www.samajalive.in
Sunday, December 14, 2025
26.1 C
Bhubaneswar

ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ପାଇଁ ସବୁଠୁ ଯୋଗ୍ୟ : ସୂର୍ଯ୍ୟ ପାତ୍ର

ଭୁବନେଶ୍ଵର : ନବୀନ ପଟ୍ଟନାୟକ ଦେଶର ପ୍ରଧାନମନ୍ତ୍ରୀ ହେବା ପାଇଁ ସବୁଠୁ ଯୋଗ୍ୟ ବ୍ୟକ୍ତି।  ନିଜର ସରଳ ଓ ଦୁର୍ନୀତିମୁକ୍ତ ଭାବମୂର୍ତ୍ତି ପାଇଁ ଦେଶ ତଥା ରାଜ୍ୟବାସୀ ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । ବିଜୁଜନତା ଦଳ ବା ବିଜେଡି ଉପସଭାପତି ତଥା ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଏହା କହିଛନ୍ତି।

ଚଳିତ ଲୋକସଭା ନିର୍ବାଚନର ଫଳାଫଳ ମେ’ ୨୩ ତାରିଖରେ ପ୍ରକାଶ ପାଇବ। ଯଦି ଏନଡିଏ ସଂଖ୍ୟା ଗରିଷ୍ଠତା ପାଇବାରେ ବିଫଳ ହୁଏ ତେବେ ଭିନ୍ନ ରାଜନୈତିକ ସମୀକରଣ ସୃଷ୍ଟି ହେବ । ଏଭଳି ସ୍ଥଳେ ମହାମେଣ୍ଟ ଅବା ବାମମୋର୍ଚ୍ଚା ଆଞ୍ଚଳିକ ଦଳକୁ ନେଇ ସରକାର ଗଠନ କରିବାକୁ  ପ୍ରୟାସ  ଆରମ୍ଭ କରିଛନ୍ତି । ଏଭଳି ପରିସ୍ଥିତିରେ ବିଜେଡିର ଏହି ଘୋଷଣା ଭିନ୍ନ ପରିସ୍ଥିତି ସୃଷ୍ଟି କରିଛି । ଅଣ କଂଗ୍ରେସ ଓ ଅଣ ବିଜେପି ଦଳକୁ ନେତୃତ୍ବ ଦେବାରେ ନବୀନ ସଫଳ ହେବେ ବୋଲି ଶ୍ରୀ ପାତ୍ର କହିଛନ୍ତି। ଦୁଇ ଦଶନ୍ଧି ତଳେ  ବିଜୁ ବାବୁ ପ୍ରଧାନମନ୍ତ୍ରୀ  ହୁଅନ୍ତୁ ବୋଲି ସେତେବେଳେ କଥା ଉଠିଥିଲା। ମାତ୍ର ରାଜନୈତିକ ଷଡ଼ଯନ୍ତ୍ର କାରଣରୁ ବିଜୁ ବାବୁ ପ୍ରଧାନମନ୍ତ୍ରୀ ହେବାରୁ ବଞ୍ଚିତ ହୋଇଥିଲେ ବୋଲି ଶ୍ରୀ ପାତ୍ର କହିଛନ୍ତି ।

- Advertisement -

କିନ୍ତୁ କଂଗ୍ରେସ ସମର୍ଥନରେ ପ୍ରଧାନମନ୍ତ୍ରୀ ହେବା ଉଚିତ୍ ନୁହେଁ। ଅନେକ ସମୟରେ କଂଗ୍ରେସ ଅନ୍ୟକୁ ପ୍ରଧାନମନ୍ତ୍ରୀ କରି ପଛରୁ ଗୋଡ଼ ଟାଣିବାକୁ ପ୍ରୟାସ କରିଥାଏ।  ଅନ୍ୟପକ୍ଷରେ  ଯେଉଁ ଦଳ ଓଡ଼ିଶାର ସ୍ଵାର୍ଥ କଥା କହିବ, ତାକୁ ସମର୍ଥନ ଦିଆଯିବ ବୋଲି  ଶ୍ରୀ ପାତ୍ର କହିଛନ୍ତି।

Hot this week

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

Related Articles

Popular Categories