www.samajalive.in
Monday, December 15, 2025
17.1 C
Bhubaneswar

ଲାଞ୍ଜିଗଡରେ ମାଣ୍ଡିଆ ଦିବସ ପାଳିତ

ଲାଞ୍ଜିଗଡ: ମାର୍ଗଶୀର ମାସ ପ୍ରଥମ ଗୁରୁବାରରେ ପ୍ରଥମ ଥର ପାଇଁ ପାଳିତ ହୋଇଛି ମାଣ୍ଡିଆ ଦିବସ। ମାଣ୍ଡିଆ ଚାଷକୁ ପ୍ରୋତ୍ସାହିତ କରିବା ସହିତ ଜନସାଧାରଣଙ୍କ ମଧ୍ୟରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଗ୍ରହଣିୟତା ବୃଦ୍ଧି କରିବା ପାଇଁ ଏହି ମାଣ୍ଡିଆ ଦିବସର ଲକ୍ଷ୍ୟ। ପ୍ରଶାସନ ପକ୍ଷରୁ ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର କୃଷି କାର୍ଯ୍ୟାଳୟ ପରିସରରେ କଳାହାଣ୍ଡି ଜିଲ୍ଲା ଅଗ୍ରଣୀ ସ୍ୱେଚ୍ଛାସେବୀ ସଂସ୍ଥା ଜନସାହାଯ୍ୟ ସହାୟତାରେ ଏହି ଦିବସକୁ ମହା ସମାରୋହରେ ସହିତ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ କଳାହାଣ୍ଡି ଜିଲ୍ଲାପାଳ ପି.ଅନ୍ୱେଷା ରେଡ୍ଡି ଉଦଘାଟନ କରି ବିଭିନ୍ନ ଷ୍ଟଲ ପରିଦର୍ଶନ କରିଥିଲେ। ଏଥିରେ ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା।

ମାଣ୍ଡିଆର ଉପକାରିତା ଉପରେ ଜିଲ୍ଲାପଳଙ୍କୁ ଅବଗତ କରାଯାଇଥିଲା। ଏହି ଷ୍ଟଲରେ କାଙ୍ଗୁ, କୋଷଳା, କୋଦୋ, ମକା, ମୁଗ, ବିରୀ ଆଦି ଦ୍ରବ୍ୟ ପ୍ରଦର୍ଶନ କରାଯାଇଥିଲା। ମାଣ୍ଡିଆର ମହତ୍ୱ ପ୍ରତି ଜନ ସଚେତନତା କରିବା ନିମନ୍ତେ ମାଣ୍ଡିଆ ରଥ ପରିଭ୍ରମଣ କରୁଛି। ଘରେ ଘରେ ମାଣ୍ଡିଆ ଓ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ପହଞ୍ôଚ ପାରିବ ସେ ନେଇ ସରକାର ପ୍ରୟାସ ଜାରି ରଖିଛନ୍ତି। ସମସ୍ତେ ଯେଭଳି ମାଣ୍ଡିଆ ଚାଷ କରି ଲାଭ ଦାୟକ ହୋଇପାରିବେ ସେ ନେଇ ପ୍ରୟାସ ଜାରି ରହୁ ବୋଲି ଜିଲ୍ଲାପାଳ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମକୁ ସ୍ୱେଚ୍ଛାସେବୀ ସଂସ୍ଥା ଜନସାହାଯ୍ୟର ସମ୍ପାଦିକା ସୀତାଦେବିଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଲାଞ୍ଜିଗଡ ବିଡିଓ ଜିତେନ୍ଦ୍ର କୁମାର ମିଶ୍ର, ତହସିଲଦାର ମିନିନ୍ଦ୍ର ହୁଁନ୍ନାଗାଁ, କୃଷି ଅଧିକାରୀ ଚନ୍ଦ୍ର ମୋହନ ଚାନ୍ଦ, ଆଞ୍ଚଳିକ ଏଗ୍ରି ପ୍ରଡୁସର ଅଧ୍ୟକ୍ଷ ପରମାନନ୍ଦ ରଣା, ଲାଞ୍ଜିଗଡ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଏସଏସଜି ମହିଳା ବିଶେଷ ସହଯୋଗ କରିଥିଲେ। ଜନସାହାଯ୍ୟ ପକ୍ଷରୁ ମିଲେଟ ମିଶନର ବ୍ଲକ ପ୍ରକଳ୍ପ ସଂଯୋଜକ ପୁର୍ଣ୍ଣେନ୍ଦୁ ପଣ୍ଡା, ଉପ ପ୍ରକଳ୍ପ ସଂଯୋଜକ ସୁବାଷ ନାଏକ, ରତ୍ନାକର ପ୍ରଧାନୀ ପ୍ରମୁଖ ସହଯୋଗ କରିଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories