www.samajalive.in
Monday, December 15, 2025
16.1 C
Bhubaneswar

ଛାତ୍ରୀଙ୍କୁ ଏକତରଫା ପ୍ରେମ କରି ଅଡୁଆରେ ଅଧ୍ୟାପକ

ଭଦ୍ରକ  : ଜଣେ ଛାତ୍ରୀଙ୍କୁ ଏକତରଫା ପ୍ରେମ କରି ଅଡୁଆରେ ପଡିଛନ୍ତି ଭଦ୍ରକ ସ୍ୱୟଂଶାସିତ କଲେଜର ଜଣେ ଅଧ୍ୟାପକ। ତାଙ୍କ ବିରୋଧରେ ଛାତ୍ରୀଜଣକ କଲେଜ ଅଧ୍ୟକ୍ଷଙ୍କ ନିକଟରେ ଫେରାଦ୍‌ ହେବା ପରେ କଲେଜର ଯୌନ ଉତ୍ପୀଡନ ସେଲ (ସେକ୍ସୁଆଲ ହାରାସମେଣ୍ଟ ସେଲ)କୁ ଛାତ୍ରୀଙ୍କ
ଅଭିଯୋଗର ତଦନ୍ତ ଲାଗି ଅଧ୍ୟକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାନୁଯାୟୀ ଏହି ଅଧ୍ୟାପକ ଏକ ଭାଷା ବିଭାଗରେ ଅଧ୍ୟାପନା କରନ୍ତି। ଛାତ୍ରୀଜଣକ କଲେଜରେ ଏକ ସେଲ୍ଫ ଫାଇନାନ୍ସିଂ କୋର୍ସ କରୁଛନ୍ତି। ଛାତ୍ରୀଙ୍କ ପଛରେ ଅଧ୍ୟାପକ ବର୍ଷକ ତଳୁ ପଡିଛନ୍ତି। ଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ଗତବର୍ଷ ମିଡ-ସେମିଷ୍ଟାର ପରୀକ୍ଷା ବେଳେ ଏହି ଅଧ୍ୟାପକ ନିରୀକ୍ଷକ ଦାୟିତ୍ୱରେ ଥିଲେ। ପରୀକ୍ଷା କୋଠରୀରେ ଛାତ୍ରୀଙ୍କୁ କେତେକ ବ୍ୟକ୍ତିଗତ କଥା ପଚାରିବା ସହ ଉଦ୍ଦେଶ୍ୟମୂଳକ ଭାବେ ଶରୀରକୁ ସ୍ପର୍ଶ କରିବାକୁ ଚେଷ୍ଟା କରିଥିଲେ। ପରବର୍ତ୍ତୀ ଅବସ୍ଥାରେ ମୋବାଇଲରେ ବାରମ୍ବାର ଛାତ୍ରୀଙ୍କୁ ଯୋଗାଯୋଗ କରିବା ସହ ମେସେଜ ମଧ୍ୟ ଦେଇଥିଲେ। ଛାତ୍ରୀଜଣକ ଭୟଭୀତ ହୋଇ କେତେକ ମେସେଜର ଉତ୍ତର ବି ଦେଇଥିଲେ। ପରେ ମୋବାଇଲ ନମ୍ବରକୁ ବ୍ଳକ କରିଥିଲେ। ଏହା ସତ୍ତ୍ବେ ଅଧ୍ୟାପକ ଛାତ୍ରୀଙ୍କ ପିଛା ଛାଡି ନଥିଲେ। ଏପରିକି ତାଙ୍କ ଘରଯାଏ ପହଞ୍ଚି ଯାଇଥିଲେ। ଏମିତି ଭାବେ ଅଧ୍ୟାପକ ଛାତ୍ରୀଙ୍କ ପିଛା ଛାଡି ନଥିବାବେଳେ ଅଧ୍ୟାପକଙ୍କ ବିଭାଗର ମୁଖ୍ୟ ମଧ୍ୟ ସେହି ଛାତ୍ରୀଙ୍କୁ ଫୋନ୍‌ ଯୋଗେ ବିଭାଗକୁ ଡକାଇଥିଲେ। ବିଭାଗୀୟ ମୁଖ୍ୟଙ୍କ ଉଦ୍ଦେଶ୍ୟକୁ ମଧ୍ୟ ସନ୍ଦେହ ଦୃଷ୍ଟିରେ ଦେଖିଛନ୍ତି ଛାତ୍ରୀ। ବର୍ଷାଧିକକାଳ ଅଧ୍ୟାପକଙ୍କ ଏମିତି ଆଚରଣରେ ଅତିଷ୍ଠ ହୋଇ ଛାତ୍ରୀଜଣକ ଶୁକ୍ରବାର ଅଧ୍ୟକ୍ଷଙ୍କୁ ଲିଖିତ ଭାବେ ସବୁକଥା ଜଣାଇଛନ୍ତି। ଏଥିସହ ମୋବାଇଲ ମେସେଜ୍‌, କଲ ରେକର୍ଡିଂ ସହ ଅନ୍ୟ କେତେକ ପ୍ରମାଣ ରଖିଥିବା କଥା ଦର୍ଶାଇଛନ୍ତି ଛାତ୍ରୀ। ବିହିତ କାର୍ଯ୍ୟାନୁଷ୍ଠାନ ନହେଲେ ମହିଳା କମିସନଙ୍କ ଯାଏ କଥା ନେବେ ବୋଲି ଛାତ୍ରଜଣକ ଅଧ୍ୟକ୍ଷଙ୍କୁ ସଫା ସଫା ଲେଖି ଜଣାଇ ଦେଇଛନ୍ତି। ଶୁକ୍ରବାର ଅଭିଯୋଗପତ୍ର ପାଇ ଅଧ୍ୟକ୍ଷ ତୁରନ୍ତ କଲେଜର ଯୌନ ଉତ୍ପୀଡନ ସେଲକୁ ତଦନ୍ତ କରି ୧୮ ତାରିଖ ସୁଦ୍ଧା ରିପୋର୍ଟ ଦେବାକୁ ଚିଠି କରିଛନ୍ତି। ଉକ୍ତ ସେଲରେ ୪ ଜଣ ଅଧ୍ୟାପିକା ସଦସ୍ୟା ଅଛନ୍ତି। ଉକ୍ତ ସେଲ ପ୍ରାଥମିକ ତଦନ୍ତ କରି ଅଭିଯୋଗର ସତ୍ୟତା ସମ୍ପର୍କରେ ରିପୋର୍ଟ ଦେବା ପରେ ଯାଇ ଅଧ୍ୟାପକ ଓ ତାଙ୍କ ବିଭାଗୀୟ ମୁଖ୍ୟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିସ ହୋଇପାରେ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories