ମୁମ୍ବଇ : ଅଭିନେତ୍ରୀ ହୁମା କୁରେଶୀଙ୍କ ଅଭିନୀତ ପ୍ରଥମ ୱେବ୍ ସିରିଜ୍ ‘ଲୀଲା’ର ଟ୍ରେଲର ଶୁକ୍ରବାର ରିଲିଜ୍ ହୋଇଛି। ଚଳିତ ବର୍ଷ ୧୪ ଜୁନ୍ରେ ନେଟଫ୍ଲିକ୍ସର ଏହି ୱେବସିରିଜର ପ୍ରଥମ ପ୍ରଦର୍ଶନ ହେବ। ଏହାର ନିର୍ଦ୍ଦେଶନା ଦୀପା ମେହତା, ଶଙ୍କର ରମଣ ଓ ପବନ କୁମାର ଦେଇଛନ୍ତି। ଏହି ସିରିଜର ୬ଟି ଏପିସୋଡ଼୍ ରହିଛି। ଏଥିରେ ହୁମା ଶାଲିନୀ ଭୂମିକାରେ ଅଭିନୟ କରିଛନ୍ତି, ଯିଏ ନିଜ ଝିଅର ଅନୁସନ୍ଧାନରେ ଲାଗି ପଡ଼ିଛି। ୱେବ୍ ସିରିଜରେ ହୁମା ପ୍ରଭାବଶାଳୀ ଭୂମିକାରେ ଅଭିନୟ କରିଛନ୍ତି। ଏହାର କାହାଣୀ ପ୍ରୟାଗ ଆକବରଙ୍କ ପୁସ୍ତକ ‘ଲୀଲା’ ଉପରେ ଆଧାରିତ। ସିରିଜରେ ଏପରି ଏକ ସହରକୁ ଦର୍ଶାଯାଇଛି ଯେଉଁଠି ଲୋକଙ୍କୁ ଧର୍ମ ଓ ସମୁଦାୟ ଆଗରେ ମୁଣ୍ଡ ନୁଆଁଇବାକୁ ବାଧ୍ୟ କରାଯାଇଥାଏ। କାହାଣୀର ମୁଖ୍ୟ ଚରିତ୍ର ଶାଲିନୀ ଜଣେ ମୁସଲମାନ ପୁଅକୁ ବିବାହ କରୁଛି। ଯାହାକୁ ସେଠାରେ ଏକ ଅପରାଧ ବୋଲି ବିବେଚିତ କରାଯାଉଛି ଏବଂ ଶାଲିନୀକୁ ନିଜ ସ୍ୱାମୀ, ଝିଅକୁ ହରାଇ ଏହି ଅପରାଧର ଦଣ୍ଡ ଭୋଗିବାକୁ ପଡ଼ୁଛି।
Popular Categories



