www.samajalive.in
Saturday, December 6, 2025
16.1 C
Bhubaneswar

ପାକିସ୍ତାନରେ କିଏ ହେବ ପ୍ରଧାନମନ୍ତ୍ରୀ ? ଜାଣନ୍ତୁ କିଏ ପାଇଲେ କେତେ ଆସନ

ସମାଜ ଡିଜିଟାଲ ଡେସ୍କ: ପାକିସ୍ତାନରେ ସାଧାରଣ ନିର୍ବାଚନର ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେଉଛି । କିଛି ଆସନରେ ଫଳାଫଳ ସ୍ପଷ୍ଟ ହୋଇଥିବା ବେଳେ କିଛି ଆସନରେ ଏପର୍ଯ୍ୟନ୍ତ ଫଳାଫଳ ଘୋଷଣା ହୋଇନାହିଁ । କିନ୍ତୁ ରାଜନୈତିକ ଚିତ୍ର ସ୍ପଷ୍ଟ ହୋଇଛି । ଏହି ନିର୍ବାଚନରେ ଇମ୍ରାନ ଖାନଙ୍କ ଶକ୍ତି ଦେଖିବାକୁ ମିଳିଛି । ନିର୍ବାଚନରେ ପିଟିଆଇ ଦ୍ୱାରା ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ସର୍ବାଧିକ ସଂଖ୍ୟକ ଆସନ ପାଇଛନ୍ତି । ହେଲେ ପାର୍ଟି ଦୃଷ୍ଟିକୋଣରୁ ନୱାଜ ସରିଫ୍‍ଙ୍କ ପାର୍ଟି ପାକିସ୍ତାନ ମୁସଲିମ୍‍ ଲିଗ୍‍-ନୱାଜ୍‍ (ପିଏମଏଲ-ଏନ୍‍) ସବୁଠୁ ବଡ ଦଳ ଭାବରେ ଉଭା ହୋଇଛି । ଯଦିଓ ପାକିସ୍ତାନର ଲୋକମାନେ ଇମ୍ରାନ ଖାନଙ୍କ ଦ୍ୱାରା ସମର୍ଥିତ ପ୍ରାର୍ଥୀଙ୍କୁ ପ୍ରଥମ ପସନ୍ଦ କରିଛନ୍ତି । କିନ୍ତୁ ନୱାଜ ସରିଫ ସରକାର ଗଠନ ଦିଗରେ ଆଗୁଆ ଦାବିଦାର ରହିଛନ୍ତି ।

ପାକିସ୍ତାନ ନିର୍ବାଚନ ଆୟୋଗଙ୍କ ସୂଚନା ଅନୁସାରେ ମୋଟ ୨୬୫ଟି ସିଟ ମଧ୍ୟରୁ ୨୨୪ଟି ନିର୍ବାଚନମଣ୍ଡୀର ଫଳାଫଳ ଘୋଷଣା କରାଯାଇଛି । ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୯୨ ଟି ଆସନ ପାଇଥିବାବେଳେ ନୱାଜ ସରିଫଙ୍କ ପିଏମଏଲ-ଏନ ୬୩ ଟି ଆସନ ଏବଂ ବିଲାୱାଲ ଭୁଟ୍ଟୋଙ୍କ ପିପିପି ୫୦ ଟି ଆସନ ପାଇଛନ୍ତି। ଏହା ବ୍ୟତୀତ ଅନ୍ୟ ଦଳଗୁଡିକ ୧୯ ଟି ସିଟ୍ ପାଇଛନ୍ତି। ପାକିସ୍ତାନ ନିର୍ବାଚନରେ ଇମ୍ରାନ ଖାନଙ୍କ ସମର୍ଥିତ ସ୍ୱାଧୀନ ପ୍ରାର୍ଥୀମାନେ ୯୨ ଟି ଆସନ ଜିତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

- Advertisement -

ସାଧାରଣ ନିର୍ବାଚନରେ ସର୍ବ ବୃହତ ଦଳ ଭାବେ ନୱାଜ ସରିଫଙ୍କ ଦଳ ଉଭା ହୋଇଥିବାରୁ ସେ ଏକ ମିଳିତ ସରକାର ଗଠନ କରିବାକୁ ଦାବି କରିଛନ୍ତି । ଏଥିପାଇଁ ସେ ଅନ୍ୟ ଦଳ ସହ ହାତ ମିଳାଇବାକୁ ପ୍ରୟାସ କରିଛନ୍ତି । ଲାହୋରର ପାକିସ୍ତାନୀ ମୁସଲିମ୍‍ ଲିଗ୍‍-ନୱାଜ (ପିଏମଏଲ-ଏନ) କେନ୍ଦ୍ରୀୟ ସଚିବାଳୟରେ ଦଳର ସମର୍ଥକଙ୍କୁ ସମ୍ବୋଧିତ କରି କୌଣସି ଦଳ ସହ ମେଣ୍ଟ ନକରିବା ନେଇ ନିଜର ଆଭିମୁଖ୍ୟ ବଦଳାଇ ୭୪ବର୍ଷିୟ ନୱାଜ ସରିଫ କହିଛନ୍ତି ପାକିସ୍ତାନକୁ ଏହି ସମସ୍ୟାରୁ ମୁକ୍ତ କରିବା ଦରକାର । ସମସ୍ତ ରାଜନୈତିକ ଦଳ ଏକାଠି ବସି ସରକାର ଗଠନ କରିବା ଆବଶ୍ୟକ ବୋଲି ନୱାଜ କହିଛନ୍ତି ।

 

Hot this week

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

ଜନ୍ମଦିନ ପାଳନ ପାଇଁ ମୋବାଇଲ ଲୁଟ୍‌

ଫୁଲବାଣୀ: ଏକ ମୋବାଇଲ ଲୁଟ କରି ଆକ୍ରମଣ କରିବା ଘଟଣାରେ ଫୁଲବାଣୀ...

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

Related Articles

Popular Categories