www.samajalive.in
Monday, November 17, 2025
17.1 C
Bhubaneswar

ଆମେରିକା ସେନାରେ ଦାଢି-ପଗଡି ଉପରେ କଟକଣା, ଭାରତରେ ଶିଖ୍ ନେତା କହିଲେ, ‘ଏହା ଧାର୍ମିକ ଭାବନା ବିରୁଦ୍ଧ’

ନୂଆଦିଲ୍ଲୀ : ଆମେରିକୀୟ ସେନା ନୂଆ ନିୟମ ଯୋଗୁଁ ବିବାଦରେ ଫସିଛି। ନୂଆ ନିୟମାବଳୀରେ ଦାଢି ଓ ଲମ୍ବା କେଶ ଉପରେ କଟକଣା ଲାଗିଛି । ଯାହା ଫଳରେ ଶିଖ୍, ମୁସଲିମ୍ ଓ ଅର୍ଥୋଡକ୍ସ ୟେହୁଦୀ ସୈନିକଙ୍କୁ ନିଜ ଧର୍ମ ଓ ସେବା ମଧ୍ୟରୁ ଯେ କୌଣସି ଗୋଟିଏକୁ ଚୟନ କରିବାକୁ ପଡିବ। ନିକଟରେ ଆମେରିକୀୟ ପ୍ରତିରକ୍ଷା ସଚିବ ପିଟ୍ ହେଜସେଥ୍ ଦାଢି ରଖୁଥିବା ସୈନିକଙ୍କ ମଜା ଉଡାଇଥିଲେ। ସେ ଦାଢି ରଖୁଥିବା ସୈନିକଙ୍କୁ ‘ବିୟୋର୍ଡୋସ’ ବୋଲି ଉଚ୍ଚାରଣ କରିଥିଲେ। ତାଙ୍କର ଏହି ବୟାନ ନିନ୍ଦା ଓ ଅପମାନଜନକ ବୋଲି କୁହାଯାଉଛି।

ଶିରୋମଣି ଗୁରୁଦ୍ବାରା ପ୍ରବନ୍ଧକ ସମିତି(ଏସଜିପିସି) ଆମେରିକାର ଏହି ନିଷ୍ପତ୍ତିରେ ଆପତ୍ତି କରିଛନ୍ତି। ଏସଜିପିସିର ମୁଖପାତ୍ର ଗୁରୁଚରଣ ଗ୍ରେବାଲ କହିଛନ୍ତି କି ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ଶିଖ୍ ଓ ପଞ୍ଜାବୀ ସମୁଦାୟକୁ ଟାର୍ଗେଟ୍ କରାଯାଇଛି। ଏହା ପୂର୍ବରୁ ପଗଡି ହଟାଯାଇଥିଲା ଏବଂ ହାତକଡି ପକାଯାଇ ଅପମାନିତ କରାଯାଇଥିଲା। ଶିଖ୍ ଧର୍ମ ପାଇଁ କେଶ, କିରପାନ, କଡା ଆଦି ଧାର୍ମିକ ବିଶ୍ବାସର ପ୍ରତୀକ। ଆମେରିକାର ଏହି ନୂଆ ନିୟମ ଧାର୍ମିକ ଭାବନା ପ୍ରତି କୁଠାରଘାତ, ତେଣୁ ଏସଜିପିସି ଓ ପଞ୍ଜାବର ନେତା ଏହି ନିଷ୍ପତ୍ତିକୁ କଡା ବିରୋଧ କରୁଛନ୍ତି। ବିଜେପି, କଂଗ୍ରେସ ଓ ଆମ ଆଦମୀ ପାର୍ଟି ମଧ୍ୟ ଏଭଳି ନିଷ୍ପତ୍ତିକୁ ବିରୋଧ କରୁଛନ୍ତି।

Hot this week

ଖସୁଛି ପାରଦ, ବଢ଼ୁଛି ଜାଡ଼

ଭୁବନେଶ୍ବର/ଘୁ. ଉଦୟଗିରି: ସାରା ରାଜ୍ୟରେ ସଞ୍ଜ ନଇଁବା ମାତ୍ରେ ମାଡ଼ି ଆସୁଛି...

ରୋହିଣୀଙ୍କୁ ଚପଲ ଫିଙ୍ଗିଲେ ତେଜସ୍ବୀ

ପାଟନା: ବିହାର ନିର୍ବାଚନରେ ଲାଲୁପ୍ରସାଦ ଯାଦବଙ୍କ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ର...

ଆଗକୁ ରାଜ୍ୟସଭା ନିର୍ବାଚନ: ମୋହନଙ୍କ ପାଇଁ ଆହ୍ବାନ

ଭୁବନେଶ୍ବର: ଡବଲ ଇଞ୍ଜିନ ସରକାରଙ୍କ ୧୭ ମାସର ଶାସନ ପରେ ବିଜେପି...

ବାଂଲାଦେଶରେ ହାଇଆଲର୍ଟ: ହାସିନାଙ୍କ ବିରୋଧରେ ଆଜି ଆସିବ ରାୟ

ସମାଜ ଡିଜିଟାଲ ଡେସ୍କ: ବାଂଲାଦେଶରେ ଉତ୍ତେଜନା ଯୋଗୁଁ ହାଇଆଲର୍ଟ ଜାରି କରାଯାଇଛି...

ଜଙ୍ଗଲରୁ ବିପୁଳ ବିସ୍ଫୋରକ ଜବତ

ମାଲକାନଗିରି: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଦୁଲାଗଣ୍ଡି ଗ୍ରାମ ନିକଟରୁ...

Related Articles

Popular Categories