www.samajalive.in
Monday, December 15, 2025
27.1 C
Bhubaneswar

ମହିଳାମାନଙ୍କ ପାଇଁ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ 

ପାଟଣା : ଓଡିଶା ରାଜ୍ୟ ମହିଳା କମିଶନଙ୍କର ସହାୟତାରେ ଶିଶୁ ବିକାଶ ପ୍ରକଳ୍ପ ପାଟଣା ତରଫରୁ ଏକ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଆଞ୍ଚଳିକ ମହାବିଦ୍ୟାଳୟ ପାଟଣା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହାକୁ ବିଡିଓ ମାନସ କୁମାର ଦଣ୍ଡପାଟ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବାବେଳେ ପାଟଣା ଥାନାଧିକାରୀ ମାନସ କୁମାର ମହାକୁଳ ଅତିଥି ଭାବେ ଯୋଗ ଦେଇ ଆଇନର ବିଭିନ୍ନ ଦିଗ ଉପରେ ସଚେତନ କରାଇଥିଲେ । ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି କଳ୍ପନା ଡୋରା ଅତିଥି ମାନଙ୍କ ପରିଚୟ ଦେବା ସହ କାର୍ଯ୍ୟକ୍ରମ ଉଦ୍ଦେଶ୍ୟ ବିଷୟରେ ଧାରଣା ଦେଇଥିଲେ । ଆଇନଜୀବି ରାହାସ ବିହାରୀ ପୃଷ୍ଟି , ସମ୍ବଳ ବ୍ୟକ୍ତି ଶିବନାଥ ପ୍ରଧାନ ଓ ଶିଶିର କୁମାର ଦାସ ପ୍ରମୁଖ ତାଲିମ ଦାତା ଭାବେ ଯୋଗ ଦେଇ ମହିଳା ଅଧିକାର, ଆଇନ ଏବଂ ସୁରକ୍ଷା ବ୍ୟବସ୍ଥା, ଲିଙ୍ଗଗତ ତାରତମ୍ୟ, ଆର୍ଥିକ ଅନ୍ତର୍ଭୁକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ସରକାରୀ ଯୋଜନା, ଋଣ ଯୋଜନା, ଷ୍ଟାଣ୍ଡଅପ ଇଣ୍ଡିଆ ଯୋଜନା, ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି ଯୋଜନା ଉପରେ ଧାରଣା ଦେଇଥିଲେ । ଏଥିରେ ଦୁଇ ଶହରୁ ଉର୍ଦ୍ଧ୍ବ ମହିଳା ଯୋଗଦାନ ଦେଇଥିଲେ। କାର୍ଯ୍ୟକ୍ରମକୁ ଆଇ. ସି. ଡି.ଏସର ସମସ୍ତ କର୍ମକର୍ତ୍ତା ସମେତ ଆସ୍ପାୟାର କର୍ମଚାରୀମାନେ ସହଯୋଗ କରିଥିଲେ ।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories