www.samajalive.in
Monday, December 15, 2025
27.1 C
Bhubaneswar

ଲାଞ୍ଜିଗଡ ଅଞ୍ଚଳରେ ଶ୍ରମିକଙ୍କ ମୃତ

ଲାଞ୍ଜିଗଡ:ଦାଦନ ଶ୍ରମିକ ଦିନକୁ ଦିନ ଅଞ୍ଚଳରେ ଉଗ୍ରରୂପ ନେଉଛି କେତେ ବେଳେ ଦାଦନ ଶ୍ରମିକ ସାଉକାରଙ୍କ ଠାରୁ ନିର୍ଯାତିତ ହେଉଛି, ପୁଣି କେତେବେଳେ ନିଖୋଜ ହୋଇଯାଉଛନ୍ତି। ଆଉ ପୁଣି କେତେବେଳେ ସେମାନଙ୍କ ମୃତଦେହ ହୋଇ ଗାଁକୁ ଫେଛନ୍ତି । ବିଶେଷ ଭାବରେ ଲାଞ୍ଜିଗଡ ଦୁର୍ଗମ ଅଞ୍ଚଳରେ ୩ /୪ ମାସ ଭିତରେ ୧୦ଜଣ ଦାଦନ ଶ୍ରମିକଙ୍କ ମୃତ ଦେହ ବିଭିନ୍ନ ରାଜ୍ୟରୁ ଗାଁ କୁ ଫେରୁଛି। ୭ ଦିନ ତଳେ ତାମିଲନାଡୁରୁ ଲାଖବାହାଳି ପଞ୍ଚାୟତ ଅନ୍ତର୍ଗତ ଦୋରାସାର୍ଲି ଗାଁରେ ଜଣେ ଦାଦାନ ଶ୍ରମିକଙ୍କ ମୃତ ଦେହ ପହଞ୍ଚି ଥିଲା। ଠିକ ଦଶ ଦିନ ନ ପରୁଣୁ ଆଉ ଏକ ଦାଦନ ଶ୍ରମିକଙ୍କ ମୃତ ଖବର ପହଞ୍ଚିଛି। ଏହି ପରି ଦୁଃଖଦ ଖବର ଆସିଛି ପାହାଡ଼ ପଦର ପଞ୍ଚାୟତ ଅନ୍ତର୍ଗତ କାଞ୍ଚନମୁଖୀ ଗ୍ରାମର ରାମ ମାଝୀଙ୍କ ପୁଅ ଗୋବିନ୍ଦ ମାଝୀ (୨୨ )ବୋଲି ଜଣାପଡୁଛି।

ସୂଚନା ଅନୁସାରେ ପରିବାର ପ୍ରତିପୋଷଣ ପାଇଁ କେରଳ ସ୍ଥିତ ଏକ ଘୋରଇ କମ୍ପାନୀ କୁ କିଛି ମାସ ତଳେ ଯାଇଥିଲେ ଓ ସେଠାରେ ଗଛ କଟିଙ୍ଗ କାମ କରୁଥିଲେ ଗଛ କାଟୁ କାଟୁ ଦେହ ଉପରେ ଗଛ ପଡିଯିବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ପରିବାର କହିବା ଅନୁସାରେ ଏବେ ଶବ ବ୍ୟବଛେଦ ପରେ କେରଳ ରୁ ଆମ୍ବୁଲାନ୍ସ ଯୋଗେ ଶବ କୁ ଘରକୁ ଅଣାଯିବ ବୋଲି ସୂଚନା ମିଳିଛିl ମୃତ ଖବର ପହଞ୍ଚିବା ପରେ ଗାଁ ଏବେ ଶୋକାକୁଳ ପରିବେଶ ଦେଖା ଯାଇଛି।

Hot this week

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

ଆୟୁର୍ବେଦିକ ଏବଂ ହୋମିଓପାଥିକ୍ ପିଜି ଷ୍ଟାଇପେଣ୍ଡ୍‌ ବୃଦ୍ଧି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିଭିନ୍ନ ସରକାରୀ...

Related Articles

Popular Categories