www.samajalive.in
Monday, December 15, 2025
27.1 C
Bhubaneswar

ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

ଫୁଲବାଣୀ: ମହିଳା ଜୀବିକା ସୁରକ୍ଷା ମଞ୍ଚ ଓ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଓଡ଼ିଶା ସମେତ କନ୍ଧମାଳ ଜିଲାରେ ଦ୍ୱିତୀୟ ଫସଲ ଚାଷ ପାଇଁ ଗୁଣାତ୍ମକ ବିହନର ଠିକ୍ ସମୟରେ ଉପଲବ୍ଧତା ଏବଂ ବିବିଧତା ପାଇଁ ଦାବି କରି କନ୍ଧମାଳ ଜିଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପ୍ରକାରେ ବିହନ ଓ ସାର ପାଇଁ ସବସିଡ଼ି ପାଇଁ ପଦକ୍ଷେପ ନିଆଯାଇଥିଲେ ମଧ୍ୟ ଗୁଣାତ୍ମକ ବିହନର ଉପଲବ୍ଧତା ଏକ ପ୍ରକାର ପ୍ରତିବନ୍ଧକ ହୋଇ ରହିଛି। ମାତ୍ର ୬୦ ପ୍ରତିଶତ ଚାଷୀ ସରକାରଙ୍କ ଠାରୁ ବିହନ କିଣୁଥିବା ବେଳେ ଅନ୍ୟମାନେ ବିଭିନ୍ନ ବିକଳ୍ପ ଅବଲମ୍ବନ କରୁଛନ୍ତି। ଠିକ୍ ସମୟରେ ବିହନ ବଣ୍ଟନ କଲେ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ମଧ୍ୟ ଦାବି ପତ୍ରରେ ଦର୍ଶାଯାଇଛି। ଉଭୟ ମଞ୍ଚର କର୍ମୀ ରଞ୍ଜିତା ବେହେରା, ବିନିତି ମଲିକ, ସର୍ମିଷ୍ଠା ଦିଗାଲ, କୁନି ଦିଗାଲ, ବିଷ୍ଣୁପ୍ରିୟା କହଁରଙ୍କ ଭଳି ଅନ୍ୟମାନେ ଏଥିରେ ସାମିଲ୍ ହୋଇଥିଲେ।

 

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories