www.samajalive.in
Monday, December 15, 2025
14.1 C
Bhubaneswar

ବେଦାନ୍ତ ହସ୍ପିଟାଲରେ ରକ୍ତଦାନ ଶିବିର ଅନୁଷ୍ଠିତ

ଲାଞ୍ଜିଗଡ଼: ବିଶ୍ୱ ରକ୍ତଦାନ ଦିବସ ଅବସରରେ ଆଜି ଲାଞ୍ଜିଗଡସ୍ଥିତ ବେଦାନ୍ତ ହସ୍ପିଟାଲ ପରିସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ବେଦାନ୍ତ ଲିମିଟେଡ ସିଏସ୍‌ଆର୍ ବିଭାଗ ଏବଂ ବେଦାନ୍ତ ହସ୍ପିଟାଲର ମିଳିତ ଆନୁକୂଲ୍ୟରେ ଆୟୋଜିତ ରକ୍ତଦାନ ଶିବିରକୁ ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ଏଥିରେ ଅତିଥି ଭାବେ ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ଲାଞ୍ଜିଗଡ ସରପଞ୍ଚ ସରସ୍ୱତୀ ମୁଣ୍ଡା, ବେଦାନ୍ତ ସୁରକ୍ଷା ଓ ପରିବେଶ ବିଭାଗ ମୁଖ୍ୟ ହର୍ଷବର୍ଦ୍ଧନ ପାଣ୍ଡେ, ସିଏସ୍‌ଆର୍ ବିଭାଗର ଦିଲିପ ପ୍ରଜାପତି, ସମାଜସେବୀ ହରିଶଙ୍କର ପାତ୍ର, ସୁବାସ ଅଗ୍ରବାଲ, ଲାଞ୍ଜିଗଡ଼ ପ୍ରେସ୍ କ୍ଲବର କୋଷାଧ୍ୟକ୍ଷ ପରେଶ କୁମାର ନାୟକ, ସଦସ୍ୟ କ୍ଷମାନିଧି ମହାକୁଡ ପ୍ରମୁଖ ଯୋଗ ଦେଇଥିଲେ।

ବେଦାନ୍ତ ହସ୍ପିଟାଲର ମୁଖ୍ୟ ପରିଚାଳନା ଅଧିକାରୀ ଅମର କୁମାର ମହାନ୍ତିଙ୍କ ତତ୍ୱାବଧାନରେ ଆୟୋଜିତ ଏହି ଶିବିର ପରିଚାଳନାରେ ଭବାନୀପାଟଣା ରକ୍ତ ଭଣ୍ଡାର ତରଫରୁ ଅଜିତ ନାୟକ, ସଞ୍ଜୀବ ମହାକୁଡ, ରୁକଧର ଚନ୍ଦନ, ପ୍ରଫୁଲ୍ଲ ମଲ୍ଲିକ, ବେଦାନ୍ତ ହସ୍ପିଟାଲର ଅଶୋକ ଖୋରା, ସୁନୀଲ ସେଠୀ, ପ୍ରୀତମ ପ୍ରଧାନ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ଅବସରରେ ୫୨ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories