ଶେଷ ଅଧିବେଶନରେ ଗୋଟିଏ ଫ୍ରେମରେ ଶାସକ-ବିରୋଧୀ ବିଧାୟକ ଏକାଠି
ଭୁବନେଶ୍ୱର: ଶୋଡଷ ବିଧାନସଭାର ଅନ୍ତିମ ଅଧିବେଶନ ଶେଷ ହୋଇଛି । ଶୁକ୍ରବାର ଶେଷ ଦିନରେ ଭାବବିହ୍ୱଳ ହୋଇଥିଲେ ସବୁ ଦଳର ବିଧାୟକ । ଶେଷରେ ଗୋଟିଏ ଫ୍ରେମରେ ଏକାଠି ହୋଇଥିଲେ ଶାସକ-ବିରୋଧୀ ବିଧାୟକ । ବିଧାନସଭା ସହ ଥିବା ସବୁ ସ୍ମୃତିକୁ ଉଜ୍ଜିବିତ କରିଥିଲେ । ଏକାଠି ହୋଇ ସମସ୍ତେ ଫଟୋ ଉଠାଇବା ସହ ଅନୁଭୂତି ବାଣ୍ଟିଥିଲେ । ଆଗାମି ନିର୍ବାଚନରେ ପୁଣି ଲୋକଙ୍କ ଆଶିୀର୍ବାଦ ମିଳିଲେ ବିଧାନସଭାକୁ ଆସିବାର ସୁଯୋଗ ପାଇବେ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସମସ୍ତ ବିଧାୟକ ଏକାଠି ହୋଇ ଫଟୋ ଉଠାଇଥିଲେ । ଅନେକ ବରିଷ୍ଠ ନେତା ଏଥର ରାଜନୀତିରୁ ସନ୍ୟାସ ନେବାକୁ ନିଷ୍ପତି ନେଇଥିବାରୁ ସମସ୍ତଙ୍କୁ କୋଳାଇ ନେଇ ହାତ ମିଶାଇଥିଲେ ଏବଂ ଆଗାମି ଦିନ ପାଇଁ ଶୁଭେଚ୍ଛା ଜଣାଇଥିଲେ ।
Comments are closed.