www.samajalive.in
Sunday, December 14, 2025
19.1 C
Bhubaneswar

ଅବସରପ୍ରାପ୍ତ ପ୍ରାଣୀ ଚିକିତ୍ସକ ଡା.ପ୍ରଭାସ ମିଶ୍ରଙ୍କ ପରଲୋକ

ଆଠଗଡ; ଆଠଗଡ ଅଶୋକନଗର ନିବାସୀ ଅବସରପ୍ରାପ୍ତ ସୁନାମଧନ୍ୟ ପ୍ରାଣୀ ଚିକିତ୍ସକ ଡାକ୍ତର ପ୍ରଭାସ କୁମାର ମିଶ୍ରଙ୍କର ୮୮ ବର୍ଷ ବୟସରେ ହୃଦ୍‌‌ଘାତରେ ପରଲୋକ ଘଟିଛି । ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଭାବେ ଅବସର ଗ୍ରହଣ କରିବା ପରେ ଡାକ୍ତର ମିଶ୍ର ବୁଦ୍ଧିଜୀବୀ ସଂଘ, ଶକ୍ତିନଗର ବିକାଶ ପରିଷଦ ଓ ଅନ୍ୟାନ୍ୟ ସଂଗଠନ ସହିତ ଜଡିତ ରହି ସମାଜ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ଜଣେ ଅତ୍ୟନ୍ତ ସରଳ, ଆମାୟିକ ଓ ନିଷ୍ଠାପର ବ୍ୟକ୍ତିଭାବେ ଅଞ୍ଚଳରେ ସର୍ବଜନ ଆଦୃତ ଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ବଡଝିଅ ଅନୁରାଧା ଓ ଜ୍ୱାଇଁ ଗୋଆ ଆଇଆଇଟି ନିର୍ଦ୍ଦେଶକ ଡଃ ବରଦାକାନ୍ତ ମିଶ୍ର, ସାନଝିଅ ଅରୁନ୍ଧତୀ ଓ ଜ୍ୱାଇଁ ମୁମ୍ବାଇସ୍ଥିତ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଭାରତ ଶାଖାର ନିର୍ଦ୍ଦେଶକ ଡ. ରବିଶଙ୍କର ରଥ, ଏକମାତ୍ର ପୁତ୍ର ହିତେଶ ମିଶ୍ର ପ୍ରମୁଖଙ୍କ ସମେତ ଅନ୍ୟ ପରିବାର ସଦସ୍ୟ ଉପସ୍ଥିତ ଥିଲେ । ତାଙ୍କ ବିୟୋଗ ଖବର ପ୍ରଚାରିତ ହେବା ମାତ୍ରେ ଜନ୍ମମାଟି ତରଡିଙ୍ଗ ଗ୍ରାମ ଏବଂ ଆଠଗଡ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଶକ୍ତିନଗର ବିକାଶ ପରିଷଦ ଓ ବୁଦ୍ଧିଜୀବୀ ସଂଘର କର୍ମକର୍ତ୍ତା, ଅଶୋକନଗର ଓ ଆଠଗଡ ସହରର ଅନ୍ୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିିଥିଲେ । ପୁରୀ ସ୍ୱର୍ଗଦ୍ୱାରାରେ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories