ଭୈରବ ଦେବଙ୍କର ନବଦିନାତ୍ମକ ପୂଜା ଆରମ୍ଭ, ୧୪ରେ ପ୍ରସିଦ୍ଧ ଝାମୁଯାତ୍ରା

ଲାଞ୍ଜିଗଡ: ଲାଞ୍ଜିଗଡ଼ର ଆରାଧ୍ୟ ଦେବତା ଭୈରବ ଦେବ ବିଶ୍ୱାସର ପ୍ରତୀକ। ପ୍ରତେକ ବର୍ଷ ଭଳି ଏ ବର୍ଷ ମଧ୍ୟ ମହା ଆଡମ୍ବର ସହ ପାଳନ ହେବ ପ୍ରସିଦ୍ଧ ଝାମୁଯାତ୍ରା ହେଲେ ବିଗତ ଦୁଇବର୍ଷ କୋରନା କଟକଣା ଯୋଗୁ ଏହି ଯାତ୍ରା କେବଳ ସୀମିତ ସଂଖ୍ୟକ ମଧ୍ୟରେ ନୀତିକାନ୍ତିକୁ ନେଇ ଭୈରବ ଦେବଙ୍କ ପୂଜାର୍ଚ୍ଚନା କରାଯାଇଥିଲା ହେଲେ ଏ ବର୍ଷ କଟକଣା ହଟିଯାଇଛି ସେଥିପାଇଁ ଭୈରବ ଦେବଙ୍କ ବାର୍ଷିକ ପର୍ବପାଇଁ ପ୍ରସ୍ତୁତି ଚାଲିବା ସହ ଅରାଧ୍ୟଦେବଙ୍କ ନବଦିନାତ୍ମକ ପୂଜା ମଧ୍ୟ ଆରମ୍ଭ ହେଉଛି। ନୂଆଁଖାଇ ସରିଲାପରେ ତାପରଦିନ ଭୈରବଦେବଙ୍କ ମୁଖ୍ୟ ମନ୍ଦିରରୁ ତାଙ୍କ ପାଟଖଣ୍ଡାକୁ ମନ୍ଦିର ମୂଖ୍ୟପୂଜକ ଓ ସେବାୟତମାନେ ଗାଁ ମଧ୍ୟରେ ଥିବା ବାଲିଘରକୁ ଆଣିଥାନ୍ତି। ବାଲିଘର ସାମ୍ନାରେ ଭୈରବଦେବଙ୍କ ପ୍ରତୀକକୁ ବନ୍ଦାପନା କରିବା ସହିତ ଘଂଟ ଶଙ୍ଖ ବଜାଇ ତାଙ୍କ ଆସ୍ଥାନରେ ରଖି ନଅଦିନ ପର୍ଯ୍ୟନ୍ତ ପୂଜାର୍ଚନା କରିଥାନ୍ତି। ନଅଗୋଟି ଚାଙ୍ଗୁଡିରେ ନଦୀରୁ ବାଲିଆଣୀ ସେହି ଚାଙ୍ଗୁଡିରେ ନଅ ପ୍ରକାର ଶସ୍ୟ ପକାଇ ଗଜା କରିଥାନ୍ତି।

 

prayash

ଏହି ଚାଙ୍ଗୁଡ଼ିକୁ ଦେବତାଙ୍କ ଆସ୍ଥାନ ପାଖରେ ରଖି ପୂଜାର୍ଚ୍ଚନା କରିଥାନ୍ତି। ଏହି ନଅଦିନ ମଧ୍ୟରେ ଜୈନିକ ବ୍ୟକ୍ତିଙ୍କ ଦେହରେ କାଳିସୀ ଲାଗି କଞ୍ଚା ମାଠିଆରେ ବସି ଦର୍ଶନ ଦେଇଥାନ୍ତି। ବର୍ତ୍ତମାନ ଏହି ପ୍ରସିଦ୍ଧ ଝାମୁଯାତ୍ରା ପାଇଁ ଉତ୍ସବମୁଖର ହୋଇପଡିଛି ସାରା ଲାଞ୍ଜିଗଡ ସହର। ଆଗାମୀ ୧୪ ତାରିଖରେ ହେବ ଲାଞ୍ଜିଗଡର ଆରାଧ୍ୟ ଦେବତା ଭୈରବଦେବଙ୍କ ପ୍ରସିଦ୍ଧ ଝାମୁଯାତ୍ରା। ଏଥିପାଇଁ ସମସ୍ତଙ୍କ ଘରକୁ ବନ୍ଧୁ ବାନ୍ଧବଙ୍କ ସୁଅ ଛୁଟୁଛି। ଯାତ୍ରାପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଥିବାବେଳେ ଶ୍ରୀଶ୍ରୀଶ୍ରୀ ହରି ହର ସାଂସ୍କୃତିକ ସେବା ସମିତି ତଥା ଲାଞ୍ଜିଗଡର ସମସ୍ତ ଅନୁଷ୍ଠାନ ଏଥିରେ ସହଯୋଗ କରିଛନ୍ତି।

kalyan agarbati

Comments are closed.