www.samajalive.in
Monday, December 15, 2025
15.1 C
Bhubaneswar

ଲିଙ୍ଗଗତ ବିଭେଦ ପ୍ରଗତିର ବାଧକ

କଣ୍ଟାବାଞ୍ଜି : ଓଡ଼ିଶା ରାଜ୍ୟ ମହିଳା କମିଶନଙ୍କ ନିର୍ଦ୍ଦେଶରେ ଜିଲା ପ୍ରଶାସନ ତରଫରୁ ମହିଳାମାନଙ୍କର ଅଧିକାର ସମ୍ପର୍କିତ ଏକ କର୍ମଶାଳା  ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ରେ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଯୋଗଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ମନୋରମା ରାଉତ, ସ୍ବାସ୍ଥ୍ୟ କେନ୍ଦ୍ର କଣ୍ଟାବାଞ୍ଜିର ମେଡିକାଲ ଅଫିସର ରାକେଶ ପଣ୍ଡିତ, ସିଡିପିଓ ରତ୍ନମଣି ବରାଳ, କାର୍ଯ୍ୟକ୍ରମର ଅଧିକାରୀ ସୁଜାତା ଦୋରା, ମମତା ଯୋଜନାର ଜିଲା ସଂଯୋଜକ ଶିବାନୀ ଠାକୁର, ବାଲ୍ୟ ବିବାହ ନିଷେଧ ସେଲର ଜିଲା ସଂଯୋଜକ ସନ୍ଧ୍ୟା ପତି ଯୋଗଦେଇଥିଲେ।
ଏହି କର୍ମଶାଳାର ମୁଖ୍ୟ ବିଷୟବସ୍ତୁ “ଲିଙ୍ଗଗତ ଭେଦଭାବ ଓ ଘରୋଇ ହିଂସା ନିଷିଦ୍ଧ ଆଇନ୍ 2005” ଉପରେ କଣ୍ଟାବାଞ୍ଜି ଭୋକେସନାଲ ମହାବିଦ୍ୟାଳୟ ଓଡ଼ିଆ ପ୍ରାଧ୍ୟାପକ ଡ. ସଞ୍ଜୟ କୁମାର ମିଶ୍ର,   ଓ ମହିଳା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ ଜିତେନ୍ଦ୍ର ସୁନା  ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ଡ. ସଞ୍ଜୟ କୁମାର ମିଶ୍ର  ଲିଙ୍ଗଗତ ବିଭେଦ ପ୍ରଗତିର ବାଧକ ବୋଲି କହିବା ସହିତ ସମାଜରେ ଦେଖାଦେଉଥିବା ଲିଙ୍ଗଗତ ବିଷମତା ଉପରେ ବିଶଦ ଆଲୋଚନା କରିଥିଲେ ।ଲିଙ୍ଗଗତ ବୈଷମ୍ୟ ବିରୋଧରେ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବା ପାଇଁ ସେ ପରାମର୍ଶ ଦେଇଥିଲେ।
ଶ୍ରୀ ସୁନା ଘରୋଇ ହିଂସା ନିବାରଣ ଆଇନ୍ ବିଷୟରେ ଆଲୋଚନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପୁରୋହିତ କଣ୍ଟାବାଞ୍ଜିର ନିଜ ଛାତ୍ରୀମାନଙ୍କର ବିଭିନ୍ନ ଉଦାହରଣ ଦେଇ ନାରୀ ସଶକ୍ତିକରଣର ଦିଗରେ ଶିକ୍ଷା କିପରି ମୁଖ୍ୟ ଭୂମିକା ନିର୍ବାହ କରେ ସେ ବିଷୟରେ ଉଦବୋଧନ ଦେଇଥିଲେ। ସରକାର ନାରୀ ସୁରକ୍ଷା ପାଇଁ ବିଭିନ୍ନ ଆଇନ୍ ପ୍ରଣୟନ କରିବା ସହିତ ବିଭିନ୍ନ ଯୋଜନା ମଧ୍ୟ ତିଆରି କରିଛନ୍ତି। କିନ୍ତୁ ଏହାର ସଫଳ ରୂପାୟନ କରିବାକୁ ହେଲେ ମହିଳା ଏହି ବିଷୟରେ ଅବଗତ ହେବା ନିତାନ୍ତ ଜରୁରୀ ବୋଲି ଶ୍ରୀ ପୁରୋହିତ ମତ ପ୍ରକାଶ କରିଥିଲେ। ସୁଜାତା ଦୋରା ସ୍ବାଗତ ଭାଷଣ ପ୍ରଦାନ କରିଥିବାବେଳେ ଜିଲା ସଂଯୋଜକ ସନ୍ଧ୍ୟା ପତି ଧନ୍ୟବାଦ୍ ଅର୍ପଣ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories