www.samajalive.in
Monday, December 15, 2025
26.1 C
Bhubaneswar

ସିଜେଆଇଙ୍କୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଓକିଲଙ୍କ ଲାଇସେନ୍ସ ରଦ୍ଦ

ସମାଜ ଡିଜିଟାଲ ଡେସ୍କ: ପ୍ରଧାନ ବିଚାରପତି(ସିଜେଆଇ) ବି.ଆର. ଗଭଇଙ୍କୁ ଜୋତା ଫିଙ୍ଗିବାକୁ ଉଦ୍ୟମ କରିଥିବା ଓକିଲ ରାକେଶ କିଶୋରଙ୍କ ଲାଇସେନ୍ସ ରଦ୍ଦ କରିଦିଆଯାଇଛି। ବାର କାଉନସିଲ ଅଫ୍‌ ଇଣ୍ଡିଆ(ବିସିଆଇ) ତରଫରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ନିଲମ୍ବନ ସମୟ ମଧ୍ୟରେ ତାଙ୍କୁ କୌଣସି କୋର୍ଟ, ଟ୍ରିବ୍ୟୁନାଲ ତଥା ପ୍ରାଧିକରଣରେ ଓକିଲାତି କରିବାକୁ ଅନୁମତି ମିଳିବ ନାହିଁ।

ବିସିଆଇ ପକ୍ଷରୁ କୁହାଯାଇଛି ଯେ, ଏହି ମାମଲାରେ ରାକେଶଙ୍କ ବିରୋଧରେ ଅନୁଶାସନମୂଳକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ। କାହିଁକି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ନାହିଁ ସେ ନେଇ ୧୫ ଦିନ ଭିତରେ କାରଣଦର୍ଶାଅ ନୋଟିସ ମଧ୍ୟ ଜାରି କରାଯିବ। ନୋଟିସର ଉତ୍ତର ଏବଂ ତଦନ୍ତ ଆଧାରର କାଉନସିଲ ପକ୍ଷରୁ ଉଚିତ ଏବଂ ଆବଶ୍ୟକ ଆଦେଶ ଜାରି କରାଯିବ।

- Advertisement -

ଅନ୍ୟପଟେ, ରାକେଶଙ୍କ ବିରୋଧରେ କୌଣସି ସିଜେଆଇ କାର୍ଯ୍ୟାନୁଷ୍ଠାନ ଚାହୁଁ ନ ଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ଘଟଣା ଉପରେ ନୀରବ ରହିବାକୁ ସିଜେଆଇ ରେଜିଷ୍ଟ୍ରୀ ଅଧିକାରୀମାନଙ୍କୁ କହିଥିବା ଜଣାପଡ଼ିଛି।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories