www.samajalive.in
Monday, December 15, 2025
15.1 C
Bhubaneswar

ବାପାକୁ ମରଣାତ୍ମକ ଆକ୍ରମଣ, ଥାନାରେ ଅଭିଯୋଗ କଲେ ପୁଅ

ଲାଞ୍ଜିଗଡ:କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଲାଞ୍ଜିଗଡ ସହର ବଡପଡାର ଗୌର ହରିଜନଙ୍କୁ ଉକ୍ତ ପଡାର ଉତ୍ତମ ହରିଜନ ଟାଙ୍ଗିଆରେ ମରଣାତ୍ମକ ଆକ୍ରମଣ କରିଥିବା ନେଇ ଗୌରଙ୍କ ପୁଅ ଭଗବାନ ହରିଜନ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ଆଜି ସନ୍ଧ୍ୟା ସମୟରେ ଲାଞ୍ଜିଗଡ ବଡପଡାର ଗୌର ହରିଜନ ଓ ଉକ୍ତ ପଡାର ଉତ୍ତମ ହରିଜନ ମଧ୍ୟରେ କୌଣସି କାରଣକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହା ପରେ ଉତ୍ତମ ଧରିଥିବା ନିଜ ଟାଙ୍ଗିଆରେ ଗୌରଙ୍କ ବାମ ହାତରେ ଚୋଟ ମାରିଥିବା ବେଳେ ହାତର କହୁଣୀ ନିକଟରେ ଗଭୀର ଆଘାତ ହୋଇଛି। ଏହାପରେ ଗୌରଙ୍କ ପରିବାର ଲୋକେ ଗୌରଙ୍କୁ ସ୍ଥାନୀୟ ଲାଞ୍ଜିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଭର୍ତ୍ତି କରିଥିଲେ। ଏ ସଂକ୍ରାନ୍ତରେ ତାଙ୍କ ପୁଅ ଭଗବାନ ଲାଞ୍ଜିଗଡ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଖବର ପାଇବା ପରେ ପୁଲିସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଯାଇ ଗୌର ହରିଜନକୁ ପଚରା ଉଚୁରା କରିବା ସହିତ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories