www.samajalive.in
Saturday, December 6, 2025
23.1 C
Bhubaneswar

ସଡ଼କ ଦୁର୍ଘଟଣାରେ ଗୁରୁତର ଦାଦନ ଶ୍ରମିକ, ଚିକିତ୍ସା ପାଇଁ ସହାୟତା ଦାବି

ଲାଞ୍ଜିଗଡ଼: ପେଟ ଚାଖଣ୍ଡକ ପୋଷିବା ପାଇଁ ଘରୁ ଗୋଡ଼ କାଢ଼ି ସୁଦୂର ତାମିଲନାଡୁର କୋଇମ୍ବାଟରକୁ ଦାଦନ ଖଟିବାକୁ ଯାଇଥିଲେ କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବାତେଲିମା ପଞ୍ଚାୟତ ବାତେଲିମା ଗାଁର ବସନ୍ତ ହରିଜନ। ସେଠାରେ ରହି କୁଲିମଜୁରି କାମ କରି ନିଜ ପେଟ ପୋଷିବା ସହିତ ଦୁଇପଇସା ନିଜ ପରିବାର ପ୍ରତିପୋଷଣ ପାଇଁ ରୋଜଗାର କରୁଥିଲେ। ତେବେ ପରିବାରର ଜଣେ ମାତ୍ର ରୋଜଗାରିଆ ବ୍ୟକ୍ତି ବସନ୍ତ ଗୁରୁବାର ସନ୍ଧ୍ୟାରେ କାମ ସାରି ରାସ୍ତା କଡ଼ରେ ଚାଲିଯାଉଥିବାବେଳେ ଦ୍ରୁତଗତିରେ ଯାଉଥିବା ଏକ ବସ୍ ତାଙ୍କୁ ଧକ୍କା ଦେଇ ପଳାଇଯାଇଥିଲା।

ଏଥିରେ ବସନ୍ତ ଗୁରୁତର ହୋଇ ରାସ୍ତାକଡ଼ରେ ପଡ଼ିଯାଇଥିଲେ। ତାଙ୍କୁ ଗୁରୁତର ଭାବେ ରାସ୍ତାକଡ଼ରୁ ଉଦ୍ଧାର କରି କୋଇମ୍ବାଟୁର ପୁଲିସ ସେଠାକାର ସିଏମସି ହସ୍ପିଟାଲରେ ଭର୍ତ୍ତି କରିଥିଲା। ତାଙ୍କର ଅଣ୍ଟା ଓ ଡାହାଣ ଗୋଡ଼ରେ ଗଭୀର ଆଘାତ ଲାଗିଥିବାବେଳେ ସେ ହସ୍ପିଟାଲର ଆଇସିୟୁ ବେଡରେ ଏବେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଏ ସଂପର୍କରେ ଖବର ପାଇ ତାଙ୍କର ଜଣେ ସଂପର୍କୀୟ ଭାଇ ଓ ତାଙ୍କ ସ୍ତ୍ରୀ ଘରୁ ବାହାରି ଆଜି ସକାଳୁ ଉଭୟ କୋଇମ୍ବାଟୁରରେ ପହଞ୍ଚିଛନ୍ତି।

- Advertisement -

ଗୁରୁତର ବସନ୍ତ ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତି ହୋଇଥିବାବେଳେ ସେ ଗୁରୁତର ହୋଇ ପଡ଼ିବାରୁ ତାଙ୍କ ପରିବାର ଉପରେ ବିପଦର ପାହାଡ଼ ଛିଣ୍ଡି ପଡ଼ିଛି। ବସନ୍ତଙ୍କ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ଥିବାବେଳେ ତାଙ୍କୁ ସରକାରୀ ସହାୟତା ଆବଶ୍ୟକ ହେଉଛି। ଏଣୁ ତାଙ୍କୁ ଓଡ଼ିଶା ସରକାର ଓ ଶ୍ରମ ବିଭାଗ ତୁରନ୍ତ ସହାୟତାର ହାତ ବଢ଼ାଇବା ଓ ଚିକିତ୍ସା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦାବି ହେଉଛି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories