ଚୋରା ମଦ ବିକ୍ରୟ ବିରୋଧରେ ଥାନାର ଦ୍ୱାରସ୍ଥ ହେଲେ ଆଦିବାସୀ ମହିଳା

ସାକ୍ଷୀଗୋପାଳ: ସତ୍ୟବାଦୀ ଥାନା ଅନ୍ତର୍ଗତ ନିଗିଦି ଆଦିବାସୀ ଗ୍ରାମ ନିକଟରେ ଚୋରା ମଦ ବିକ୍ରୟ ଯୋଗୁ ସ୍ଥାନୀୟ ଯୁବପିଢ଼ି ଓ ଜନସାଧାରଣ ମଦ୍ୟ ପାନ କରି ବିପଥଗାମୀ ହେବା ସହ ଗ୍ରାମ ନିକଟରେ ଓ ରାସ୍ତା ଉପରେ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରିଛନ୍ତି। ଚୋରା ମଦ କାରବାର ବନ୍ଦ କରିବା ସହିତ ମଦ୍ୟପମାନଙ୍କୁ ଆୟତ୍ତ କରିବା ନିମନ୍ତେ ମା ମଙ୍ଗଳା, ମା ଜାଗେଶ୍ଵରୀ ଓ ମା ରୁଦ୍ରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି। ଖୁବ ଶୀଘ୍ର ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତ୍ୟବାଦୀ ଥାନା ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନଙ୍କୁ ପ୍ରତିଶୃତି ପ୍ରଦାନ କରିଛନ୍ତି।

Comments are closed.