www.samajalive.in
Sunday, December 14, 2025
23.1 C
Bhubaneswar

ପ୍ରଥମ ଦିନରେ ୧୦୦କୋଟି କ୍ଲବରେ ‘ସାହୋ’

ମୁମ୍ବଇ : ବାହୁବଳୀ ଷ୍ଟାର ପ୍ରଭାସଙ୍କ ଅଭିନୀତ ଚଳଚ୍ଚିତ୍ର ‘ସାହୋ’ ଶୁକ୍ରବାର(୩୦ ଅଗଷ୍ଟ) ମୁକ୍ତିଲାଭ କରିଛି। ମୁକ୍ତିଲାଭ କରିବାର ପ୍ରଥମ ଦିନ ସାହୋ ୧୦୦କୋଟି କ୍ଲବରେ ସାମିଲ ହୋଇଛି। ‘ସାହୋ’ର ହିନ୍ଦୀ ଭର୍ସନରୁ କେବଳ ପ୍ରଥମ ଦିନରେ ୨୪ କୋଟିରୁ ଅଧିକ ଟଙ୍କା ଆୟ ହୋଇଛି। ଏନେଇ ଜଣାଶୁଣା ଫିଲ୍ମ ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ତରନଙ୍କ ସୂଚନା ଅନୁଯାୟୀ, ହିନ୍ଦୀ ଭାଷାରେ ରିଲିଜ୍ ହୋଇଥିବା ‘ସାହୋ’ ପ୍ରଥମ ଦିନରେ ୨୪.୪୦ କୋଟି ଟଙ୍କା ଆୟ କରି ଚଳିତ ବର୍ଷର ସବୁଠୁ ବଡ଼ ଓପନିଂ କରିଥିବା ଫିଲ୍ମ ତାଲିକାର ତୃତୀୟ ନମ୍ବରରେ ରହିଛି। ଏହି ତାଲିକାର ପ୍ରଥମ ସ୍ଥାନରେ ସଲମାନ୍ ଖାନ୍ଙ୍କ ‘ଭାରତ’ (୪୨.୩୦ କୋଟି) ଓ ଦ୍ୱିତୀୟ ସ୍ଥାନରେ ଅକ୍ଷୟ କୁମାରଙ୍କ ‘ମିଶନ୍ ମଙ୍ଗଲ୍’ (୨୯.୧୬ କୋଟି) ରହିଛି।

- Advertisement -

ଜବରଦସ୍ତ ଆକ୍ସନରେ ଭରପୁର ଏହି ଚଳଚ୍ଚିତ୍ରକୁ ଦେଖିବାପରେ ଦେଶ ବିଦେଶରେ ଦର୍ଶକମାନଙ୍କର ମିଶ୍ର ପ୍ରତିକ୍ରିୟା ମିଳିଛି। ସୁଜିତଙ୍କ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର ‘ସାହୋ’ ସର୍ବାଧିକ ୧୦ ହଜାର ପରଦାରେ ମୁକ୍ତିଲାଭ କରିଥିଲା। ଏ କ୍ଷେତ୍ରରେ ‘ବାହୁବଳୀ-୨’ ଓ ରଜନୀକାନ୍ତଙ୍କ ‘୨.୦’ର ମଧ୍ୟ ରେକର୍ଡ ଭାଙ୍ଗିଛି ‘ସାହୋ’। ‘୨.୦’ ଓ ‘ବାହୁବଳୀ-୨’ ସାରା ବିଶ୍ୱରେ ଯଥାକ୍ରମେ ୧୦ ହଜାର ଓ ୯ ହଜାର ପରଦାରେ ମୁକ୍ତିଲାଭ କରିଥିଲା।

ସୂଚନାଯୋଗ୍ୟ, ପ୍ରଭାସ ଓ ଶ୍ରଦ୍ଧାଙ୍କ ବ୍ୟତୀତ ଏଥିରେ ନୀଲ ନିତିନ ମୁକେଶ, ଜ୍ୟାକି ଶ୍ରଫ୍, ଚଙ୍କୀ ପାଣ୍ଡେ ଓ ମହେଶ ମାଞ୍ଜରେକର ପ୍ରମୁଖ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories