BJD Bijuli 480×75 Mob

ବେଦାନ୍ତ ଲିମିଟେଡରେ ଅଘଟଣ, ବକ୍ସାଇଟ ବୋଝେଇ ଗାଡ଼ି ଚାପାରେ ୨ ଶ୍ରମିକ ମୃତ 

କମ୍ପାନୀ ପକ୍ଷରୁ ଦୁଇ ପରିବାରକୁ ୧୩ଲକ୍ଷ ଲେଖାଏଁ ସହାୟତା ରାଶି ପ୍ରଦାନ

BJD Bijuli 480×75 Mob

ଲାଞ୍ଜିଗଡ଼: ଲାଞ୍ଜିଗଡ଼ ସ୍ଥିତ ବେଦାନ୍ତ କାରଖାନା ପରିସରରେ ଘଟିଛି ଏକ ଅଘଟଣ। ଏକ ବକ୍ସାଇଟ ବୋଝେଇ ଗାଡି ଚାପାରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଦ୍ବୟ ଝାଡ଼ଖଣ୍ଡ ଅଞ୍ଚଳର ମୁକେଶ ଟୁଡୁ(୩୩) ଓ ଅଭିମନ୍ୟୁ କୁମାର ଜେନା (୩୫)ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏକ ବକ୍ସାଇଟ ବୋଝେଇ ହାଇୱା ଗାଡି ଅନଲୋଡିଙ୍ଗ କରୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ସେପଟୁ ଦୁଇ ଜଣ ଶ୍ରମିକ ପାଣି ଆଣି ଆସୁଥିବା ବେଳେ ଗାଡି ତାଙ୍କ ଉପରେ ପଡିଥିଲା । ଫଳରେ ଘଟଣା ସ୍ଥଳରେ ଶ୍ରମିକ ଦ୍ବୟଙ୍କ ମୃତ୍ୟୁ ହୋଇଥିଲା । ମୃତ୍ୟୁ ପରେ ବେଦାନ୍ତ ଶ୍ରମିକ ମହଲରେ ଶୋକର ଛାୟା ଖେଳି ଯାଇଛି । ଘଟଣାର ଖବର ପାଇ ଲାଞ୍ଜିଗଡ଼ ପୁଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ଏକ ମାମଲା ନଂ ୧୨/୨୨ ରେ ରୁଜୁ କରି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । କମ୍ପାନୀ ପକ୍ଷରୁ ମୃତକଙ୍କ ପରିବାର ଲୋକଙ୍କୁ ୧୩ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ବେଳେ ଶବ ସତ୍କାର ପାଇଁ ଏକ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଇଛି। ମୃତ ଦେହକୁ ତାଙ୍କ ଜନ୍ମ ମାଟିକୁ ପଠାଯାଇଛି ।

Comments are closed.