www.samajalive.in
Monday, December 8, 2025
14.1 C
Bhubaneswar

ମହାପ୍ରଭୁଙ୍କ ଇଚ୍ଛାହେଲେ ୨୦୩୬ ନବକଳେବରର ଦାରୁ ଓରନ୍ଦା ଗ୍ରାମରୁ ଯିବ

ଗୁରୁଡିଝାଟିଆ: ଶ୍ରୀମନ୍ଦିର ପରିଚାଳନା କମିଟିର ଭାବନାକୁ ଚରିତାର୍ଥ କରିଛି ଓରନ୍ଦା ଗ୍ରାମବାସୀଙ୍କ ଦ୍ୱାରା ସୃଷ୍ଟି ଜଗନ୍ନାଥ ଲିମ୍ବବାଟିକା। ଯାହାକି ଆମ୍ଭମାନଙ୍କ ଭାଷା ଓ ଭାବନାକୁ ଚରିତାର୍ଥ କରିଥିବାରୁ ଅତ୍ୟନ୍ତ ଆନନ୍ଦିତ। ମହାପ୍ରଭୁଙ୍କ କୃପା ହେଲେ ଆଗାମୀ ନବକଳେବରର ଦାରୁ ଏହି ସ୍ଥାନରୁ ଯାଇପାରିବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ବରିଷ୍ଠ ଦଇତାପତି ପ୍ରମୁଖ ଆଜି ଉପରୋକ୍ତ ମତପ୍ରକାଶ କରିଛନ୍ତି।ଆଜି ପୂର୍ବାହ୍ନରେ ଓରନ୍ଦା ଗ୍ରାମବାସୀଙ୍କ ଦ୍ୱାରା ସୃଷ୍ଟି ଓ ସଂରକ୍ଷିତ ଶ୍ରୀଜଗନ୍ନାଥ ଲିମ୍ବ ବାଟିକାକୁ ପରିଦର୍ଶନରେ ଆସି ଅତ୍ୟନ୍ତ ଆନନ୍ଦିତ ହେବା ସହିତ ଏଭଳି କାର୍ଯ୍ୟ ଓଡିଶାର ଅନ୍ୟ ଜିଲ୍ଲାର ଜନସାଧାରଣଙ୍କ ପାଇଁ ଉଦାହରଣ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟ ତଥା ସୁଭଦ୍ରାରଥର ବାଡଗ୍ରାହୀ ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର ମତପ୍ରକାଶ କରିଥିଲେ। ଗ୍ରାମବାସୀଙ୍କ ନିଷ୍ଠା ଓ ଏକାଗ୍ରତା, ପରିବେଶପ୍ରୀତି ସର୍ବୋପରି ଶ୍ରୀଜଗନ୍ନାଥଙ୍କୁ ଭଲପାଇବାର ଭାବ ବାସ୍ତବିକ ନିଆରା। ହଜାର ହଜାର ସଂଖ୍ୟାରେ ଲିମ୍ବଗଛକୁ ସୃଷ୍ଟି କରିବା ଓ ଏହାର ସୁରକ୍ଷା କରିବା ଆଗାମୀ ଦିନରେ ମହାପ୍ରଭୁଙ୍କ ଇଚ୍ଛା ଓ ଗ୍ରାମବାସୀଙ୍କ ଭକ୍ତିଭାବ ଥିଲେ ଆଗାମୀ ନବକଳେବର ୨୦୩୬ରେ ଏଠାରୁ ଦାରୁ ଯିବ ବୋଲି ଶ୍ରୀ ଦାସ ମହାପାତ୍ର କହିବା ସହ ବଉଳଗଛ ରୋପଣ ପାଇଁ ପରାମର୍ଶ ଦେଇଥିଲେ।ଶ୍ରୀମନ୍ଦିର ପରିଚାଳନା କମିଟିର ଅନ୍ୟତମ ସଦସ୍ୟ ତଥା ଶ୍ରୀ ଜଗନ୍ନାଥଙ୍କ ନେପାଳ ପଣ୍ଡା ମାଧବ ଚନ୍ଦ୍ର ମହାପାତ୍ର କହିଥିଲେ ଦିନକୁ ଦିନ ଲିମ୍ବଗଛ କମିକମି ଯାଉଛି। ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟିରେ ବିଭିନ୍ନ ସମୟରେ ଆଲୋଚନା ହେଉଛି ପ୍ରଭୁଙ୍କ ବିଭିନ୍ନ ପାର୍ଶ୍ବଦେବାଦେବୀଙ୍କ ମୂର୍ତ୍ତି ତିଆରି ନିମନ୍ତେ। ହେଲେ ଆମ୍ଭମାନଙ୍କର ଭାବନା କୁ ସାର୍ଥକ ରୂପ ଦେଇଛନ୍ତି ଓରନ୍ଦା ଗ୍ରାମବାସୀ ଶ୍ରୀ ଜଗନ୍ନାଥ ଲିମ୍ବବାଟିକା ସୃଷ୍ଟିକରି। ଗ୍ରାମବାସୀଙ୍କ ଏଭଳି ମହନୀୟ କାର୍ଯ୍ୟ ସଂପର୍କରେ ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକରେ ଆଲୋଚନା କରିବା ନିମନ୍ତେ ପ୍ରକାଶ କରିଥିଲେ। ଦିନକୁ ଦିନ ପାଶ୍ଚାତ୍‍ ଭାବଧାରାରେ ପଡି ଯୁବସମାଜ ବିପଥଗାମୀ ହେଉଥିବା ବେଳେ ଜନସାଧାରଣଙ୍କ ଭିତରେ ଜଗନ୍ନାଥ ସଂସ୍କତିର ବାର୍ତ୍ତା ପ୍ରଚାର ପ୍ରସାର ଆମ୍ଭମାନଙ୍କ ଧେୟ ହେବା ଆବଶ୍ୟକ। ଏପରିକି ଗ୍ରାମବାସୀମାନେ ନିଜର ପୁଅଝିଅ ଭଳି ବୃକ୍ଷକୁ ପାଳନ କରିବା ସମସ୍ତଙ୍କ ପାଇଁ ଶିକ୍ଷଣୀୟ ବୋଲି କହିଥିଲେ।

- Advertisement -

ଶ୍ରୀମନ୍ଦିର ଗରାବଡୁ ସେବାୟତ ରବିନ୍ଦ୍ର ନାରାୟଣ ମହାପାତ୍ର, ଶ୍ରୀଜଗନ୍ନାଥ ପୂଜାପଣ୍ଡା ନିଯୋଗର ସଭାପତି ଜଗନ୍ନାଥ ପୂଜାପଣ୍ଡା ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀଙ୍କ ଏଭଳି ମହନୀୟ ପରିବେଶପ୍ରୀତି ଓ ଶ୍ରୀଜଗନ୍ନାଥଙ୍କ ପ୍ରତି ସମର୍ପଣ ଭାବକୁ ସାଧୁବାଦ ଜଣାଇଥିଲେ। ସମାଜସେବୀ ରାମକୃଷ୍ଣ ହୋତା ସମ୍ମାନୀତ ଅତିଥି ଭାବରେ ଯୋଗଦେଇଥିଲେ। ଆଗନ୍ତୁକ ସମସ୍ତ ଶ୍ରୀଜଗନ୍ନାଥଙ୍କ ସେବକ, ଦଇତାପତି ଓ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟବୃନ୍ଦ ଶ୍ରୀଜଗନ୍ନାଥ ଲିମ୍ବବାଟିକା ମଧ୍ୟରେ ଥିବା ଲିମ୍ବଗଛକୁ ଧୂପଦୀପ ନୈବେଦ୍ୟ ଦେଇ ପୂଜା କରିବା ସହିତ ମହାପ୍ରଭୁଙ୍କ ଶ୍ରୀଅଙ୍ଗପାଟକୁ ବାନ୍ଧିଥିଲେ। ଏହାପରେ ଏକ ନେତକୁ ମଧ୍ୟ ସ୍ଥାପନ କରାଯାଇଥିଲା। ପ୍ରାରମ୍ଭରେ ଗ୍ରାମର ସମସ୍ତ ମୁରବୀ, ମାଭଉଣୀ ଓ ବାଳିକାମାନେ ଅତ୍ୟନ୍ତ ସମର୍ପଣ ଭାବନେଇ ଆଧ୍ୟାତ୍ମିକ ଭାବରେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଧୂପ, ଦୀପ, ଚନ୍ଦନ ସମର୍ପଣ କରି ପାଛୋଟି ଆଣିଥିଲେ। ଗାଁର ସଭାପତି ତଥା ପୂର୍ବତନ ସର୍ବୋଚ୍ଚ ଯନ୍ତ୍ରୀ ଇଂ ପ୍ରତାପ ଚନ୍ଦ୍ର ସାମଲ ଏହି ଆଧ୍ୟାତ୍ମିକ କାର୍ଯ୍ୟରେ ଅଧ୍ୟକ୍ଷତା କରି ଲିମ୍ବବାଟିକାର ସୃଷ୍ଟି, ସଂରକ୍ଷଣ, ଗ୍ରାମବାସୀଙ୍କ ସହଯୋଗ ସର୍ବୋପରି ଆଗନ୍ତୁକ ଅତିଥି ଙ୍କ ପ୍ରେରଣା ଓ ଉତ୍ସାହ ସଂପର୍କରେ ଆଲୋକପାତ କରିଥିଲେ। ଗାଁ ସଂପାଦକ ପ୍ରେମାନନ୍ଦ ବେଉରା ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories