www.samajalive.in
Monday, December 15, 2025
24.1 C
Bhubaneswar

ଘୂର୍ଣ୍ଣିଝଡ ‘ଗୁଲାବ’ କବଳରୁ ଉଦ୍ଧାର ଏବଂ ରିଲିଫ ଯୋଗାଣ ପାଇଁ ଭାରତୀୟ ନୌସେନାର ଜାହାଜ ଏବଂ ବିମାନ ପ୍ରସ୍ତୁତ

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ଗୁଲାବ’ ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ମଧ୍ୟରେ ସ୍ଥଳଭାଗ ଅତ୍ରିକମ ବୋଲି ଆଶା କରାଯାଉଛି, ଭାରତୀୟ ନୌସେନା ଘୂର୍ଣ୍ଣିଝଡର ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛି । ପୂର୍ବାଞ୍ଚଳ ନାଭାଲ କମାଣ୍ଡ ଏବଂ ଓଡିଶା ଉପକୂଳ ଦାୟିତ୍ୱରେ ଥିବା ନୌସେନା ଅଧିକାରୀ ଘୂର୍ଣ୍ଣିଝଡର ପ୍ରଭାବକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି କାର୍ୟ୍ୟ କରିଆସୁଛନ୍ତି ଏବଂ ଆବଶ୍ୟକ ଅନୁଯାୟୀ ସହାୟତା ପ୍ରଦାନ ପାଇଁ ରାଜ୍ୟ ପ୍ରଶାସନ ସହିତ ନିରନ୍ତର ଯୋଗାଯୋଗରେ ଅଛନ୍ତି।

ପ୍ରସ୍ତୁତିର ଏକ ଅଂଶ ଭାବରେ ବନ୍ୟା ରିଲିଫ୍ ଦଳ ଏବଂ ବୁଡାଳି ଦଳ ତୁରନ୍ତ ସହାୟତା ଯୋଗାଇବାକୁ ଓଡିଶା ଏବଂ ବିଶାଖାପଟନମରେ ପ୍ରସ୍ତୁତ ହୋଇ ଅଛନ୍ତି । ନୌସେନାର ଦୁଇଟି ଜାହାଜ ମାନବିକ ସହାୟତା ଏବଂ ବିପର୍ୟ୍ୟୟ ପ୍ରଶମନ (ଏଚ୍‍ଏଡିଆର) ସାମଗ୍ରୀ ଏବଂ ଡାକ୍ତରୀ ଦଳ ସହିତ ଅଧିକ ପ୍ରଭାବିତ ଅଞ୍ଚଳରେ ସହାୟତା କରିବାକୁ ସମୁଦ୍ରରେ ରହିଛନ୍ତି । ପ୍ରଭାବିତ ଅଞ୍ଚଳରେ ଆକାଶ ମାର୍ଗରୁ ସର୍ଭେ, ଆହତଙ୍କୁ ଉଦ୍ଧାର ଏବଂ ରିଲିଫ୍ ସାମଗ୍ରୀ ଯୋଗାଣ ପାଇଁ ନାଭାଲ୍ ଏୟାର ଷ୍ଟେସନ୍‌, ବିଶାଖାପାଟନମରେ ଆଇଏନ୍‍ଏସ୍‍ ଡେଗା ଏବଂ ଚେନ୍ନାଇ ନିକଟ ଆଇଏନ୍‍ଏସ୍‍ ରାଜଲିରେ ନୌସେନାର ବିମାନ ପ୍ରସ୍ତୁତ ହୋଇ ରହିଛନ୍ତି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories