www.samajalive.in
Saturday, December 6, 2025
14.1 C
Bhubaneswar

ଅସହ୍ୟ ; ଉତ୍ତରରୁ ଥରୁଛି ଦକ୍ଷିଣ ଭାରତ,ଘନ କୁହୁଡି ସାଙ୍ଗକୁ କଲବଲ କରୁଛି ଶୀତ ଲହରୀ 

ନୂଆଦିଲ୍ଲୀ : ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ଅସହ୍ୟ ଜାଡ ଅନୁଭୂତ ହେଉଛି। କୋହଲା ପାଗକୁ ଥଣ୍ଡା ପବନ କଲବଲ କରୁଛି। ପାଣିପାଗ ବିଭାଗ ପକ୍ଷରୁ ରାଜସ୍ଥାନ, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ହରିୟାଣା ଓ ଉତ୍ତରପ୍ରଦେଶରେ ଶୀତ ଲହରୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ, ବିହାର, ଦିଲ୍ଲୀ, ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ, ପଶ୍ଚିମବଙ୍ଗ, ଓଡିଶା ଓ ପୂର୍ବ ଉତ୍ତରର ଅନେକ ସ୍ଥାନରେ ଘନ କୁହୁଡି ଜାରି ରହିବ। ପାଣିପାଗ ବିଭାଗ କେନ୍ଦ୍ର ଦିଲ୍ଲୀ ଏନସିଆରରେ ୨୬ ଜାନୁଆରୀ ପର୍ଯ୍ୟନ୍ତ ମଧ୍ୟମ ସ୍ତରର, ପଞ୍ଜାବ, ହରିୟାଣା ଓ ଉତ୍ତରଭାରତରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଘନ କୁହୁଡି ହେବା ନେଇ ପୂର୍ବାନୁମାନ କରିଛି।

ଘନ କୁହୁଡି ଓ ଖରାପ ପାଗ କାରଣରୁ ବୁଧବାର ଦିଲ୍ଲୀ ବିମାନବନ୍ଦରରେ ୨୭୭ ଆନ୍ତଃର୍ଜାତୀୟ ଓ ଘରୋଇ ବିମାନ ଉଡାଣ ପ୍ରଭାବିତ ହୋଇଛି। ୧୫ ବିମାନ ବାତିଲ ହୋଇଛି। ସେହିପରି ରାଜଧାନୀ ଏକ୍ସପ୍ରେସ ସହ ଦୂର ସ୍ଥାନକୁ ଯାତ୍ରା କରୁଥିବା ୭୫ ଟ୍ରେନ ପାଞ୍ଚ ଘଣ୍ଟା ବିଳମ୍ବରେ ଚାଲିଥିଲା। ଉତ୍ତର ଭାରତରେ ଅଧିକାଂଶ ସ୍ଥାନରେ ବର୍ଷା ଜାରି ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories