www.samajalive.in
Tuesday, December 9, 2025
17.1 C
Bhubaneswar

ଗ୍ରାମସଭାରେ ସକ୍ରିୟ ଅଂଶଗ୍ରହଣ ପାଇଁ ଜାମ୍ମୁ-କାଶ୍ମୀରବାସୀଙ୍କୁ ଉପରାଜ୍ୟପାଳଙ୍କ ଆହ୍ବାନ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ କହିଛନ୍ତି, ପରିଶେଷରେ ଜାମ୍ମୁ-କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ ପଞ୍ଚାୟତିରାଜ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି। ଗ୍ରାମସଭାଗୁଡ଼ିକରେ ସକ୍ରିୟ ଅଂଶଗ୍ରହଣ ପାଇଁ ଆଗକୁ ଆଗେଇ ଆସିବା ଲାଗି ସେ ଲୋକମାନଙ୍କୁ ଆହ୍ୱାନ ଦେଇଛନ୍ତି । ଏହାପରେ ଅଞ୍ଚଳର ବିକାଶମୂଳକ କାର୍ଯ୍ୟଗୁଡ଼ିକୁ ଚିହ୍ନଟ କରାଯିବ। ଗ୍ରାମକୁ ଫେରିଯାଅ- ୨ କାର୍ଯ୍ୟକ୍ରମର ଘଟଣାସ୍ଥଳରୁ ଅଭିଜ୍ଞତା ହାସଲ ପାଇଁ ସେ ରିଆସୀ ଜିଲ୍ଲାର ପଞ୍ଚାୟତ ଧିର୍ତ୍ତିକୁ ଗସ୍ତରେ ଯାଇ ଉଦ୍‍ବୋଧନ ଦେବା ଅବସରରେ ଏହା କହିଛନ୍ତି ।

ବିଭିନ୍ନ ବିକାଶମୂଳକ ଯୋଜନା ସମ୍ବନ୍ଧରେ ଲୋକମାନଙ୍କୁ ଅବଗତ କରାଇବା ଲାଗି ସଚେତନତା ଅଭିଯାନ ଆରମ୍ଭ କରାଯିବାକୁ ସେ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, କେନ୍ଦ୍ର ସରକାର “ହର୍‍ ଘର୍‍ ଜଲ୍‍” ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି, ଯାହା ଦ୍ବାରା ପ୍ରତ୍ୟେକ ଲୋକଙ୍କ ଘରକୁ ପାଇପ୍‍ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଜମ୍ମୁ-କାଶ୍ମୀରରେ ବିକାଶମୂଳକ ପ୍ରକଳ୍ପଗୁଡ଼ିକର ରୂପାୟନରେ ବିଜ୍ଞାନସମ୍ମତ ପଦ୍ଧତି ଅବଲମ୍ବନ ପ୍ରତି ଉପରାଜ୍ୟପାଳ ଗୁରୁତ୍ବ ଦେଇଛନ୍ତି। ଜଙ୍ଗଲର ସୁରକ୍ଷା ଓ ପ୍ରାକୃତିକ ସମ୍ବଳର ସଂରକ୍ଷଣ ଉପରେ ମଧ୍ୟ ସେ ଆଲୋକପାତ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories