ଉତ୍କଳ ବିଶ୍ବବିଦ୍ୟାଳୟର ଲୋକ ପ୍ରଶାସନ ବିଭାଗରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉଦଘାଟନ ଉତ୍ସବରେ ନାଲକୋ ମାନମ୍ବ ସମ୍ବଳ ବିଭାଗର ପୂର୍ବତନ କାର୍ଯ୍ୟନିର୍ବାହୀ ଅଧିକାରୀ ଡ.ଅଶୋକ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନେତୃତ୍ୱ ଓ ମାନବ ସମ୍ବଳ ବିଷୟରେ ଆଲୋଚନା କରିଥିଲେ। ସର୍ବାଧିକ ଉତ୍ପାଦନ ପାଇଁ ଆପଣଙ୍କୁ ସମ୍ବଳଗୁଡ଼ିକୁ ପରିଚାଳନା କରିବା ଆବଶ୍ୟକ। ପରିଚାଳନା ହେଉଛି ମୁଖ୍ୟ ପ୍ରଦର୍ଶନ ମୂଲ୍ୟାଙ୍କନ, ସେଠାରେ ବିଫଳତା ଭଳି କୌଣସି ଶବ୍ଦ ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିଫଳତା ଶବ୍ଦକୁ ମତାମତରେ ବଦଳାଇବା ଉଚିତ। ନିଜ ବକ୍ତବ୍ୟରେ ସେ ସମସ୍ତଙ୍କୁ ୫-ଡି ନୀତି ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ। ଜୀବନରେ ସଫଳତା ପାଇବା ପାଇଁ ସ୍ୱପ୍ନ, ଇଚ୍ଛା, ସମର୍ପଣ, ନିର୍ଦ୍ଦେଶନା ଓ ଶୃଙ୍ଖଳା ନୀତି ଆପଣେଇବାକୁ ସେ ଆହ୍ବାନ ଦେଇଥିଲେ।
ଲୋକପ୍ରଶାସନ ବିଭାଗ ମୁଖ୍ୟ ଡ.ପ୍ରତିମା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ପଦ୍ମାଳୟା ମହାପାତ୍ର ଓ ସହକାରୀ ପ୍ରଫେସର ଜ୍ୟୋର୍ତିମୟୀ ଟୁଡୁ ବକ୍ତବ୍ୟ ରଖିଥିଲେ। ଡ.ହେମନ୍ତ କୁମାର ଦାଶ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।



