www.samajalive.in
Monday, December 15, 2025
24.1 C
Bhubaneswar

ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ଉତ୍ସବ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ଚଉଠିଆ ପଞ୍ଚାୟତ ବାରୁଣା ଗ୍ରାମରେ ଲକ୍ଷ୍ମୀମନ୍ଦିର ପ୍ରତିଷ୍ଠା ଉତ୍ସବ ୩ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଗ୍ରାମର ବଦାନ୍ୟ ବ୍ୟକ୍ତି ତଥା ସମାଜସେବୀ ପ୍ରଫୁଲ ଚନ୍ଦ୍ର ମହାନ୍ତ ଗ୍ରାମରେ ଏକ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ଅନେକ ଥର ଚେଷ୍ଟା କରି ଆସୁଥିଲେ । ଗ୍ରାମବାସୀ ଗ୍ରାମରେ ଏକ ଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା କରିବା ପାଇଁ ପ୍ରଫୁଲଙ୍କୁ ଉତ୍ସସାହିତ କରିବା ସହିତ ସ୍ଥାନ ମଧ୍ୟ ନିରୁପଣ ହୋଇଥିଲା । ଶ୍ରୀ ମହାନ୍ତ ନିଜସ୍ୱ ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରି ମା’ଙ୍କ ମନ୍ଦିର ନିର୍ମାଣ କରିବାରେ ସକ୍ଷମ ହୋଇଛନ୍ତି । ତେବେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଗ୍ରାମବାସୀ ସହଯୋଗ କରିଥିଲେ। ୭ ତାରିଖ ଦିନ ଅଙ୍କୁରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ୮ ତାରିଖ ଦିନ କଳସ ଅଧିବାସ ୯ ତାରିଖ ପୂଜାରମ୍ଭ ଏବଂ ୧୦ ତାରିଖ ଦିନ ପୂର୍ଣ୍ଣାହୁତି ଏବଂ ପ୍ରସାଦ ସେବନର ବ୍ୟବସ୍ଥା ହୋଇଥିଲା । ଏହି ମା’ଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ସାଫଳ କରିବା ପାଇଁ ବାରୁଣା ଗ୍ରାମବାସୀଙ୍କ ସମେତ ଆଖପାଖ ଗ୍ରାମର ଜନସାଧାରଣ ଉପସ୍ଥିତ ରହି ମନ୍ଦିର ପ୍ରତିଷ୍ଠା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories