କେନ୍ଦ୍ର ସ୍ୱାସ୍ଥ୍ୟ ମବୀ ଜେପି. ନଡ୍ଡାଙ୍କୁ କେନ୍ଦ୍ର ମବୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି
ଭୁବନେଶ୍ୱର:ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲକୁ ମେଡିକାଲ କାଉନସିଲ ଅଫ ଇଣ୍ଡିଆର ଅଧିକାରୀମାନେ ଦ୍ୱିତୀୟ ଥର ପାଇଁ ତୁରନ୍ତ ଅନୁଧ୍ୟାନ କରିବାକୁ ନିର୍ଦେଶ ଦେବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜେ.ପି. ନଡ୍ଡାଙ୍କୁ ଅନୁରୋଧ କରି ପତ୍ର ଲେଖିଛନ୍ତି ।
ଉକ୍ତ ପତ୍ରରେ ସେ ବାରିପଦାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ୨୦୧୭-୧୮ ଶିକ୍ଷା ବର୍ଷରେ ମେଡିକାଲ ପାଠପଢା ଆରମ୍ଭ କରିବାକୁ ଅନୁମତି ପତ୍ର ଜାରି କରିବାକୁ ଏମସିଆଇ ପକ୍ଷରୁ ଦ୍ୱିତୀୟ ଥର ପାଇଁ ଅନୁଧ୍ୟାନ କରିବାକୁ ଅନୁରୋଧ କରିଥିଲେ। ଏହି ମେଡିକାଲ କଲେଜରେ ୧୦୦ ଜଣ ଶିକ୍ଷା ଗ୍ରହଣ କରି ପାରିବେ । କେନ୍ଦ୍ରୀୟ ସହାୟତାରେ ରାଜ୍ୟ ସରକାର ଏହି ମେଡିକାଲ କଲେଜ ନିର୍ମାଣ କରିଛନ୍ତି । ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି ।