ପାଟଣା: ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମପାଟଣା ଉପ ଡାକଘରର ପୂର୍ବତନ ଉପ ଡାକପାଳ ଏହି ବ୍ଲକ ଅନ୍ତର୍ଗତ ମୂଷାଖୋରୀ ବାସିନ୍ଦା ବୀରବର ପାତ୍ରଙ୍କୁ ଆଜି ପାଟଣା ପୁଲିସ ଡାକ ବିଭାଗର ଅର୍ଥ ତୋଷାରପାତ ମାମଲାରେ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ସ୍ୱାମପାଟଣା ଶାଖାରୁ ଆନନ୍ଦପୁରକୁ ବଦଳି ହୋଇଥିଲେ। କରୋନା ସମୟରେ ଲୋକଙ୍କ ଠାରୁ ଅର୍ଥ ରଖି ଏହାକୁ ଜମାଖାତାରେ ସେ ପଇଠ ନକରି ଏହାକୁ ଆତ୍ମସାଥ କରିଥିବା ଅଭିଯୋଗ ପରେ ତାଙ୍କୁ ବିଭାଗ ପକ୍ଷରୁ ଆନନ୍ଦପୁର ବଦଳି କରାଯାଇଥିଲା। ଡାକବିଭାଗ ପକ୍ଷରୁ ଘଟଗାଁରେ ଅବସ୍ଥାପିତ ଉପଖଣ୍ଡ ନିରୀକ୍ଷକ ପ୍ରବୀଣ କୁମାର ଗତ ୧୪ ତାରିଖ ପାଟଣା ଥାନାରେ ଶ୍ରୀ ପାତ୍ରଙ୍କ ନାମରେ ଅଭିଯୋଗ କରିଥିଲେ। ଏହାପରେ ଥାନାଧିକାରୀ ମନୋରଞ୍ଜନ ପ୍ରଧାନ ୨୨୩/୨୨ ମୂଳେ ଏକ ମାମଲା ରୁଜୁ କରିବା ସହ ଆଜି ଶ୍ରୀ ପାତ୍ର ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଡାକ ବିଭାଗ ହିସାବ ଅନୁଯାୟୀ ୧ ଲକ୍ଷ ୯୧ ହଜାର ୪୩୦ ଟଙ୍କା ଶ୍ରୀ ପାତ୍ର ତୋଷରପାତ କରିଥିବା ଅଭିଯୋଗ ରହିଛି।
Popular Categories



