www.samajalive.in
Tuesday, December 9, 2025
16.1 C
Bhubaneswar

ଟୋଲଗେଟ୍ ମେଣ୍ଟେନାନ୍ସ କର୍ମଚାରୀଙ୍କ ଗଣଧାରଣା 

ପାଟଣା : କେନ୍ଦୁଝର ଜିଲ୍ଲା ଖିରେଇଟାଙ୍ଗିରିରେ ଥିବା ଟୋଲ ଗେଟର ମେଣ୍ଟେନାନ୍ସ କର୍ମଚାରୀ ମାନେ ଆଜି ଗୁରୁବାର ସକାଳୁ ବିଭିନ୍ନ ସମସ୍ୟା ନେଇ ଶାନ୍ତି ଶୃଙ୍ଖଳାର ସହିତ ଧାରଣାରେ ବସିଛନ୍ତି। ତାଙ୍କର ବିଭିନ୍ନ ସମସ୍ୟା ଯେପରିକି ଦୁର୍ଘଟଣା ଜନିତ ବୀମା ସୁରକ୍ଷା, ଠିକ ସମୟରେ ଦରମା ପ୍ରଦାନ, ବର୍ଦ୍ଧିତ ଦରମା, ନିରାପଦ ରହିବା ପାଇଁ ଜୋତା, ହେଲମେଟ, ଜ୍ୟାକେଟ ପ୍ରଦାନ ଆଦି ସବୁ ସମସ୍ୟା ନେଇ ପୂର୍ବରୁ ଅନେକ ଥର ଧାରଣାରେ ବସି ଥିଲେ ମଧ୍ୟ ପୂର୍ବରୁ କୌଣସି ଦାବି ପୂରଣ ହୋଇ ନଥିବା କାରଣ ଯୋଗୁ ସେମାନେ ଆଜି ତାଙ୍କର ଦାବି ପୂରଣ ନ ହେବା ଯାଏଁ ଧାରଣାରେ ବସିବେ ବୋଲି ସୂଚନା ମିଳିଛି। ସେମାନଙ୍କ କହିବା କଥା ଅନୁଯାୟୀ ଜାତୀୟ ରାଜପଥ ୪୯ରେ ଥିବା ଏହି ରାସ୍ତାରେ ଅନେକ ଦୁର୍ଘଟଣା ହୋଇଥିବା ସମୟରେ ସେମାନେ ସାହାଯ୍ୟ କରିବା ସହିତ ଜାତୀୟ ରାଜପଥର ମେଣ୍ଟେନାନ୍ସ କରିଥାନ୍ତି। ଏହି ମେଣ୍ଟେନାନ୍ସ ସମୟରେ ଦୁର୍ଘଟଣା ଘଟିଲେ ବୀମା ସୁରକ୍ଷା ନ ଥିଲେ ସେମାନଙ୍କ ପରିବାର ବିପଦରେ ପଡିବ । ଏହି କର୍ମଚାରୀମାନେ ଏତେ ଦିନ କାମ କରୁଥିବାବେଳେ ଆଜି ପର୍ଯ୍ୟନ୍ତ କମ୍ପାନୀ କୌଣସି ସୁବିଧା ନ କରିବାରୁ ସେମାନେ ବାଧ୍ୟ ହୋଇ ଧାରଣାରେ ବସୁଛନ୍ତି ବୋଲି କହିଛନ୍ତି। ଏହି ସବୁ ସୁବିଧା କମ୍ପାନୀ ତରଫରୁ ନ ମିଳିଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି ସେମାନେ ସୂଚନା ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories