www.samajalive.in
Sunday, December 7, 2025
16.1 C
Bhubaneswar

ଶିକ୍ଷାର ବିକାଶ ପାଇଁ ଉନ୍ନତ ଶୈକ୍ଷିକ ପରିବେଶ ଆବଶ୍ୟକ : ଶିକ୍ଷାମନ୍ତ୍ରୀ

ଚୌଦ୍ୱାର : ପୁରାତନ ଛାତ୍ର ସଂସଦ ଆନୁକୁଲ୍ୟରେ ଚୌଦ୍ୱାର ମହାବିଦ୍ୟାଳୟର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ରାଜକିଶୋର ରାମଙ୍କ ପ୍ରତିମୁର୍ତ୍ତି ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ମହାବିଦ୍ୟାଳୟରେ ଆୟୋଜିତ ଏହି ଉତ୍ସବରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଚୌଦ୍ୱାର-କଟକ ବିଧାୟକ ସୌଭିକ୍ ବିଶ୍ୱାଳ ଓ ଟାଙ୍ଗୀ-ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ରାମଙ୍କ ପୂର୍ଣ୍ଣାବୟବ ପ୍ରତିମୁର୍ତ୍ତି ଉନ୍ମୋଚନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସଂସଦ ସଭାପତି ବିବେକାନନ୍ଦ ଜେନାଙ୍କ ପୌରହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ ଯେ, ଶିକ୍ଷାନୁଷ୍ଠାନ ଗୁଡ଼ିକରେ ଶୈକ୍ଷିକ ବାତାବରଣ ସୃଷ୍ଟି ହେଲେ ଶିକ୍ଷାର ପ୍ରକୃତ ବିକାଶ ସମ୍ଭବ ହୋଇ ପାରିବ। ରାଜ୍ୟରେ ଶିକ୍ଷାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ସହାୟତାର ଭଣ୍ଡାର ଖୋଲି ଦେଇଥିବା ସୂଚନା ଦେଇ ୫ଟି ମାଧ୍ୟମରେ ଶିକ୍ଷାନୁଷ୍ଠାନ ଗୁଡ଼ିକର ପାରିପାର୍ଶ୍ବିକ ତଥା ଶୈକ୍ଷିକ ବିକାଶର ପ୍ରୟାସ ଜାରି ରହିଛି ବୋଲି ପ୍ରକାଶ କରିଥିଲେ। ବିଧାୟକ ଶ୍ରୀ ବିଶ୍ୱାଳ, ବିଧାୟକ ଶ୍ରୀ ବେହେରା, ପ୍ରଗତିବାଦୀର କାର୍ଯ୍ୟ ନିର୍ବାହୀ ସମ୍ପାଦକ ବିରୁପାକ୍ଷ ତ୍ରପାଠୀ, କଲେଜ ଅଧ୍ୟକ୍ଷ ଡ. ଉମେଶ ଚନ୍ଦ୍ର ଦେବତା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ କେବଳ ଶିକ୍ଷାହିଁ ମଣିଷକୁ ଶୀର୍ଷରେ ପହଞ୍ଚାଇଥାଏ ବୋଲି ପ୍ରକାଶ କରି ଛାତ୍ରଛାତ୍ରୀ ମାନେ ଶିକ୍ଷାର୍ଜନ କରି ଭଲ ମଣିଷ ହେବାକୁ ପରାମର୍ଶ ଦେଇଥିଲେ।

- Advertisement -

ରବିନ୍ଦ୍ର କୁମାର ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭୁତି ଭୁଷଣ ସାହୁ ଅତିଥି ପରିଚୟ ଓ ସଂପାଦକ କେଶବ ଚନ୍ଦ୍ର ସାହୁ ବିବରଣୀ ପାଠ କରିଥିଲେ । ଏହି ଅବସରରେ ସ୍ମରଣିକା ଉନ୍ମୋଚନ ସହିତ ସ୍ୱର୍ଗତ ରାମଙ୍କ ପତ୍ନୀ ଇନ୍ଦୁମତୀ ରାମଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ମୁର୍ତ୍ତିକାର ମୁରଲୀଧର ବେହେରା ଓ ସ୍ଥାନୀୟ କାଉନସିଲର ଆଶୁତୋଷ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପୁରାତନ ଛାତ୍ର ବାପୁପ୍ରିୟ ରଘୁପତି ରାମ, ବିମଳ କୁମାର ବେଉରା, ଝୁଲେନ୍ଦ୍ର ନାୟକ, ମୁରଲୀଧର ବେଉରା, ମୋହନଚାନ୍ଦ ନାୟକ, ରାଜକିଶୋର ସାମନ୍ତରାୟ, ଅମିତା ଦାସ, କବିତା ମାନଧାତା, ସୌମିତ୍ର ସ୍ୱାଇଁ, ହରିହର ପରିଡ଼ା, ଅଞ୍ଜନା ପରିଡ଼ା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ରେଣୁବାଳା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories