www.samajalive.in
Saturday, December 6, 2025
16.1 C
Bhubaneswar

ଧନୁଯାତ୍ରାର ଶେଷ ଦିନରେ ଶ୍ରୀକୃଷ୍ଣଙ୍କ ହାତରେ ବଧ ହେବେ କଂସାସୁର

ବରଗଡ଼ : ଗୁରୁବାର ବିଶ୍ବ ପ୍ରସିଦ୍ଧ ବରଗଡ ଧନୁଯାତ୍ରାର ଶେଷ ଦିନ। ଶ୍ରୀକୃଷ୍ଣଙ୍କ ହାତରେ ବଧ ହେବେ ମହାରାଜ କଂସ। କୃଷ୍ଣ ବଳରାମଙ୍କ ମଥୁରା ଭ୍ରମଣ, କୁବଳୟା ବଧ, ଅଷ୍ଟମଲ୍ଲ ବଧ, ଶିବଧନୁ ଭଗ୍ନ, କଂସ ବଧ ଏବଂ ପରିଶେଷରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ଦୃଶ୍ୟ ଅଭିନୀତ ହେବ । ମହାରାଜ କଂସଙ୍କ ଅତ୍ୟାଚାରରୁ ମୁକ୍ତ ହେବେ ମଥୁରାବାସୀ । ଦୀର୍ଘ ୧୧ ଦିନ ଧରି ଯାତ୍ରା ଚାଲିଥିବାବେଳେ ଗୁରୁବାର ଏହାର ଯବନୀକା ପଡିବ । ବୁଧବାର ଦଶମ ଦିନରେ ମଥୁରାରେ କୃଷ୍ଣ ବଳରାମ ପହଞ୍ଚିଥିଲେ । ପ୍ରଭୁଙ୍କୁ ଦର୍ଶନ କରିବା ଲାଗି ବରଗଡରେ ପ୍ରବଳ ଜନସମାଗମ ହୋଇଥିଲା । ଦଶମ ଦିନରେ ନଗର ଭ୍ରମଣ ସହ ମହାରାଜ କଂସ ରଙ୍ଗ ମହଲରେ ଗୀତ ନାଚର ମଜା ଉଠାଇଥିଲେ। ଏହାପରେ କଂସ ରାତିରେ ଶୋଇଥିବାବେଳେ ସ୍ବପ୍ନରେ କୃଷ୍ଣ ଭଗବାନଙ୍କୁ ଦେଖି ବ୍ୟତିବ୍ୟସ୍ତ ହୋଇପଡିଥିଲେ। କିନ୍ତୁ ପରେ ମନ୍ତ୍ରୀ ଏବଂ ସେନାପତିମାନେ ମହାରାଜାଙ୍କୁ ଆଶ୍ବସ୍ତି ଦେଇଥିଲେ। ଗୁରୁବାର ଶେଷ ଦିନରେ କଂସାସୁର ବଧ ଦେଖିବାକୁ ପ୍ରବଳ ଭିଡ ଜମିବା ନେଇ ଆଶା କରାଯାଉଛି।

Hot this week

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

Related Articles

Popular Categories