ଶିକାରୀ ହୋଇଲା ଶିକାର,ଗଣ୍ଡା ମାରିବାକୁ ଯାଇଥିଲେ ଖାଇଗଲା ସିଂହ
କେପ୍ଟାଉନ୍: ଦକ୍ଷିଣ ଆଫ୍ରିକାରେ ଗଣ୍ଡା ଶିକାର ବୃଦ୍ଧି ପାଇବାକୁ ଲାଗିଛି । ସରକାରୀ ଆକଳନ ଅନୁସାରେ ଗତ ବର୍ଷ ଏକ ହଜାରରୁ ଅଧିକ ଗଣ୍ଡାଙ୍କୁ ବେଆଇନ ଭାବେ ଶିକାର କରାଯ।ଇଥିଲା । ଏଥିପାଇଁ ଦକ୍ଷିଣ ଆଫ୍ରିକା ସରକାର ସ୍ୱତନ୍ତ୍ର ସୁରକ୍ଷା ବାହିନୀ ତିଆରି କରିଛନ୍ତି । ତଥାପି ଲୁଚା ଛପାରେ ଅନେର ଶିକାରି ବେଆଇନ ଗଣ୍ଡା ଶିକାର କରୁଛନ୍ତି ।
ଏବ ଅନ୍ୟ ଏକ ଘଟଣା ଦେଖିବାକୁ ମିଳିଛି । ଗଣ୍ଡା ଶିକାର କରିବାକୁ ଯାଇଥିବା ୩ ଜଣ ଶିକାରୀଙ୍କୁ ସିଂହମାନେ ମାରି ଖାଇ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ଏକ ସିଂହମାନଙ୍କ ଦଳ ନିକଟରେ ବନ ସୁରକ୍ଷା କର୍ମଚାରୀ ପହଞ୍ଚିଥିଲେ । ସେଠାରେ କିଛି ଲୋକଙ୍କର ଦେହାବଶେଷ ପଡିଥିଲା । ପ୍ରାୟ ୩ ଜଣଙ୍କର ଶରୀରର ବିଭିନ୍ନ ଅଂଶ ସେଠାରେ ପଡିଥିଲା । ସେହି ସ୍ଥାନରେ ଗଣ୍ଡା ଶିକାରରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ପଡିଥିଲା । ଗଣ୍ଡା ଶିକାର କରିବାରୁ ଆସିଥିବା ବେଳେ ଶିକାରୀମାନଙ୍କୁ ସିଂହମାନେ ଶିକାର କରିଥିବା ବନ ବିଭାଗର କର୍ମଚାରୀମାନେ ସନ୍ଦେହ କରିଛନ୍ତି ।
ଦକ୍ଷିଣ ଆଫ୍ରକାରେ ବିଶ୍ୱର ୮୦ ପ୍ରତିଶତ ଗଣ୍ଡା ରହିଛନ୍ତି । ଏଠାରେ ଗଣ୍ଡା ଶିକାର କରି ଏହାର ଶିଙ୍ଗକୁ ଚୀନ୍ ଓ ଭିଏତ୍ନାମକୁ ରପ୍ତାନୀ କରାଯାଉଛି । ସେଠାରେ ଏଥିରୁ ବିଭିନ୍ନ ଔଷଧ ତିଆରି କରାଯାଉଛି ।