www.samajalive.in
Sunday, December 14, 2025
26.1 C
Bhubaneswar

ଆସନ୍ତାକାଲିଠାରୁ ପାଳନ ହେବ ’ରାଷ୍ଟ୍ରୀୟ ପୋଷଣ ମାସ’

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ ମାସେ ବ୍ୟାପୀ ଦେଶରେ ରାଷ୍ଟ୍ରୀୟ ପୋଷଣ ମାସ ପାଳନ କରାଯିବ। ସଂମ୍ପୂର୍ଣ୍ଣ ସେପ୍ଟେମ୍ବର ମାସକୁ ରାଷ୍ଟ୍ରୀୟ ପୋଷଣ ମାସ ଭାବେ ପାଳନ କରାଯିବ। ଚଳିତ ବର୍ଷର ବିଷୟବସ୍ତୁ ହେଉଛି, ‘ଅନୁପୂରକ ପୋଷଣ’। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାମଗ୍ରୀକ ପୁଷ୍ଟିସାଧନ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି ମହତ୍ୱାକାଂକ୍ଷୀ ଯୋଜନା ଆସନ୍ତା ୨୦୨୨ ମସିହା ସୁଦ୍ଧା କୁପୋଷଣ ସମସ୍ୟାର ସମାଧାନ ପାଇଁ ଏକ ଲକ୍ଷ୍ୟଭିତ୍ତିକ ଉଦ୍ୟମ। ଗତମାସରେ ତାଙ୍କର ମନ୍‍ କୀ ବାତ୍‍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁପୋଷଣ ବିଷୟରେ ଚର୍ଚ୍ଚା କରିବା ସହିତ ସଚେତନତା ଅଭାବରୁ ଉଭୟ ଗରିବ ଓ ଧନୀ ପରିବାର ଏହାଦ୍ୱାରା ପ୍ରଭାବିତ ହେଉଛନ୍ତି ବୋଲି ମତ ଦେଇଥିଲେ।

ନୀତି ଆୟାଗର ସଦସ୍ୟ ଭି.କେ. ପଲ୍‍ କହିଛନ୍ତି, ପୋଷଣ ଅଭିଯାନ ଅଧୀନରେ ସରକାର ଅପପୁଷ୍ଟି କାରଣରୁ ଶିଶୁମାନଙ୍କ ବିକାଶରେ ସୃଷ୍ଟି ହେଉଥିବା ବାଧାର ହାରକୁ ଶତକଡ଼ା ୩୫ ଭାଗରୁ ୨୫ ଭାଗକୁ ହ୍ରାସ କରିବାପାଇଁ ଲକ୍ଷ୍ୟ ରଖିଛନ୍ତି। ସେ କହିଛନ୍ତି, ଦେଶର କୋଣ ଅନୁକୋଣରେ ପୁଷ୍ଟିସାଧନାର ବାର୍ତ୍ତା ପହଞ୍ଚାଇ ଶିଶୁମାନଙ୍କୁ ପରିପୂରକ ଖାଦ୍ୟ ଯୋଗାଣ, ସେମାନଙ୍କର ଚିକିତ୍ସା ଓ ସଂକ୍ରମଣରୁ ସୁରକ୍ଷା ପ୍ରଦାନ ହେଉଛି ପୋଷଣ ମାସ ପାଳନ କରିବାର ଉଦ୍ଦେଶ୍ୟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତବର୍ଷ ମାର୍ଚ୍ଚ ମାସରେ ରାଜସ୍ଥାନର ଝୁନ୍‍ଝୁନୁଠାରେ ଏହି ପୋଷଣ ଅଭିଯାନର ଶୁଭାରମ୍ଭ କରିଥିଲେ। ୬ ବର୍ଷ ବୟସ ପର୍ଯ୍ୟନ୍ତ ଶିଶୁ, କିଶୋରୀ ବାଳିକା, ଗର୍ଭବତୀ ମହିଳା ଓ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ପୁଷ୍ଟିସାଧନ କରାଇବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।

- Advertisement -

 

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories