ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପ୍ରେରଣା ଦାୟକ ବକ୍ତୃତା ମାଳା
ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରରେ ପାଠକ ପାଠିକାମାନଙ୍କ ନିମନ୍ତେ ବିଭିନ୍ନ ଜାତୀୟ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ପରୀକ୍ଷାରେ କେମିତି ଓ କିପରି କୃତକାର୍ଯ୍ୟ ହୋଇପାରିବେ ତା’ଉପରେ ଏକ ପ୍ରେରଣା ଦାୟକ ବକ୍ତୃତାର ଆୟୋଜନ କରାଯାଇଥିଲା। ଏହି ଅବସରରେ ବିଭାଗୀୟ ନିର୍ଦେଶକ ଦିଲୀପ ରାଉତରାଏ ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରି ପାଠକ ପାଠିକା ମାନେ କିପରି ନିଜ ଜୀବନରେ ଉନ୍ନତି କରି ସଫଳତାର ଶୀର୍ଷରେ ପହଞ୍ଚି ପାରିବେ ଏ ସଂପର୍କରେ ଉଦବୋଧନ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଓଡ଼ିଶା ସଂସ୍କୃତି ବିଶ୍ବବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ବାଇଁ ପାଠକ ପାଠିକାମାନଙ୍କୁ ନିଜ ସମୟର ସଦୁପଯୋଗ କରି ଭବିଷ୍ୟତ ଗଠନ କରିବା ସହିତ ନିଜ ଭିତରେ କିପରି ଆତ୍ମ ବିଶ୍ୱାସ ଜନ୍ମାଇ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇପାରିବେ, ସେଥିପାଇଁ ପ୍ରେରଣା ପ୍ରଦାନ କରିଥିଲେ। ଅତସୀ ଦାସ, ଯୁଗ୍ମ ଶାସନ ସଚିବ ତଥା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଓ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ରାଜ୍ୟ ଗ୍ରନ୍ଥାଗାରର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
Comments are closed.