www.samajalive.in
Saturday, December 6, 2025
26.1 C
Bhubaneswar

ହତ୍ୟାକାଣ୍ଡ ଘଟାଇ ଅଭିଯୁକ୍ତ କରିଥିଲା ଏପରି ଭୁଲ

ନୂଆଦିଲ୍ଲୀ : ପ୍ରତିଦିନ ଅନେକ ଗୁଡିଏ ହତ୍ୟାକାଣ୍ଡର ଘଟଣା ସାମ୍ନାକୁ ଆସୁଛି । ହତ୍ୟା ପରେ ଅଭିଯୁକ୍ତ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରେ ଯାହା ଦ୍ୱାରା କେହି ତାଙ୍କୁ ଧରି ପାରିବେ ନାହିଁ। ଯେତେବେଳେ କୌଣସି ବ୍ୟକ୍ତି, ଗୋଟିଏ ପରେ ଗୋଟିଏ ହତ୍ୟା କରିଚାଲେ ଏବଂ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା ବାରମ୍ବାର ଜାରି ରଖିଥାଏ । ତାହା ପୁଣି ୭୬ ଟି ହତ୍ୟା ମାମଲାର । ଯାହାକି ପୁଲିସକୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି । ଦକ୍ଷିଣ ଆଫ୍ରିକାରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ଯୁବକ ଜାଣିଶୁଣି ୭୬ ଟି ହତ୍ୟାକାଣ୍ଡ ଘଟାଇ ମୃତଦେହକୁ ଫୋପାଡି ଦେଇଥିଲା।

ଜଣଙ୍କୁ ହତ୍ୟା ପରେ ଅଭିଯୁକ୍ତ ମୃତ ଦେହରେ ପେଟ୍ରୋଲ ଢାଳି ଏହାକୁ ନଷ୍ଟ କରିବାକୁ ଅନ୍ୟମାନଙ୍କୁ ହସ୍ତାନ୍ତର କରିଥିଲା। ଏହି ସମୟରେ ଅଗ୍ନିକାଣ୍ଡ ବୃଦ୍ଧି ପାଇ ବିଲ୍ଡିଂରେ ବ୍ୟାପି ଯାଇଥିଲା । ଏହି ଦୁର୍ଘଟଣାରେ ଭିତରର ୭୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଅଗ୍ନିକାଣ୍ଡର ପ୍ରାୟ ଏକ ବର୍ଷ ପରେ ବର୍ତ୍ତମାନ ପୁଲିସ ଏହି ମାମଲାରେ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସର ସୂଚନା ଅନୁସାରେ, ଗତ ବର୍ଷ ଜୋହାନ୍ସବର୍ଗର ଏକ ପାଞ୍ଚ ମହଲା କୋଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା। ଏହି ଘଟଣାରେ ଏତେ ସଂଖ୍ୟକ ଲୋକଙ୍କ ଜୀବନ ନଷ୍ଟ ହେବା ନେଇ ତଦନ୍ତ ଚାଲିଥିଲା। ଏହି ସମୟ ମଧ୍ୟରେ ଅଭିଯୁକ୍ତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଥିଲା।

- Advertisement -

ଅଭିଯୁକ୍ତଙ୍କୁ ପଚରାଉଚରା ବେଳେ ଏକ ଆଶ୍ଚର୍ୟ୍ୟଜନକ ତଥ୍ୟ ସାମ୍ନାକୁ ଆସିଥିଲା। ଦକ୍ଷିଣ ଆଫ୍ରିକା ଗଣମାଧ୍ୟମରେ ପ୍ରକାଶିତ ସାକ୍ଷ୍ୟର ରିପୋର୍ଟ ଅନୁଯାୟୀ, ୨୯ ବର୍ଷୀୟ ଯୁବକଙ୍କ ପରିଚୟ ପୁଲିସ ଏପର୍ୟ୍ୟନ୍ତ ପ୍ରକାଶ କରିନାହିଁ। ପଚରାଉଚରା ବେଳେ ସେ ସ୍ୱୀକାର କରିଛନ୍ତି ଯେ ଅଗଷ୍ଟ ୨୦୨୩ ଯେଉଁ ରାତିରେ ଅଗ୍ନିକାଣ୍ଡ ଘଟିଥିଲା ସେ ଦିନ ଅନ୍ୟ ଜଣଙ୍କୁ ଗଳା କାଟି ହତ୍ୟା କରିଥିଲେ। ପରେ ସେ ମୃତକଙ୍କ ଦେହରେ ପେଟ୍ରୋଲ ଢାଳି ପୋଡି ଦେଇଥôଲା ।
ଅଭିଯୁକ୍ତ ଜଣଙ୍କ ସାକ୍ଷ୍ୟରେ କହିଛନ୍ତି ଯେ ସେ ନିଶା ସେବନ କରିଥିଲେ ଏବଂ ଉକ୍ତ ଅଟ୍ଟାଳିକାରେ ରହୁଥିବା ଅନ୍ୟ ଜଣେ ଡ୍ରଗ୍ ଡିଲର ତାଙ୍କୁ ସେହି ବ୍ୟକ୍ତିଙ୍କୁ ହତ୍ୟା କରିବାକୁ ନିର୍ଦ୍ଦେଶ ଦେଇଥିଲେ। ପୁଲିସ ସୂଚନା ଦେଇ କହିଛି ଯେ ବର୍ତ୍ତମାନ ଏହି ବ୍ୟକ୍ତିଙ୍କ ବିରୋଧରେ ୭୬ ହତ୍ୟା ମାମଲା ଏବଂ ୧୨୦ ହତ୍ୟା ଉଦ୍ୟମ ମାମଲା ରୁଜୁ ହୋଇଛି। ଅଗ୍ନିକାଣ୍ଡ ଘଟଣାରେ ଉକ୍ତ ବ୍ୟକ୍ତିଙ୍କ ବୟାନ ଅପରାଧିକ ମାମଲା ନୁହେଁ । କିନ୍ତୁ ଅଗ୍ନିକାଣ୍ଡ ସମ୍ପର୍କରେ ତାଙ୍କ ସ୍ୱୀକାରୋକ୍ତି ଆଶ୍ଚର୍ୟ୍ୟଜନକ କରିଥିଲା। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଛି ଏବଂ କେଉଁଠି ସୁରକ୍ଷା ତ୍ରୁଟି ଥିଲା ତାହା ଜାଣିବାକୁ ପୁଲିସ ପ୍ରୟାସ କରୁଛି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories