ବିଜୁ ଜନତା ଦଳର ନେତୃତ୍ୱ ବୈଠକ

ଝୁମ୍ପୁରା : ପାଟଣା ନିର୍ବାଚନ ମଣ୍ଡଳି ଝୁମ୍ପୁରା ବ୍ଲକ ଟୁକୁଡିହା ପଞ୍ଚାୟତର ସରାସିଙ୍ଗ ସିଦ୍ଧେଶ୍ୱର ମଠ ପରିସରରେ ବିଜୁ ଜନତା ଦଳର ଝୁମ୍ପୁରା ବ୍ଲକର ୧୦ଟି ପଞ୍ଚାୟତ ଏବଂ ଚମ୍ପୁଆ ବ୍ଲକର ୬ଗୋଟି ପଞ୍ଚାୟତ କର୍ମୀ ମାନଙ୍କୁ ନେଇ ନେତୃତ୍ୱ ବୈଠକ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ପାଟଣା ବିଧାୟକ ତଥା ଜିଲାଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ନେତୃତ୍ୱ ବୈଠକରେ କେନ୍ଦୁଝର ଜିଲା ସହ ପର୍ଯ୍ୟବେକ୍ଷକ ସୁବ୍ରତ ଛଟେଇ ଯୋଗଦାନ କରି ବିଜୁ ଜନତା ଦଳର ୧୬ ଗୋଟି ପଞ୍ଚାୟତର କର୍ମୀ ମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ। ଆଗାମୀ ସାଧାରଣ ନିର୍ବାଚନ ପୂର୍ବରୁ ଦଳକୁ ବୁଥ ସ୍ତରରୁ ଆରମ୍ଭ କରି ପଞ୍ଚାୟତ, ଜୋନ ସ୍ତରରେ ଦଳର ସ୍ଥିତିକୁ କିପରି ସୁଦୃଢ କରିବାକୁ ହେବ । ଦଳକୁ ସୁଦୃଢ କରିବାକୁ ହେଲେ ବିଜୁ ଜନତା ଦଳର କର୍ମୀ ମାନେ କେଉଁ ପଦ୍ଧତି ଆପଣାଇଲେ ଦଳ ଅଧିକ ସୁଦୃଢ ହୋଇ ପାରିବ । ପ୍ରତି ବୁଥରେ ଗଠନ ହୋଇଥିବା କମିଟି ଗୁଡିକ କିପରି ସ୍ଥିତିରେ ଅଛି ତା’ର ସମୀକ୍ଷା କରିବା ପାଇଁ ଦଳର ପଞ୍ଚାୟତ ସ୍ତରରେ ରହିଥିବା ସଭାପତି ସଂପାଦକ ମାନେ ବିଶେଷ ଭାବରେ ଧ୍ୟାନ ଦେଇ କାର୍ଯ୍ୟକରିବା ପାଇଁ ପରାମର୍ଶ ଦେବା ସହିତ ବର୍ତ୍ତମାନ ଦଳର ସ୍ଥିତ କେଉଁ ପଞ୍ଚାୟତରେ କିପରି ରହିଛି ତାର ରିପୋର୍ଟ କାର୍ଡ ପ୍ରସ୍ତୁତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ନେତୃତ୍ୱ ବୈଠକରେ ଜିଲାସଭାପତି ମାଧବ ସର୍ଦ୍ଦାର, ପୂର୍ବତନ ଜିଲା ସଭାପତି ତଥା ୬ ନମ୍ବର ଜୋନ ଜିଲାପରିଷଦ ସଭ୍ୟ ଆଶିଷ ଚକ୍ରବର୍ତ୍ତୀ, ହରିଜନ ସେଲ ସଭାପତି ଭରତ ଚନ୍ଦ୍ର ପାତ୍ର, ଜିଲାଯୁବ ସଭାପତି ରାକେଶ ରାମ, ଝୁମ୍ପୁରା ବ୍ଲକ ଅଧ୍ୟକ୍ଷା ମାଳତି ନାଏକ, ୧୭ ନମ୍ବର ଜିଲାପରିଷଦ ସଭ୍ୟ ସୋମବାରୀ ମୁର୍ମୁ , ପୂର୍ବତନ ସାଂସଦ ପ୍ରତିନିଧି ଅଜୟ ପଟ୍ଟନାୟକ. ବରିଷ୍ଠ ସଦସ୍ୟ ବଳଭନ୍ଦ୍ର ମହାନ୍ତ, ପୂର୍ବତନ ସରପଞ୍ଚ ଭୀକାରୀ ମୁଣ୍ଡା, ଝୁମ୍ପୁରା ବ୍ଲକ ବିଜୁ ଯୁବ ଜନତା ଦଳ ସଭାପତି ଇଂ ହରିଭକ୍ତ କୁନା ଗିରି, ଉପ ସଭାପତି ଟୁନା ବାରିକ ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦାନ କରି ବିଜୁ ଜନତା ଦଳକୁ ତୃଣ ମୂଳସ୍ତରରେ କିପରି ଅଧିକ ସୁଦୃଢ କରାଯାଇ ପାରିବ ତା ସହିତ କର୍ମୀ ମାନେ କିପରି ଲୋକଙ୍କ ପାଖକୁ ଯାଇ ବିଶ୍ୱାସ ଭାଜନ ହୋଇ କାର୍ଯ୍ୟ କରିବେ ସେ ସମ୍ପର୍କରେ ଦିଗଦର୍ଶନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରିଥିଲେ ଯଦୁମଣି ବାରିକ । ଏହି ବୈଠକରେ ୧୬ ଗୋଟି ପଞ୍ଚାୟତର ବିଜେଡି ସମର୍ଥୀତ ସରପଞ୍ଚ, ସମିତି ସଭ୍ୟ-ସଭ୍ୟା ତଥା ବିଜେଡି କର୍ମୀ ମାନେ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।

Comments are closed.