ଲଟା ବୁଦା ଯୋଗୁଁ ଦେଖାଯାଉନି ରାସ୍ତା- ଘାଟୀ ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ତିନି ଗୁରୁତର

ଲାଞ୍ଜିଗଡ :ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ମୂଷାନାଳ ରୁ ବିଶ୍ୱନାଥପୁର କୁ ସଂଯୋଗ କରୁଥିବା ପ୍ରଧାନମନ୍ତ୍ରୀ ରାସ୍ତାର ହାତୀଶାଳ ଘାଟି ବୁଲାଣିରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଷଷ୍ଠ ଶ୍ରେଣୀର ଛାତ୍ରୀ ଓ ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ସମେତ ତାଙ୍କ ବାପା ଗୁରୁତର ହୋଇଛନ୍ତି ।ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଧାର କରି ବିଶ୍ୱନାଥ ପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।

prayash

ସୂଚନାମତେ ଆଜି ସକାଳେ ୯ଟା ସମୟରେ ଲାଞ୍ଜିଗଡ ବ୍ଳକ କୁମଖାଲ ପଞ୍ଚାୟତ ଖଜୁରଗୁଡା ଗ୍ରାମର ଟଙ୍କ ହରିଜନ ନିଜ ପୁଅ ଖୀରସିନ୍ଧୁ ହରିଜନ(୧୬)ଓ ଝିଅ ଖୁସି ହରିଜନ(୧୧)ଙ୍କୁ ନିଜ ବାଇକରେ ଲାଞ୍ଜିଗଡ ଆଦର୍ଶ ବିଦ୍ୟାଳୟକୁ ଛାଡିବାକୁ ଆସୁଥିଲେ ।ଠି କ ଏହି ସମୟରେ ବିଶ୍ୱନାଥପୁର ନିକଟସ୍ଥ ହାତୀଶାଳ ଘାଟି ବୁଲାଣିରେ ସାମ୍ନା ପଟୁ ଅନ୍ୟ ଏକ ବାଇକ(ଓଡ଼ି-୦୮ ଏସ ୩୮୭୮) ନେଇ ବିଶ୍ୱନାଥପୁର ପଞ୍ଚାୟତ ଡୁମେରମୁଣ୍ଡା ଗ୍ରାମର ଗୁନି ହରିଜନ ଜଣେ ମହିଳା ଯଶବନ୍ତି ନାଗ ଓ ଛୋଟ ଶିଶୁ ମଣ୍ଟୁ ନାଗକୁ ନେଇ ବିପରୀତ ଦିଗରେ ସେହି ରାସ୍ତାରେ ମୂଷାନାଳ ଯାଉଥିଲେ । ହଠାତ ଉଭୟ ବାଇକ ହାତୀଶାଳ ଘାଟୀରେ ବୁଲାଣିରେ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଛାତ୍ରଛାତ୍ରୀଙ୍କ ସମେତ ବାପା ଟଙ୍କ ୧୦ ଫୁଟ ଦୂରକୁ ଛିଟିକି ପଡ଼ିଥିଲେ।ଯାହା ଫଳରେ ତିନି ଜଣ ଗୁରୁତର ହୋଇଛନ୍ତି।

ଝିଅ ଖୁସିର ବାମ ଆଖିରେ ଓ ଡାହାଣ ହାତରେ ଆଘାତ ଲାଗିଥିବା ବେଳେ ପୁଅ ଖୀରସିନ୍ଧୁ ମୁହଁରେ ଜୋରରେ ଆଘାତ ଲାଗିଛି । ଅନ୍ୟ ପକ୍ଷରେ ବାପା ଟଙ୍କଙ୍କୁ ଅଚେତ ଅବସ୍ଥାରେ ବିଶ୍ୱନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।ଏହି ଖବର ପାଇ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ କ୍ଷୀରେଶ୍ୱର ପଧାନ ଡାକ୍ତରଖାନାକୁ ଆସି ନିଜ ଗୁରୁତର ଆହତ ଛାତ୍ରଛାତ୍ରୀଙ୍କୁ ଦେଖି ମେଡିକାଲ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିଥିଲେ । ବର୍ତ୍ତମାନ ଉକ୍ତ ହାତୀ ଶାଳ ଘାଟୀରେ ଦୁଇ ପାର୍ଶ୍ଵରେ ଲଟାବୁଦା ଭରପୁର ରହିଥିବା ବେଳେ ସାମ୍ନା ପଟୁ ଆସୁଥିବା ଗାଡି ଦେଖା ଯାଉନାହିଁ । ଯାହା ଫଳରେ ଏକ ମାସ ମଧ୍ୟରେ ପ୍ରାୟ ୭ ରୁ ଅଧିକ ଦୁର୍ଘଟଣା ଘଟିଥିବା ବେଳେ ଏହା ଏକ ଦୁର୍ଘଟଣା କେନ୍ଦ୍ର ପାଲଟିଛି।ଏନେଇ ରାସ୍ତା ଦୁଇ ପାର୍ଶ୍ଵରେ ଥିବା ଲଟାବୁଦାକୁ କାଟିବା ପାଇଁ ଦାୟୀତ୍ୱରେ ଥିବା ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଶୁଣୁନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Comments are closed.