ସ୍ୱାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଭେଟି, ତ୍ୱରିତ ଗୃହ ନିର୍ମାଣ ନକ୍ସା ଅନୁମୋଦନ ବ୍ୟବସ୍ଥାର ଶୁଭାରମ୍ଭ
ଭୁବନେଶ୍ୱର: ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ଲୋକସେବା ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱରର ସମସ୍ତ ୱାର୍ଡରେ ୱାର୍ଡ ଅଫିସ ଖୋଲିବା ସହିତ ରାଜ୍ୟର ସମସ୍ତ ସହରାଞ୍ଚଳର ୨୦୩୫ ୱାର୍ଡରେ ୱାର୍ଡ ଅଫିସ ଖୋଲିବା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହା ସହିତ କ୍ଷୁଦ୍ର ଜୈବସାର ପ୍ରକିୟାକରଣ କେନ୍ଦ୍ର ,ବିଡିଏରେ ଅନ୍ ଲାଇନ ବିଲଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥା ,ଅନ ଲାଇନ ବିବାହ ପ୍ରମାଣପତ୍ର ପ୍ରଦାନ ବ୍ୟବସ୍ଥା ଆଦି ଅନେକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି।ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ମଧ୍ୟ ଅନ ଲାଇନ ଜରିଆରେ ସହାୟତା ପ୍ରଦାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗୀୟ ଅଧିକାରୀ ଓ ଭିଡିଓ କନ୍ଫରେନ୍ସିଂରେ ପୁରୀ,ବ୍ରହ୍ମପୁର ଓ ଭୁବନେଶ୍ୱରର ସହିଦ ନଗରରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।ଏହି ଅବସରରେ ମୁଖ୍ୟମନ୍ତ୍ରୀ ସହରାଞ୍ଚଳର ସେବା ପ୍ରଦାନ କ୍ଷେତ୍ରରେ ଏହା ଏକ ଐତିହାସିକ ଦିନ ବୋଲି କହିବା ସହ ସାରା ରାଜ୍ୟରେ ବିଭିନ୍ନ ପୌର ସଂସ୍ଥା ପାଇଁ ଅନେକ ଲୋକକୈନ୍ଦ୍ରିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ।ଭୁବନେଶ୍ୱରରେ ସମସ୍ତ ୱାର୍ଡରେ ୱାର୍ଡ ଅଫିସ ସହିତ କଠିନ ବର୍ଜ୍ୟବସ୍ତୂୁ ପରିଚାଳନା ,ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ଏବଂ ଫନି କ୍ଷତିଗ୍ରସ୍ତ ପୁରୀର ସମସ୍ତ କ୍ଷୁଦ୍ର ବ୍ୟବସାୟୀ ମାନଙ୍କୁ ୧୦ ହଜାର ଟଙ୍କା ଅନ୍ ଲାଇନ ଜରିଆରେ ପ୍ରଦାନ କରାଯାଇଛି। ଶନିବାର ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ପାଇଁ ତତକାଳିନ ଗୃହ ନିର୍ମାଣ ନକ୍ସା ବ୍ୟବସ୍ଥା ଅନୁମୋଦନ। ଆରମ୍ଭ କରିଛନ୍ତି। ସମସ୍ଥ କାମରେ ୫-ଟି ମନ୍ତ୍ରର ଉପଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ ଏକ ବର୍ଷ ମଧ୍ୟରେ ରାଜ୍ୟର ସବୁ ପୌରସଂସ୍ଥା ମାନଙ୍କୁ ଆବର୍ଜନା ମୁକ୍ତ ସହର କରିବାକୁ ଲକ୍ଷ୍ୟ ରଖିଥବା ମୁଖ୍ୟମନ୍ତ୍ରୀ କହିଛନ୍ତି। ସୂଚନାଯୋଗ୍ୟ ରାଜ୍ୟର ୧୧୪ଟି ପୌରସଂସ୍ଥାରେ ୩୪୨ଟ ଜୈବସାର ପ୍ରକ୍ରିୟାକରଣ କେନ୍ଦ୍ର ସହିତ ୨୬ଟି ପୌରସଂସ୍ଥାରେ ୭୦ କୋଟି ଟଙ୍କା ବ୍ୟୟରେ ୪୦ଟି ମଳପ ବିଶୋଧନ ବ୍ୟବସ୍ଥା ପାଇଁ ଶିଳାନ୍ୟାସ କରାଯାଇଛି। ଭୁବନେଶ୍ୱରରେ ଛୋଟ ଛୋଟ ଘର ନିର୍ମାଣ କରିବାକୁ ଚାହୁଁଥିବା ନାଗରିକଙ୍କୁ ୪୮ ଘଣ୍ଟାରେ ବିଲ୍ଡିଂ ପ୍ଲାନ ଅନୁମୋଦନ ବ୍ୟବସ୍ଥାର ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି।ଏହି ବ୍ୟବସ୍ଥା ଦ୍ୱାରା ଭୁବନେଶ୍ୱରର ନାଗରିକ ମାନେ ୧୦୦ଟି ପୂର୍ବ ଅନୁମୋଦନ ନକ୍ସାକୁ ଭିତ୍ତିକରି ଆବେଦନ କରିପାରିବେ।ଏହି ବ୍ୟବସ୍ଥା ପରବିର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟର ସମସ୍ତ ସହରରେ କାର୍ଯ୍ୟକାରୀ କରାଯିବ। ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା,ମୁଖ୍ୟ ଶାସନ ସଚିବ ,ଉନ୍ନୟନ କମିଶନର ,କୃଷି ଉତ୍ପାଦନ କମିଶନର,ବିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ଶାସନ ସଚିବ ଉପସ୍ଥିତ ଥିବାବେଳେ ଭୁବନେଶ୍ୱର ସହିଦ ନଗରରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା,ଉତ୍ତର ଓ ମଧ୍ୟ ବିଧାୟକ ଦ୍ୱୟ ,ବ୍ରହ୍ମପୁରରେ ସାଂସଦ ,ପୁରୀରେ ସାଂସଦ ଓ ବିଧାୟକ ଉପସ୍ଥିତ ଥିଲେ।
Comments are closed.