www.samajalive.in
Sunday, December 14, 2025
26.1 C
Bhubaneswar

ବିଶିଷ୍ଟ ଶିକ୍ଷାବିତ ଡ. ଶିବପ୍ରସାଦ ରଥଙ୍କ ପରଲୋକ

ବଡ଼ମ୍ବା  ବଡ଼ମ୍ବାର ବିଶିଷ୍ଟ ଶିକ୍ଷାବିତ ତଥା ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି, କୋରାପୁଟସ୍ଥିତ କେନ୍ଦ୍ରିୟ ବିଶ୍ୱବିଦ୍ୟାଳୟର ପୂର୍ବତନ ନିର୍ଦେଶକ ପ୍ରଫେସର ଡ.ଶିବପ୍ରସାଦ ରଥଙ୍କର ୭୫ ବର୍ଷ ବୟସରେ ସୋମବାର ମଧ୍ୟାହ୍ନରେ ଭୁବନେଶ୍ୱରସ୍ଥ ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ଘଟିଛି । ସ୍ୱର୍ଗତ ରଥଙ୍କ ବିୟୋଗରେ ରାଜ୍ୟ ଶିକ୍ଷାଜଗତ ସହିତ ବଡ଼ମ୍ବାର ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି । ତତ୍କାଳୀନ ରେଭେନ୍ସା ମହାବିଦ୍ୟାଳୟ, ଯାଯପୁର ଏନସି କଲେଜରେ ଅଧ୍ୟାପନା କରିବା ପରେ ସେ ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାରର ଉଦ୍ଭିଦ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଥିଲେ । କେବଳ ଜଣେ ଶିକ୍ଷାବିତ୍ ଭାବେ ନୁହେଁ  ସ୍ୱର୍ଗତ ରଥ ଜଣେ ଜଣାଶୁଣା ମଞ୍ଚ କଳାକାର, ନାଟ୍ୟ ନିର୍ଦେଶକ ଏବଂ ନାଟକ ପ୍ରେମୀ ତଥା କଳା ଓ ସଂସ୍କୃତି ଅନୁରାଗୀ ଭାବେ ଅଞ୍ଚଳରେ ବେଶ ପରିଚିତ ଥିଲେ। ତାଙ୍କ ବିୟୋଗରେ ବଡ଼ମ୍ବା ବିଧାୟକ ଦେବୀପ୍ରସାଦ ମିଶ୍ର, ପୂର୍ବତନ ବିଧାୟକ ସମୀର କୁମାର ରାଉତରାୟ, ସେବାନିବୃତ ଆଇଏଫଏସ ଲକ୍ଷ୍ମୀକାନ୍ତ ଦାଶ, ଜିଲା ପରିଷଦ ସଦସ୍ୟ ରବିନ୍ଦ୍ରକୁମାର ସାହୁ, ବ୍ଲକ ଅଧ୍ୟକ୍ଷ ରଘୁପତି ମହାନ୍ତି, ପୂଜ୍ୟପୂଜା ପରିଷଦ ସଭାପତି ବିରଜା ଚରଣ ପଟ୍ଟନାୟକ, ସମ୍ପାଦକ ଅମରେଶ ରଥ, ପ୍ରାଣଯୋଗ ପ୍ରତିଷ୍ଠାନର ଅଧ୍ୟକ୍ଷ ଚନ୍ଦ୍ରଶେଖର ମହାନ୍ତି, ବିକଚ ସାହିତ୍ୟ ସଂସଦ ସଭାପତି ଦୁର୍ଯ୍ୟୋଧନ ବରାଳ, ପୂର୍ବତନ କଲେଜ ଅଧ୍ୟକ୍ଷ କୁମାରେଶ ରଥ ପ୍ରମୁଖ ବଡ଼ମ୍ବାର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଗଭୀର ଶୋକପ୍ରକାଶ କରିବାସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି। ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories