ବନକୁ ନିଆଁରୁ ରକ୍ଷା ଓ ଜଙ୍ଗଲ ସୁରକ୍ଷା ସମସ୍ତଙ୍କ ଦାୟିତ୍ୱ
କୁଟେନଡେଲି ଠାରେ ବନାଗ୍ନୀ ସଚେତନତା କାର୍ଯ୍ୟକ୍ରମ
ଲାଞ୍ଜିଗଡ:କଳାହାଣ୍ଡି ଜିଲା ଦକ୍ଷିଣ ବନ ଖଣ୍ଡ ଅଧୀନ ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ଲାଞ୍ଜିଗଡ ବନ ବିଭାଗ ଆମ ଜଙ୍ଗଲ ଯୋଜନା ପକ୍ଷରୁ ବାତେଲିମା ପଞ୍ଚାୟତ କୁଟେନଡେଲି ଗାଁ ଠାରେ ବନାଗ୍ନୀ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଲାଞ୍ଜିଗଡ ବନପାଳ ଜଗନ୍ନାଥ ନାଗଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶ୍ୱନାଥପୁର ରେଞ୍ଜର ନରୋତ୍ତମ ମାଝୀ, ସମ୍ମାନୀତ ଅତିଥି ଭାବେ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଏସ୍ଓ ସନତ ପ୍ରଧାନ, ହାବିଲଦାର ଦେବରାଜ ପ୍ରଧାନ,ଆମ ଜଙ୍ଗଲ ଯୋଜନା କମିଟିର ଟିମ ଲିଡ଼ର ଅମିୟ ତ୍ରିପାଠୀ, ସାମ୍ବାଦିକ ରମେଶ ଚନ୍ଦ୍ର ନାୟକ, କ୍ଷମାନିଧି ମହାଖୁଡ ପ୍ରମୁଖ ଉପସ୍ଥିତ ଥିଲେ।
ଏହି ଅବସରରେ ରେଞ୍ଜର ଶ୍ରୀ ମାଝୀ ଲୋକଙ୍କୁ ବନକୁ ନିଆଁରୁ ରକ୍ଷା, ଜଙ୍ଗଲ ସୁରକ୍ଷା ଏବଂ ଏଥିରେ ଆମ ସମସ୍ତଙ୍କର ଦାୟିତ୍ୱ ଏବଂ କର୍ତ୍ତବ୍ୟ ସଂପର୍କରେ ସଚେତନ କରେଇଥିଲେ। ଏହି ଅବସରରେ ଲାଞ୍ଜିଗଡ ଅଗ୍ନିଶମ ବିଭାଗ ଏସ୍ଓ ଶ୍ରୀ ପ୍ରଧାନ ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ଉଦ୍ଦେଶ୍ୟରେ ବିଭିନ୍ନ ଉଦାହରଣ ଦେଇ ଲୋକଙ୍କୁ ସଚେତନ କରିଥିଲେ। ଲାଞ୍ଜିଗଡ ବନ ବିଭାଗର ଆମ ଜଙ୍ଗଲ ଯୋଜନାର ଡିଓ ମନୋଜ ପରିଛା କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଲାଞ୍ଜିଗଡ ବନରକ୍ଷୀ ବିରଞ୍ଚି ନାରାୟଣ ପଣ୍ଡା,ବନରକ୍ଷୀ ଗିରିଧାରୀ ଗଉଡ଼,ବନରକ୍ଷୀ ଅନିତା ବିଶ୍ୱାଳ ସମେତ ଲାଞ୍ଜିଗଡ ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଲାଞ୍ଜିଗଡ ବନ ବିଭାଗ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲ ସୁରକ୍ଷା ସମିତିର ସଭାପତି ଅଚୁତ ମାଝୀ, ଚନ୍ଦ୍ର ମାଝୀ, ଲେମ୍ବୁ ମାଝୀ, ଚତୃଭୂଜ ହରିଜନ, ଲକ୍ଷ୍ମଣ ହରିଜନ, ଚଇତ ମାଝୀ, ଶିକ ମାଝୀ,ଏଲିଫେଣ୍ଟ ସ୍କ୍ୱାର୍ଡ଼ ସାଣ୍ଡରୁ ମାଝୀ, ସୁଶାନ୍ତ ହରିଜନ, ତ୍ରିଲୋଚନ ସାହୁ ଫାୟାର ସ୍କ୍ୱାର୍ଡ଼ର ରମେଶ ମାଝୀ, ନରସିଂହ ମାଝୀ, ଲେମ୍ବୁ ମାଝୀ ସମେତ ଲାଞ୍ଜିଗଡ ବନ ବିଭାଗ ଅଞ୍ଚଳର ବହୁ ସଂଖ୍ୟାରେ ମହିଳା ପୁରୁଷ ମାନେ ଉପସ୍ଥିତ ରହିଥିଲେ। ଶେଷରେ ବନପାଳ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.