www.samajalive.in
Sunday, December 14, 2025
19.1 C
Bhubaneswar

ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘର ବିଶାଳ ଶୋଭାଯାତ୍ରା

ହରଭଙ୍ଗା : ହରଭଙ୍ଗା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ଏନପିଏସର ପକ୍ଷରୁ ଶୁକ୍ରବାର ହାଟପଦାଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ହରଭଙ୍ଗା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରେ ପହଞ୍ଚି ମୁଖ୍ୟମନ୍ତ୍ରୀ, ଗଣ ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଶିକ୍ଷା ସଚିବ ଓ ୫-ଟି ସଚିବଙ୍କ ଉଦ୍ଦେଶ୍ୟରେ  ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ  ସ୍ୱରାଜ କହଁରଙ୍କୁ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।  ବ୍ଲକ ସଭାପତି ରଜତ କୁମାର ନାଏକଙ୍କ ସଭାପତିତ୍ବରେ ଏକ ପ୍ରତିବାଦ ସଭା ହୋଇଥିଲା। ଜ଼ିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏନପିଏସ ସମ୍ପାଦକ ମହେଶ ସେଠୀ ପ୍ରମୁଖ ଉଦବୋଧନ ଦେଇ ସରକାର ତୁରନ୍ତ ଚୁକ୍ତି ଭିତ୍ତିକ ନିଯୁକ୍ତି ଉଛେଦ ସହ ଅନ୍ୟାନ୍ୟ ଦାବି ଗୁଡିକ ଯଥାଶୀଘ୍ର ପୂରଣ କରିବାକୁ ଦାବି କରିଥିଲେ। ଦାବି ପୂରଣ କର ନ ଗଲେ ରାଜ ସଂଘ ରାସ୍ତାକୁ ଓହ୍ଲାଇବା ସହ ସରକାରୀ କଳକୁ ସମ୍ପୂର୍ଣ୍ଣର୍ଣ ଅଚଳ କରାଯିବ ବୋଲି ମତ ପ୍ରକାଶ କରିଥିଲେ ।

ନିଜର ହକ ଦାବି ହାସଲ ପାଇଁ ପ୍ରତିବାଦ ସ୍ବରୂପ ଗତ ୬ ତାରିଖ ଠାରୁ କଳା ବ୍ୟାଚ ପରିଧାନ ସହ ଡ୍ରେସ କୋଡ଼  ବର୍ଜନ ଏବଂ ଆଗାମୀ ୧୫ ରୁ ୧୭ ତାରିଖ ଯାଏଁ ସାମୟିକ ଛୁଟି ଓ ୧୮ତାରିଖ ଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦାବୀ ପୂରଣ ହେଲା ଯାଏଁ ସମୂହ ଛୁଟି ନେଇ ବିଧାନସଭା ସମ୍ମୁଖରେ ଆନ୍ଦୋଳନ କରିବାକୁ ନିଷ୍ପତ୍ତି  ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂଘ ସାଧାରଣ ସମ୍ପାଦକ ମହେଶ ସେଠୀ , ବ୍ଲକ ସଭାପତି ରଜତ କୁମାର ନାଏକ, ବ୍ଲକ ସାଧାରଣ ସମ୍ପାଦକ ବାମଦେବ ଦାଶ, କାର୍ଯ୍ୟକାରୀ ସଭାପତି  ଅଜୟ ମିଶ୍ର, କୋଷାଧ୍ୟକ୍ଷ ପ୍ରସନ୍ନ ଭୋକ୍ତା, ଉପସଭାପତି ସରୋଜ ସାହୁ, ନୀଳାଞ୍ଚଳ ବିହାରୀ ମିଶ୍ର, ବସନ୍ତ ବିଶ୍ୱାଳ, ପ୍ରସନ୍ନ ପ୍ରଧାନ, ଅଶେଷ ପ୍ରଧାନ, ରଞ୍ଜନ ସାମଲ, ପ୍ରମୁଖ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ।

Hot this week

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

Related Articles

Popular Categories