www.samajalive.in
Monday, December 15, 2025
24.1 C
Bhubaneswar

ସୀତାପୁର ଗାଁରେ ସରକାରଙ୍କ ବିକାଶର ଚିତ୍ର, ରାସ୍ତା ପାଇଁ ଯମଦଣ୍ଡ ଭୋଗୁଛନ୍ତି ଅଞ୍ଚଳବାସୀ

ଲାଞ୍ଜିଗଡ:ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟି ଚାଲିଥିବା ବେଳେ ଲାଞ୍ଜିଗଡ ବ୍ଲକ ରେ ଥିବା ଗ୍ରାମାଞ୍ଚଳରେ ସରକାରଙ୍କ ବିକାଶ ବାରିହୋଇ ପଡୁଛି । ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା କରି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ହେଲେ ପ୍ରଶାସନିକ ଅଧିକାରୀଙ୍କ ଇଛା ଶକ୍ତିର ଅଭାବ ଯୋଗୁଁ ଏହି ଯୋଜନା ସବୁ ବାଟବଣା ହେବାରେ ଲାଗିଛି ।ଲାଞ୍ଜିଗଡ ବ୍ଳକରେ ଅନେକ ଗାଁ ଅଛି ଯେଉଁ ଗାଁରେ କି ଏ ପର୍ଯ୍ୟନ୍ତ ବିକାଶର ଛିଟା ମଧ୍ୟ ବାଜିନାହିଁ। ଲୋକେ ସରକାରଙ୍କ ମୌଳିକ ଅଧିକାର ରୁ ବଞ୍ôଚତ ହୋଇ ରହିଛନ୍ତି ।ଏଭଳି ଗାଁ ହେଉଛି ଲାଞ୍ଜିଗଡ ବ୍ଲକ ମହକୁମାରୁ ଦୁଇ କିଲୋମିଟର ଦୂରରେ ଥିବା ସୀତାପୁର ଗାଁ । ଏହି ଗାଁରେ ଦୁଇଶହରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଏହି ଗାଁରେ ମୁଖ୍ୟ ସମସ୍ୟା ହେଲା ରାସ୍ତା । ଗାଁ ବସ୍ତି ଠାରୁ ନାଉରିପଡା ଓ ନାଉରିପଡ଼ା ଠାରୁ ଡୋଳାପଡା ପର୍ଯ୍ୟନ୍ତ ଅଳ୍ପ ବର୍ଷା ହେଲେ ଘରୁ ବାହାରକୁ ବାହାରିବା ମୁସ୍କିଲ ହୋଇପଡୁଛି ।ରାସ୍ତାରେ ଆଣ୍ଠୁଏ କାଦୁଅ ।

 

- Advertisement -

ଏହି ରାସ୍ତା ଦେଇ ଭୋରପଡା, ମାଳିପଡା, ଜାମକେଜୁ ପ୍ରମୁଖ ଗାଁ ଲୋକେ ଯିବା ଆସିବା କରିଥାନ୍ତି । ରାସ୍ତା ଖରାପ ଯୋଗୁଁ ଆଣ୍ଠୁଏ କାଦୁଅରେ ସ୍କୁଲ ଛାତ୍ର ଛାତ୍ରୀ ଯିବା ଆସିବା କରୁଛନ୍ତି । ଏହି ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଠାରୁ ବ୍ଲକ ପ୍ରଶାସନ ଓ ଜିଲ୍ଲାପାଳ ଅଭିଯୋଗ ଶୁଣାଣୀରେ ମଧ୍ୟ ଅନେକ ଥର ଅଭିଯୋଗ କରିଛନ୍ତି ହେଲେ ସବୁ ଦେଖି ଶୁଣି ନିରବଦ୍ରଷ୍ଟା ସାଜିଛି ପ୍ରଶାସନ ।ଏହି ରାସ୍ତାକୁ ନେଇ ଅଞ୍ଚଳରେ ଅସନ୍ତୋଷର ବାତାବରଣ ଦେଖାଦେଇଥିବା ବେଳେ ଆଗାମୀ ଦିନରେ ଏକ ବିରାଟ ଆନ୍ଦୋଳନ ହେବାର ଆଶଙ୍କା କରାଯାଉଛି । ରାସ୍ତା ନିର୍ମାଣ ନହେଲେ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରାଯିବ ବୋଲି ସୀତାକାନ୍ତ ଦୋରା,ଧନେଶ୍ୱର ଦୋରା ପ୍ରମୁଖ ଚେତାବନୀ ଦେଇଛନ୍ତି । ଏ ସମ୍ପର୍କରେ ବିଶ୍ୱନାଥପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ବେଣୁଧର କନ୍ଧପାନଙ୍କୁ ପଚାରିବାରୁ ମନରେଗା ଯୋଜନାରେ ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବର୍ଷା ପରେ କାମ ଅରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି।

Hot this week

ରାତିରେ ସ୍ଵେଟର କିମ୍ବା ଜ୍ୟାକେଟ୍ ପିନ୍ଧି ଶୋଉଛନ୍ତି କି….

ନୂଆଦିଲ୍ଲୀ: ବର୍ତ୍ତମାନ୍ ଶୀତ ଦିନ ଚାଲିଛି। ସାରା ଦେଶରେ ଶୀତ ଲହରୀ...

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories