ଚିତାବାଘ ଆକ୍ରମଣରେ ଜଣେ ମୃତ
ମୁମ୍ବଇ . – ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲା ଚିମୁର ନିକଟସ୍ଥ ରାମଦେଗୀ ନିକଟରେ ଚିତାବାଘ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି ।
ସୋମବାର ସକାଳେ ୮ ଟା ସମୟରେ ଏହି ଘଟଣା ଘଟିଛି । ଜଣେ ଦୋକାନୀ ଶୌଚ ହେବା ପାଇଁ ଦୋକାନ ନିକଟସ୍ଥ ବୁଦାକୁ ଯାଇଥିଲେ । ବହୁ ସମୟ ଧରି ନଫେରିବାରୁ ଅନ୍ୟମାନେ ତାଙ୍କୁ ଖୋଜିଥିଲେ । ଏତିକି ବେଳେ ଗୋଟିଏ ଚିତାବାଘ ତାଙ୍କୁ ଘୋଷାରୀ ନେଇ ଏକ ଗଛମୂଳେ ରଖି ଖାଉଥିବା ଦେଖିବାକୁ ମିଳିଥିଲା ବୋଲି ତାଦେବାଡ-ଅନ୍ଧାରୀ ବାଘ୍ର ସଂରକ୍ଷଣର ନିର୍ଦ୍ଦେଶକ ଗଜେନ୍ଦ୍ର ନର୍ଭାନେ ସୂଚନା ଦେଇଛନ୍ତି ।