www.samajalive.in
Tuesday, December 9, 2025
23.1 C
Bhubaneswar

ମହିଳା ଦିବସରେ ଲକ୍ଷ୍ୟଭେଦ ପ୍ରତିଯୋଗିତା, ଯୋଗଦେଲେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା

ଲାଞ୍ଜିଗଡ଼ : ନ୍ୟାସନାଲ ୟୁନିଅନ ଅଫ ବ୍ୟାକୱାର୍ଡ କ୍ଲାସ ଓ କଳାହାଣ୍ଡି ବିକାଶ ପରିଷଦର ମିଳିତ ଆୟୋଜନରେ ଗୁରୁବାର  ମହିଳା ଦିବସ ପାଳିତ ହୋଇଯାଇଛି। ପଛୁଆ, ବିଶେଷକରି ଏସସି, ଏସଟି ଓ ମାଇନରିଟି ବର୍ଗଙ୍କ ବିକାଶ ଉଦେଶ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଲାଞ୍ଜିଗଡ଼ସ୍ଥିତ ବେନ ଗାଁ ହାଇସ୍କୁଲ ପ୍ରାଙ୍ଗଣରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସୁକୃ ମାଝୀଙ୍କ ସଭାପତିତ୍ୱ କରିଥିବାବେଳେ   ଭାଗୀରଥୀ ମାଝୀ ସ୍ୱାଗତ ଭାଷଣ ପ୍ରଦାନ ଓ ସେହେନାଜ ଅଖତର ଅନୁଷ୍ଠାନର ବିବରଣୀ ପାଠ କରିଥିଲେ। ଦୀପକ ଗୌଡ଼ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ।
ବିଜେପି ଓବିସି ମୋର୍ଚା ରାଜ୍ୟ ଉପସଭାପତି ରାମ ଚନ୍ଦ୍ର ବେହେରା ସ୍ଥାନୀୟ ସମସ୍ୟା ଉପରେ ଆଲୋକପାତ କରିଥିବା ବେଳେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼ ସୁନୀତି ମୁଣ୍ଡ ସଚେତନତା ବାର୍ତ୍ତା ପ୍ରଦାନ କରିବା ଅବସରରେ ମହିଳାମାନଙ୍କର ସମାଜରେ ଥିବା ସମାନ ଅଧିକାର ଓ ସମ୍ବିଧାନ ପ୍ରଦତ୍ତ ସମସ୍ତ ସୁବିଧା ସୁଯୋଗ ସମ୍ପର୍କରେ ଆଲୋକପାତ କରିଥିଲେ। ନାରୀ ସଶକ୍ତିକରଣ କେବଳ କଥା ଓ ଭାଷଣରେ ସୀମିତ ନରହି ଵାସ୍ତବ ରୂପାୟନ ହେବା ଉପରେ ସେ ଜୋର ଦେଇଥିଲେ। ଏହି ଅବସରରେ ସ୍ଥାନୀୟ ମହିଳାଙ୍କ ମଧ୍ୟରେ ଲକ୍ଷ୍ୟଭେଦ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।
କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ମହିଳାମାନଙ୍କୁ ସାନିଟାରୀ ପ୍ୟାଡ଼ ପ୍ରଦାନ କରାଯିବା ସହିତ ତାହାର ବ୍ୟବହାର ସମ୍ପର୍କରେ ସଚେତନ କରାଯାଇଥିଲା। ଶେଷରେ ପ୍ରଧାନ ଶିକ୍ଷକ ଭବାନୀ ଶଙ୍କର ନାଗ ମହିଳା ଦିବସର ମହତ୍ତ୍ୱ ସମ୍ପର୍କରେ କହିଥିଲେ। ପୂର୍ବତନ ସରପଞ୍ଚ ଫୁଲ ମେ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଆଖପାଖ ଅଞ୍ଚଳରୁ ପ୍ରାୟ ଏକହଜାର ମହିଳାଙ୍କୁ ସାନିଟାରୀ ପେଡ଼ ବଣ୍ଟନ କରାଯାଇଥିଲା ।

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories