www.samajalive.in
Sunday, December 14, 2025
19.1 C
Bhubaneswar

‘ମୋଦୀ ସରକାର ଗରିବ କଲ୍ୟାଣକାରୀ’

ନୂଆଦିଲ୍ଲୀ : ବଜେଟ ଆଲୋଚନାରେ ମୋଦୀ ସରକାରଙ୍କୁ ଧନୀଲୋକଙ୍କ ସ୍ୱାର୍ଥ ଲାଗି କାମ କରୁଥିବା ସରକାର କହି ଅପ୍ରପ୍ରଚାର କରୁଥିବା କଂଗ୍ରେସ ସମେତ ଅନ୍ୟ ବିରୋଧିଦଳଙ୍କୁ ସାଂସଦ ଅଶ୍ବିନୀ ବୈଷ୍ଣବ ଟାର୍ଗେଟ କରିଛନ୍ତି। ମୋଦୀ ସରକାର ଅମଳରେ ଦେଶରେ ୪୫ କୋଟି ଜନଧନ ବ୍ୟାଙ୍କ ଖାତା ଖୋଲିବା, ଆଠ କୋଟି ମହିଳା ହିତାଧିକାରୀଙ୍କୁ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ ସଂଯୋଗ, ୧୦ କୋଟି ଶୌଚାଳୟ ନିର୍ମାଣ, ପ୍ରବାସୀ ଶ୍ରମିକଙ୍କ ଲାଗି ଗୋଟିଏ ଦେଶ ଗୋଟିଏ ରାସନକାର୍ଡ ଯୋଜନା ଲାଗୁ, ୨୦ ଲକ୍ଷ କୃଷକଙ୍କୁ ସୌରଚାଳିତ ପମ୍ପଯୋଗାଣ ଆଦି କ’ଣ ଧନୀକ ଶ୍ରେଣୀର ଲୋକଙ୍କ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ଶ୍ରୀ ବୈଷ୍ଣବ ବିରୋଧି ଦଳଠାରୁ ଜାଣିବାକୁ ଚାହିଁଥିଲେ। ୨୦୦୦-୧୪ ମଧ୍ୟରେ ଦେଶରେ ସମୁଦାୟ ୪ ଲକ୍ଷ କିଲୋମିଟର ସଡ଼କ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ବନିଥିଲା ଯେତେବେଳେ କି ୨୦୧୪ରୁ ଏପର୍ଯ୍ୟନ୍ତ ଦେଶରେ ୬ ଲକ୍ଷ କିଲୋମିଟର ସଡ଼କ ନିର୍ମାଣ ସରିଛି। ଗ୍ରାମାଞ୍ଚଳରେ ଏହି ସଡ଼କର ପ୍ରକୃତ ଲାଭାର୍ଥୀ କିଏ ବୋଲି ପ୍ରଶ୍ନ କରିଥିଲେ ସାଂସଦ ଶ୍ରୀ ବୈଷ୍ଣବ। ଏନଡିଏ ସରକାର ଚାଷୀଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ, ନିମ ୟୁରିଆ, ସୌରଶକ୍ତି ପରିଚାଳିତ ପମ୍ଫ ଦେଇଛନ୍ତି। ଓଡ଼ିଆ ଶଦ୍ଦ ‘ବାଟମାରଣା’କୁ ଉଲ୍ଲେଖ କରି ସାଂସଦ ଶ୍ରୀ ବୈଷ୍ଣବ କହିଥିଲେ ଯେ ଏକଦା ସାଧାରଣ ଜନତା ଲାଗି ଉଦ୍ଦିଷ୍ଟ ଅର୍ଥ ୧ ଟଙ୍କାରୁ ୮୫ ପଇସା ବାଟମାରଣା ହୋଇ ଯାଉଥିଲା। ମୋଦୀ ସରକାର ଦାୟିତ୍ୱ ନେବା ପରେ ବଟନ୍‌ ଚିପିବା ମାତ୍ରେ ଟଙ୍କା ଗରିବ, ମହିଳା, ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଚାଲି ଯାଉଛି। ଯେତେବେଳେ ଗରିବଙ୍କୁ ଆତ୍ମନିର୍ଭର କରିବା ଲାଗି ବିଗତବର୍ଷରେ ବିରୋଧି କେବେ ହେଲେ ଭାବି ନାହାନ୍ତି ସେମାନେ କିପରି ଜାଣିବେ ଯେ ମୋଦୀ ସରକାର ଗରିବଙ୍କୁ ଆତ୍ମନିର୍ଭର ବନାଇବେ।
ମନେରଗା ଯୋଜନା ବିଷୟରେ ଉଲ୍ଲେଖ କରି ଦର୍ଶାଇଥିଲେ ଯେ ଗତବର୍ଷ ବଜେଟରେ ଏହି ଯୋଜନା ବାବଦରେ ୬୧ ହଜାର କୋଟି ଆବଣ୍ଟିତ ହୋଇଥିଲା। ମାତ୍ର ଚାହିଦା ବଢ଼ିବାରୁ ଯୋଜନାରେ ୧ଲକ୍ଷ ୧୧ ହଜାର କୋଟି ରାଶି ଖର୍ଚ୍ଚ ହେଲାଣି। ବଜେଟରେ ମନେରଗା ଯୋଜନାରେ ବ୍ୟୟବରାଦ କମ୍‍ ହୋଇଛି ବୋଲି ବିରୋଧି ଅପପ୍ରଚାର କରି ଦେଶବାସୀଙ୍କୁ ଭ୍ରମିତ କରନ୍ତୁ ନାହିଁ। ୨୦୨୧-୨୨ ବଜେଟରେ ମନେରଗା ଯୋଜନା ବାବଦକୁ ୭୧ ହଜାର କୋଟି ବ୍ୟୟବରାଦ ହୋଇଛି। ଚାହିଦା ବଢ଼ିଲେ କେନ୍ଦ୍ର ସରକାର ଅଧିକ ବ୍ୟୟବରାଦ କରିବେ ବୋଲି ଶ୍ରୀ ବୈଷ୍ଣବ କହିଥିଲେ।

Hot this week

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

Related Articles

Popular Categories