ୍ତଙ୍କୁ ଜଣାଇଥାନ୍ତି ଯାହା ଭଲ କଥା। ଯଦି ମହାକାଶରେ ସମ୍ବଳର ଏକ ଭଣ୍ଡାର ଅଛି ଯାହା ପୃଥିବୀ ପାଇଁ ଉପଯୋଗୀ ହେବ, ତେବେ ଆମେ ଏହାକୁ ପାଇବାକୁ ନିଶ୍ଚୟ ଚେଷ୍ଟା କରିବୁ। ଯଦି ଏହି ଉତ୍ସଗୁଡିକ ପୃଥିବୀକୁ ଅଣାଯାଏ ଏବଂ ବିକ୍ରି ଯୋଗ୍ୟ ହୁଏ, ତେବେ ସେହି ସମ୍ବଳର ବିଶ୍ୱ ଯୋଗାଣ ବୃଦ୍ଧି ହେବ ଏବଂ ମୂଲ୍ୟ ହ୍ରାସ ହେବ।

ପ୍ରଶ୍ନ: ମହାକାଶ କାର୍ଯ୍ୟକ୍ରମ ଦୃଷ୍ଟିରୁ ଭାରତର ସ୍ଥାନ ଏବେ କେଉଁଠି?
ଉତ୍ତର: ମାନବ ଏବଂ ରୋବୋଟିକ୍ ସ୍ପେସ୍ ପ୍ରୋଗ୍ରାମରେ ଭାରତ ଭଲ କାମ କରୁଥିବା ଦେଖି ମୁଁ ବହୁତ ଖୁସି। ଏହାର ସାମର୍ଥ୍ୟ ଏବଂ ଅନ୍ୟ ଦେଶ ସହ ସହଭାଗୀ ହେବାକୁ ଇଚ୍ଛା ସହିତ ଭାରତ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଏକ ବଡ଼ ଅବଦାନ ଦେବ। ଭାରତ ବୈଷୟିକ ଜ୍ଞାନକୌଶଳ କ୍ଷେତ୍ରରେ ଅନ୍ୟମାନଙ୍କଠାରୁ ବହୁତ ଆଗରେ ଅଛି ଏବଂ ଏହା ସ୍ପେସ୍ ପ୍ରୋଗ୍ରାମରେ ମଧ୍ୟ ବ୍ୟବହୃତ ହେବ ବୋଲି ଆଶା କରାଯାଉଛି।

ପ୍ରଶ୍ନ: ଭାରତୀୟ ବୈଜ୍ଞାନିକଙ୍କ ପାଇଁ କଣ ବାର୍ତ୍ତା ଦେବେ?
ଉତ୍ତର: ମୁଁ ଚାହେଁ ଭାରତ ମହାକାଶ ଅନୁସନ୍ଧାନ କ୍ଷେତ୍ରରେ ଆନ୍ତର୍ଜାତୀୟ ସ୍ଥରରେ ଦୃଢ ଭୂମିକା ଗ୍ରହଣ କରୁ। ଏ କ୍ଷେତ୍ରରେ ଭାରତର ସମସ୍ତ ପଦକ୍ଷେପକୁ ମୁଁ ସବୁବେଳେ ସମର୍ଥନ କରିବି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories